Advertisment

IT ରେଡ୍‌କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ, ପୂର୍ବତନ ବିଧାୟକଙ୍କୁ କାଠଗଡ଼ାକୁ ଟାଣିଲେ

ଯୋଗେଶଙ୍କ ମାଆଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା କହିଲେ....ଏବେ କିନ୍ତୁ ଅଲଗା ନାଁ ବାହାରୁଛି, ପରିବର୍ତ୍ତନ କରିଥାଇପାରନ୍ତି'...

author-image
Prangyan Parimita
ଅଦ୍ୟତନ ହୋଇଛି
Kusum Tete

Kusum Tete

ସୁନ୍ଦରଗଡ଼ IT ରେଡ୍ କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ। ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସଂପୃକ୍ତି ଥିବା ଅଭିଯୋଗ କଲେ କୁସୁମ । କହିଲେ, ଯୋଗେଶଙ୍କ ମାଆଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା। ଏବେ କିନ୍ତୁ ଅଲଗା ନାଁ ବାହାରୁଛି। ପରିବର୍ତ୍ତନ କରିଥାଇପାରନ୍ତି ବୋଲି କହିଛନ୍ତି କୁସୁମ। ଆହୁରି ମଧ୍ୟ କହିଛନ୍ତି ବେଆଇନ ମଦଭାଟି ଚାଲିଥିବା ଅନେକ ଥର ଗୃହରେ କହିଛି। କିନ୍ତୁ ମୋ ଅଭିଯୋଗକୁ ସରକାର ଶୁଣିଲେନି କହିଲେ କୁସୁମ ଟେଟେ।

Advertisment

ସେପଟେ କୁସୁମ ଟେଟେଙ୍କ ଅଭିଯୋଗକୁ ପୂର୍ବତନ ବିଧାୟକ ଯୋଗେଶ ସିଂ ଖଣ୍ଡନ କରିବା ସହ କୌଣସି ଲିଙ୍କ୍ ନାହିଁ । ମୋର ମଦଭାଟି ନାହିଁ, ବ୍ୟବସାୟୀଙ୍କ ସହ କେବଳ ଘରୋଇ ସଂପର୍କ ରହିଥିଲେ । ସଂପର୍କ ରହିଲେ କଣ ପାର୍ଟନର ହୋଇଗଲି ବୋଲି ଓଲଟି ଯୋଗେଶ ପ୍ରଶ୍ନ କରିଛନ୍ତି। ବିଧାୟିକା ଏଭଳି ସିଧା ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ । ବିଧାୟିକା ଏଥିରୁ ନିବୃତ୍ତ ରହିବା ଦରକାର, ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ଯୋଗେଶ ସିଂ କହିଛନ୍ତି । ...

ସେପଟେ ରାଜ୍ୟର ୬ଟି ସ୍ଥାନରେ ଆୟକର ଟିମ୍ ପକ୍ଷରୁ ଚାଲିଛି ଚଢଉ। ଭୁବନେଶ୍ୱର, ସମ୍ବଲପୁର, ଟିଟିଲାଗଡ, ବୌଦ୍ଧ, ସୁନ୍ଦରଗଡ ଓ ବଲାଙ୍ଗିରରେ ରେଡ୍ ହେଉଛି। ଆଇଟି ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍। ଗତକାଲି ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ହୋଇଥିଲା। ଗତାକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ। ବଲାଙ୍ଗିର ସହର ସୁଦପଡା ମଦଭାଟି ଏବଂ ଟିଟିଲାଗଡ଼ ସହରର ଦୁଇ ମଦ ବ୍ୟବସାୟୀଙ୍କ ଘରେ ଏକାକାଳୀନ ଚଢ଼ଉ କରିଥିଲା ଆୟକର ବିଭାଗ | ଗତକାଲି ବଲାଙ୍ଗିରରେ ମଦ କଂପାନୀ ଉପରେ ଚଢଉ ବେଳେ ପ୍ରାୟ ଦେଢ ଶହ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି ।

Advertisment
Jogesh Singh Kusum Tete IT Raid
Advertisment
Advertisment