• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଷଣ ବାଣ। ତେବେ ଏଥରର ବାଣ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗରେ। ଏରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବରେ ଗତ ୨ ତାରିଖ ଦିନ ସରକାରଙ୍କୁ ନିଶାନା କରି ସୌମ୍ୟ କହିଥିଲେ- ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି । ସତକଥା ଟି ହେଲା, ଯୁବକ ମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆନଯିବ ।

ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ। ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ବି କହିଥିଲେ ସୌମ୍ୟ । ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କ ଆଶା। ତାସହ କହିଥିଲେ ଖାଲି ଜିନ୍ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଦେଲେ କେହି ନେତା ହୋଇ ଯିବେନି । ଏଥିପାଇଁ ଲୋକଙ୍କ ସହ ମିଶିବାକୁ ପଡ଼ିବ, ସେମାନଙ୍କ ସମସ୍ୟା ଜାଣିବାକୁ ପଡ଼ିବ। ଖାଲି ପ୍ୟାଡ଼ରେ ପଦବୀ ଛାପିଦେଲେ ଜଣେ କେହି ନେତା ହୁଏ ନାହିଁ ।

ତେବେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ପୂର୍ବରୁ ନିଜ କଡ଼ା ସଂପାଦକୀୟ ଓ ଭାଷଣରେ ବିଜେଡି ସରକାର ଓ ଫାଇଭ୍ ଟି ସଚିବଙ୍କୁ ବାରମ୍ବାର ନିଶାନା କରିବାରୁ, ଗତ ସେପଟେମ୍ବର ୨୧ ତାରିଖରେ ବିଜେଡିରୁ ସୌମ୍ୟଙ୍କୁ ସସପେଣ୍ଡ କରିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ, ତା ସତ୍ତ୍ୱେ ସୌମ୍ୟ ଚୁପ୍ ପଡ଼ିନାହାନ୍ତି ।....