• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଇସ୍ତଫା ଦେଲେ ନିର୍ବାଚନ ଜିତିଥିବା ୧୦ ବିଜେପି ସାଂସଦ । ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଜିତିବା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ନିଜ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଏହି ସାଂସଦମାନେ । ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍ ଏବଂ ଉଦୟ ପ୍ରତାପ ସିଂହ ଅଛନ୍ତି । ସେହିପରି ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଏବଂ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ​​ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।

ଅନ୍ୟପକ୍ଷରେ ୩ ରାଜ୍ୟରେ ବିଜୟ ପରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଏହି ୩ ରାଜ୍ୟରେ ନୂଆ ମୁହଁକୁ ସୁଯୋଗ ଦେଇପାରେ ବିଜେପି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି। ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ରେସ୍‌ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରୀ ବୋଲି ଚର୍ଚ୍ଚା ହେଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now