• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଢ଼ିଲା ବିଜୟ ଶଙ୍କରଙ୍କ ବିବାହ ଅଡୁଆ । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ । ବର୍ତ୍ତମାନ ପ୍ରତ୍ୟୁଷାଙ୍କୁ ବିବାହ କରିପାରିବେନି ବିଜୟ ଶଙ୍କର । ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇ ଖାରଜ କରାଯାଇଛି । ଆବେଦନ ପତ୍ରରେ ପ୍ରତ୍ୟୁଷା ଅବିବାହିତ ବୋଲି ଦର୍ଶାଯାଇଥିଲା । ମାତ୍ର, ପ୍ରତ୍ୟୁଷା ବିବାହ କରି ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଛନ୍ତି । ବିଜୟ ଶଙ୍କର କରିଥିବା ଆବେଦନ ପତ୍ରରେ ତାହା ଦର୍ଶାଯାଇନଥିଲା ।

ପୂର୍ବତନ ବାନ୍ଧବୀ ସୋମାଲିକା ଦାଶଙ୍କ ସହ ପ୍ରେମ ବିବାଦରୁ ମୁକୁଳି ନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ ବିଜୟ ଶଙ୍କର । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଅକ୍ଟୋବର ୨୧ରେ ଏନେଇ ଆବେଦନ କରିଥିଲେ । ସେହି ଆବେଦନକୁ ବର୍ତ୍ତମାନ ଖାରଜ କରାଯାଇଛି ।

କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ନଭେମ୍ବର ୨୧ରେ ସୋମାଲିକା ଦାସ ହାଜର ହୋଇଥିଲେ । ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ । ଏହା ବିରୋଧରେ ସେ ଆବେଦନ ମଧ୍ୟ କରିଥିଲେ । ଅଭିଯୋଗ ଆଧାରରେ ତଥ୍ୟ, ପ୍ରମାଣ ଓ ସାକ୍ଷୀ ନେଇ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ସେ ହାଜର ହେବା ସହ ପ୍ରମାଣ ରଖିଥିଲେ ।