Advertisment

ସୁନୀଲ କାନୁଗୋଲୁ କିଏ, କଂଗ୍ରେସ କାହିଁକି ଆଖି ବୁଜି କରୁଛି ଭରସା ?

କର୍ଣ୍ଣାଟକରେ କଂଗ୍ରେସ କମ୍ ବ୍ୟାକ୍ ପରେ ତେଲେଙ୍ଗାନାରେ ଦଳର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପଛରେ ରହିଛି ସୁନୀଲଙ୍କ ହାତ। ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ।

author-image
Satyendu Shekher Mishra
Sunil Kanugolu

Sunil Kanugolu

ସୁନୀଲ କାନୁଗୋଲୁ । କିଏ ଏହି ସୁନୀଲ କାନୁଗୋଲୁ ? କାହିଁକି ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ? କଂଗ୍ରେସକୁ ଜିତାଇବାରେ ତାଙ୍କର ରହିଛି କି ବଡ଼ ହାତ ? ତେବେ ଆସନ୍ତୁ ଜାଣିବା କ’ଣ କରିଛନ୍ତି ସୁନୀଲ । କାହିଁକି ତାଙ୍କ ଉପରେ ରହିଛି କଂଗ୍ରେସର ଭରସା ?

Advertisment

କର୍ଣ୍ଣାଟକରେ କଂଗ୍ରେସ କମ୍ ବ୍ୟାକ୍ ପରେ ତେଲେଙ୍ଗାନାରେ ଦଳର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପଛରେ ରହିଛି ସୁନୀଲଙ୍କ ହାତ। ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ତାଙ୍କ ସମୀକରଣ କଂଗ୍ରେସକୁ ଫାଇଦା ଦେଉଛି, ତେବେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଦଳ ଫେଲ୍ ମାରିଲା କାହିଁକି ?

ଜାଣନ୍ତୁ କାରଣ ?

ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ କାନୁଗୋଲୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିଥିଲେ। ହେଲେ ଆଞ୍ଚଳିକ ନେତ୍ରୁବୃନ୍ଦ ଅଶୋକ ଗେହଲଟ୍ ଏବଂ କମଲନାଥ ତାଙ୍କ ପରାମର୍ଶରେ ସହମତ ହୋଇନଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ରଣନୀତି ନିର୍ମାଣ ପାଇଁ ନରେଶ ଆରୋରାଙ୍କୁ ଦାୟିତ୍ୱ ଦେଇଥିଲେ ଗେହଲଟ୍। 

Advertisment

ରିପୋର୍ଟ ଅନୁସାରେ, କାନୁଗୋଲୁଙ୍କୁ ତେଲେଙ୍ଗାନା ରଣନୀତିର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ସେ କେ ଚନ୍ଦ୍ରଶେଖର ରାଓ ସରକାରଙ୍କ ଦୁର୍ନୀତିକୁ କଂଗ୍ରେସ ଅଭିଯାନର ଏକ ଅଂଶ ଭାବରେ ଦର୍ଶାଇଥିଲେ। ଯେଉଁପରି ଭାବେ କର୍ଣ୍ଣାଟକରେ ସରକାରଙ୍କ ବିଫଳତା ଏବଂ ଯୋଜନା ଫେଲ୍ ମାରିଥିବାକୁ ମୁଖ୍ୟ ମୁଦ୍ଦା କରିଥିଲେ ଠିକ୍ ସେହିପରି ସମାନ ଭାବରେ ତେଲେଙ୍ଗାନାରେ ରଣନୀତି ପ୍ରସ୍ତୁତ କରିଥିଲେ କାନୁଗୋଲୁ। ତାଙ୍କର ଏହି ଷ୍ଟ୍ରାଟେଜୀ ମଧ୍ୟ ମତଦାତାଙ୍କ ଉପରେ ପୂରା ପ୍ରଭାବ ପକାଇଥିଲା। ଯାହା ଫଳ ସ୍ୱରୂପ ତେଲେଙ୍ଗାନାରେ କଂଗ୍ରେସର ବିଜୟକୁ ପ୍ରମାଣିତ କରିଛି।

Advertisment
Advertisment