Advertisment

ତେଲେଙ୍ଗାନାରେ କଂଗ୍ରେସର ବିଜୟ ପଛର ମାଷ୍ଟରମାଇଣ୍ଡ୍ ସୁନିଲ କାନୁଗୋଲୁ କିଏ ?

ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।

author-image
Prangyan Parimita
ଅଦ୍ୟତନ ହୋଇଛି
 Sunil Kanugolu

Sunil Kanugolu

ତେଲେଙ୍ଗାନାରେ ଭାରତ ରାଷ୍ଟ୍ରସମିତିଠାରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ। ତେବେ ନିର୍ବାଚନର ମାତ୍ର କିଛି ମାସ ଆଗରୁ ଏଠାରେ କଂଗ୍ରେସର ଅସ୍ଥିତ୍ୱ ହିଁ ନଥିଲା। ୨୦୧୪ରେ ରାଜ୍ୟ ଗଠନ ହେବା ପରଠାରୁ ଶାସନ ଗାଦିରେ ଥିବା କେ ଚନ୍ଦ୍ରଶେଖର ରାଓ ହ୍ୟାଟ୍ରିକ କରିବା ନିଶ୍ଚିତ ଥିଲା। ମାତ୍ର ହଠାତ ବଦଳି ଯାଇଥିଲା ତେଲେଙ୍ଗାନା ରାଜନୀତିର ଚିତ୍ର। ପୋଲ ଷ୍ଟ୍ରାଟେଜିଷ୍ଟ ବା ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ଅଚୁକ ରଣନୀତି ହିଁ କେସିଆର ଦୁର୍ଗର ପତ୍ତନ ଘଟାଇ କଂଗ୍ରେସକୁ କ୍ଷମତାସିନା କଲା ବୋଲି କୁହାଯାଉଛି।

Advertisment

କିଏ ଏହି ସୁନିଲ କାନୁଗୋଲୁ ?

ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କୁ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା। ମାତ୍ର ମଧ୍ୟପ୍ରଦେଶରେ କମଲନାଥ ଓ ରାଜସ୍ଥାନରେ ଅଶୋକ ଗେହଲଟ ତାଙ୍କ ସହାୟତା ନେବାକୁ ସିଧା ମନା କରିଦେଇଥିଲେ। ନିର୍ବାଚନ ପୂର୍ବରୁ କାନୁଗୋଲୁଙ୍କ ଟିମ ରାଜସ୍ଥାନ ଉପରେ ବି ସର୍ବେକ୍ଷଣ କରିଥିଲା। ଯେଉଁ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ନାହିଁ ବା କମ୍ ସେମାନଙ୍କୁ ଟିକଟ ନଦେବା ଲାଗି ପରାମର୍ଶ ଦିଆଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

ନିର୍ବାଚନ ରଣନୀତିକାରଙ୍କ ଠାରୁ ରାଜ୍ୟ ରାଜନୀତିକୁ ସେ ଅଧିକ ବୁଝନ୍ତି ବୋଲି ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଡିଜାଇନ ବକ୍ସଡ ନାମକ ଅନ୍ୟ ଏକ ଫାର୍ମକୁ ଗେହଲଟ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଥିଲେ। ସେହିପରି ମଧ୍ୟପ୍ରଦେଶରେ କମଲନାଥ ମଧ୍ୟ ତାଙ୍କ ସହାୟତା ନେବାକୁ ରାଜି ହୋଇନଥିଲେ। ଯଦି ଉଭୟ ନେତା ତାଙ୍କ ପରାମର୍ଶ ଗ୍ରହଣ କରିଥାଆନ୍ତେ ତାହେଲେ ଫଳାଫଳ ହୁଏତ ଭିନ୍ନ ହୋଇଥାଆନ୍ତା ବୋଲି ଚର୍ଚ୍ଚା ହେଉଛି।...

Advertisment

ପ୍ରଶାନ୍ତ କିଶୋରଙ୍କ I-PACରୁ କ୍ୟାରିୟର ଆରମ୍ଭ କରିଥିବା କାନୁଗୋଲୁ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଅଭିଯାନ ପରିଚାଳନା କରିଛନ୍ତି। ଗଲା ବର୍ଷରେ ସେ ତାମିଲନାଡୁର ଦୁଇ ପ୍ରମୁଖ ଦଳ ଡିଏମକେ ଓ ଏଆଇଡିଏମକେ ପାଇଁ କାର୍ଯ୍ୟ କରିସାରିଛନ୍ତି। ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଟିମ ସଦସ୍ୟ ଭାବେ ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟର ନକ୍ସା ବି ପ୍ରସ୍ତୁତ କରିଥିଲେ। ବିଜେପିର ଆସୋସିଏସନ ଅଫ୍ ବିଲିୟନ ମାଇଣ୍ଡସକୁ ମାର୍ଗଦର୍ଶନ ଦ୍ୱାରା କାନୁଗୋଲୁଙ୍କ ଟିମ୍ ଦଳକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକରେ ଜବରଦସ୍ତ ବିଜୟ ପାଇବାରେ ସାହାଯ୍ୟ କରିଥିଲା।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦ୍ୱାରା କନ୍ୟାକୁମାରୀରୁ କାଶ୍ମୀର ଯାଏଁ କରାଯାଇଥିବା ଭାରତଯୋଡ଼ ଯାତ୍ରା ବି କାନୁଗୋଲୁଙ୍କ ମାନସ ସନ୍ତାନ ଥିଲା। କାନୁଗୋଲୁଙ୍କ ଅଚୁକ ରଣନୀତି କର୍ଣ୍ଣାଟକରେ କଂଗ୍ରେସକୁ ଶାନଦାର ବିଜୟ ଦେବାରେ ସଫଳ ହୋଇଥିଲା ବୋଲି କୁହାଯାଉଛି।...

Congress Telangana
Advertisment
Advertisment