/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701747085.jpg)
Mamata Banerjee
କଂଗ୍ରେସ ହାତରୁ ୨ଟି ରାଜ୍ୟ ଖସିବା ପରେ ପରେ, ବିରୋଧୀ ଦଳଙ୍କ INDIA ମେଣ୍ଟରେ ଦେଖାଦେଲା କି ଫାଟ ? ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇପାରିବେନି ବୋଲି ସଫାସଫା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ। ଗତ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା।
ଏହାର ୩ ମାସ ପରେ ପୁଣିଥରେ ଦିଲ୍ଲୀରେ ଏକାଠି ହେବାକୁ ଯାଉଛନ୍ତି ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳ ନେତୃବୃନ୍ଦ। ଗତକାଲି ୪ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ୩ଟି ରାଜ୍ୟରେ ପରାଜୟର ମୁହଁ ଦେଖିବା ପରେ, ଏହି ବୈଠକ ଡାକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ।
ତେବେ ଆଜି ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଏହି ବୈଠକ ସଂପର୍କରେ ଜାଣିନଥିଲି । ସେହି ତାରିଖରେ ନର୍ଥ-ବେଙ୍ଗଲରେ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି । ବୈଠକ ସଂପର୍କରେ ଆଗୁଆ ଜାଣିଥିଲେ, ଏହି କାର୍ଯ୍ୟକ୍ରମ ରଖିଥାନ୍ତି କି ବୋଲି ପଚାରିଛନ୍ତି ମମତା । ତେଣୁ ଯେହେତୁ ଏସଂପର୍କରେ ଆଗୁଆ ସୂଚନା ନଥିଲା, ତେଣୁ ମୁଁ ନର୍ଥ ବେଙ୍ଗଲ ଯିବି ।
ଏ ସଂପର୍କରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ମମତାଙ୍କ ବଦଳରେ ଟିଏମସିରୁ ଅନ୍ୟ କୌଣସି ନେତା ଏହି ବୈଠକରେ ଯୋଗ ଦେବେ କି ନାହିଁ, ସେନେଇ ସ୍ପଷ୍ଟ ହୋଇନାହିଁ । ସେପଟେ ଗତକାଲି ସନ୍ଧ୍ୟାରେ ସୋନିଆ ଗାନ୍ଧିଙ୍କ ଡାକରା ପରେ ତାଙ୍କ ବାସଭବନରେ ବସିଛି କଂଗ୍ରେସ ପାର୍ଲାମେଣ୍ଟାରୀ ଷ୍ଟ୍ରାଟେଜି ଗ୍ରୁପ ବୈଠକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)