Advertisment

MPରେ ବିଜେପିକୁ ବଡ଼ ବିଜୟ ଦେଲା ଶିବରାଜଙ୍କ ଟ୍ରମ୍ପ କାର୍ଡ ‘ଲାଡ୍‌ଲୀ ବେହେନା’ !

ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତିନି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଜୟ ହୋଇଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶକୁ ନେଇ ଏବେ ଢ଼େର ଚର୍ଚ୍ଚା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ladli Behena

Ladli Behena

ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା । ମଧ୍ୟପ୍ରଦେଶରେ ‘ଲାଡ୍‌ଲି ବେହେନା’ ବିଜେପିକୁ ଦେଲା ବଡ଼ ବିଜୟ । ‘ଲାଡ୍‌ଲି ବେହେନା’ ମଧ୍ୟପ୍ରଦେଶରେ କଲା ମ୍ୟାଜିକ୍ । ତେବେ ଏହି ‘ଲାଡ୍‌ଲି ବେହେନା’କ’ଣ ? ନିର୍ବାଚନ ପୂର୍ବରୁ ଏହାକୁ ନେଇ ଏତେ ଚର୍ଚ୍ଚା କରାଯାଇନଥିଲା । କିନ୍ତୁ ଏବେ ଏହା ଶିବରାଜ ସିଂହ ଚୌହାନଙ୍କ ପାଇଁ ସାଜିଲା ଟ୍ରମ୍ପକାର୍ଡ ।

Advertisment

ଗତକାଲି ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତିନି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଜୟ ହୋଇଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶକୁ ନେଇ ଏବେ ଢ଼େର ଚର୍ଚ୍ଚା ।

ଗତ ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସ ବିଜୟ ଲାଭ କରିଥିଲା । କମଲନାଥ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । କିନ୍ତୁ ତାଙ୍କ ଶାସନ ବେଶି ଦିନ ତିଷ୍ଠି ନଥିଲା । ଫାୟାର ବ୍ରାଣ୍ଡ ଲିଡର ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରେ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିଲେ । ଯାହାପଳରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ସରକାର ଗଠନ କରିଥିଲା । ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳି ଥିଲେ ।

Advertisment

ଆଉ ଏଥର କଂଗ୍ରେସ ତରଫରୁ ପୁଣି ମଧ୍ୟପ୍ରଦେଶ ହାତେଇବା ପାଇଁ ଜୋରଦାର ପ୍ରଚାର କରାଯାଇଥିଲା । ବିଭିନ୍ନ ପ୍ରକାର ପ୍ରଲୋଭନ ସହ ଅନେକ ଫ୍ୟାକ୍ଟର କଂଗ୍ରେସକୁ ଜିତାଇବା ପାଇଁ ବ୍ୟବହାର ହୋଇଥିଲା । ଏମିତିକି ମାମା ଶିବରାଜ ସିଂହ ଚୌହାନ ବିଦା ହେଉଛନ୍ତି ବୋଲି କଂଗ୍ରେସ କହିଥିଲା । ହେଲେ କଂଗ୍ରେସର ସବୁ ଫ୍ୟାକ୍ଟର ଶେଷରେ ଫ୍ଲପ୍‌ ମାରିଲା । ‘ମୋଦି କି ଗ୍ୟାରେଣ୍ଟି’ ସହ ‘ଲାଡ୍‌ଲି ବେହେନା’ ମ୍ୟାଜିକ୍‌ କଲା । ପୁଣି ସତ୍ତାକୁ ଫେରିଲା ବିଜେପି । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ପୁଣି ବସିପାରନ୍ତି ମାମା ଶିବରାଜ ସିଂହ ଚୌହାନ । ମୋଟ ୨୩୦ ବିଧାନସଭା ଆସନରୁ ବିଜେପି ୧୬୧ ଏବଂ କଂଗ୍ରେସ ୬୬ ଆସନ ପାଇଛି।

ତେବେ ଏହି ଲାଡ୍‌ଲି ବେହେନା କ’ଣ ? ଏହା ଦ୍ୱାରା ସାଧାରଣ ଲୋକଙ୍କ କ’ଣ ହେବ ଫାଇଦା ? କାହିଁକି ଏହାକୁ କୁହାଯାଉଛି ମ୍ୟାଚ ୱିନିଂ କାର୍ଡ ବା ଶିବରାଜଙ୍କ ଟ୍ରମ୍ପକାର୍ଡ ।

‘ଲାଡଲି ବେହେନା’ ଯୋଜନାରେ ଶିବରାଜ ସରକାର ରାଜ୍ୟର ୧ କୋଟି ୩୧ ଲକ୍ଷ ମହିଳାଙ୍କୁ ପ୍ରତ୍ୟେକ ମାସରେ ୧୨୫୦ ଟଙ୍କା ପ୍ରଦାନ କରିଥିଲେ। ଏହି ରାଶି ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଦିଆଯାଇଥିଲା। ଏହାକୁ ବଢ଼ାଇ ୩ ହଜାର ଟଙ୍କା କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା। ତେଣୁ ଅନୁମାନ କରାଯାଉଛି ଯେ ମହିଳାମାନେ ଏହି ଯୋଜନା ପାଇଁ ଶିବରାଜ ସରକାରଙ୍କ ସପକ୍ଷରେ ମତଦାନ କରିଛନ୍ତି।

ଏହା ବ୍ୟତୀତ ତୀର୍ଥ ଦର୍ଶନ, ଲାଡଲି ଲକ୍ଷ୍ମୀ, କନ୍ୟାଦାନ ଯୋଜନା, ଆୟୁଷ୍ମାନ ଯୋଜନା ଏବଂ ମୁଖ୍ୟତଃ ପ୍ରତ୍ୟକ୍ଷ ବ୍ୟାଙ୍କ ଟ୍ରାନ୍ସଫର, ଏ ସବୁର ସମ୍ମିଳିତ ପ୍ରଭାବକୁ ବୁଝିବାରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ରହିଥିଲା। କେବଳ ଏତିକି ନୁହେଁ, ଦଳର ନିର୍ବାଚନୀ ପୂର୍ବ ପ୍ରସ୍ତୁତି, ନିର୍ବାଚନ ପ୍ରଚାର ସମୟରେ କାର୍ଯ୍ୟକଳାପ ଏବଂ ଅନେକ ସ୍ତରରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରାଯାଇଥିଲା, ଯାହା ବିଜେପି ବିଜୟର ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଇପାରେ।

Election Result BJP Madhya Pradesh
Advertisment
Advertisment