• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମହଙ୍ଗା ପଡ଼ିଲା ସରକାରୀ ଜାଗାରେ ଜନ୍ମଦିନ ପାଳନ କରିବା । ଭଦ୍ରକ ଜିଲ୍ଲାରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି । ଗତକାଲି ସନ୍ଧ୍ୟାରେ ଭଦ୍ରକ ସହରର ସରକାରୀ RMC ମାର୍କେଟ୍ କମ୍ପ୍ଲେକ୍ସରେ ଅସିତ୍‌ଙ୍କ ଜନ୍ମଦିନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା । ତେବେ ଏଥିପାଇଁ ଅନୁମତି ନଥିବା ଦର୍ଶାଇ ଭଦ୍ରକ ପୁରୁଣାବଜାର IICଙ୍କୁ ଉପଜିଲ୍ଲାପାଳ ମନୋଜ ପାତ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ବିନା ଅନୁମତିରେ ସରକାରୀ ଜାଗାରେ ରାଜନୈତିକ କାର୍ଯ୍ୟକ୍ରମ ଆଦୌ ଉଚିତ୍ ନୁହେଁ । ତେଣୁ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁରୁଣା ବଜାର IICଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅସିତ୍ କହିଛନ୍ତି, ଅନୁମତି କଥା ସେ ଜାଣିନାହାନ୍ତି, ତାଙ୍କୁ ନିମନ୍ତ୍ରଣ ହୋଇଥିଲା ତେଣୁ ସେ ଯାଇଥିଲେ ।

ସୂଚନାଥାଉ କି, ଅସିତ୍ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ । ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।