Advertisment

ଛତିଶଗଡ଼ରେ ଓଡ଼ିଆ ନେତାଙ୍କ କମାଲ, ଦୁଇ ଥରର ବିଧାୟକଙ୍କୁ କଲେ ପରାସ୍ତ

​​​​​​​ଛତିଶଗଡ଼ରେ ଜନତାଙ୍କ ମନ ଜିଣିଲେ ଜଣେ ଓଡ଼ିଆ ନେତା । ପ୍ରଥମ ଥର ନିର୍ବାଚନ ଲଢ଼ି ଜିତିଲେ ବିଧାୟକ ପଦ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chhattisgarh Election Result

Chhattisgarh Election Result

ଛତିଶଗଡ଼ରେ ଜନତାଙ୍କ ମନ ଜିଣିଲେ ଜଣେ ଓଡ଼ିଆ ନେତା । ପ୍ରଥମ ଥର ନିର୍ବାଚନ ଲଢ଼ି ଜିତିଲେ ବିଧାୟକ ପଦ । ଚର୍ଚ୍ଚାରେ ରାୟପୁର ସିଟି ନର୍ଥର ନବନିର୍ବାଚିତ ବିଧାୟକ ପୁରନ୍ଦର ମିଶ୍ର ।

Advertisment

ଛତିଶଗଡ଼ରେ ପଦ୍ମ ଫୁଟିଥିବା ବେଳେ, ଇଏ ବି ଥିଲେ ସେହି ଫୁଲର ଗୋଟିଏ ସୁବାସିତ ପାଖୁଡ଼ା । ବଘେଲ ସରକାରକୁ ହଟାଇ ରାଜ୍ୟରେ ସତ୍ତା ପଲଟ ଲାଗି ବିଜେପିର ମହାଲଢ଼େଇରେ, ସାଜିଥିଲେ ଛତିଶଗଡ଼ୀ ଓଡ଼ିଆଙ୍କ ସେନାପତି। ସେ ହେଉଛନ୍ତି ରାୟପୁର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ପୁରନ୍ଦର ମିଶ୍ର । ଜଣେ ଓଡ଼ିଆ ଏବଂ ପ୍ରଥମ ଥର ନିର୍ବାଚନ ଲଢ଼ୁଥିଲେ ବି, ତାଙ୍କ ଉପରେ ଭରସା କରିଥିଲା ବିଜେପି।

ଆଉ ସତକୁ ସତ ବିଜେପି ଟିକଟରୁ ଲଢ଼ି, କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ କୁଲଦୀପ ଜୁନେଜାଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ପୁରନ୍ଦର। କୁଲଦୀପ ପୂର୍ବରୁ ଦୁଇଥର ସେଠାରେ ବିଧାୟକ ହୋଇଥିଲେ ବି, ତାଙ୍କୁ ମାତ୍ ଦେଇଛନ୍ତି ନବାଗତ ପୁରନ୍ଦର। ଗତକାଲି ସନ୍ଧ୍ୟାରେ ବିଜୟ ଉତ୍ସବ ବେଳେ ସେଥିରେ ସାମିଲ ହୋଇଥିଲା ଓଟିଭି । ଆଉ ପ୍ରତିକ୍ରିୟାରେ ପୁରନ୍ଦର କହିଥିଲେ- ସବୁ ଜଗନ୍ନାଥଙ୍କ ଆଶୀର୍ବାଦ।

Advertisment

ଛତିଶଗଡ଼ରେ ରହୁଛନ୍ତି ପ୍ରାୟ ୩୫ ଲକ୍ଷ ଓଡ଼ିଆ। ତେବେ ଓଡ଼ିଆଙ୍କ ଲାଗି କାମ କରୁଥିବା ଜଣେ ସମାଜସେବୀ ଓ ସଂଗଠକ ଭାବେ ରହିଛି ପୁରନ୍ଦର ମିଶ୍ରଙ୍କ ଖ୍ୟାତି। ରାୟପୁର ଗାୟତ୍ରୀ ନଗରରେ ଥିବା ସୁଦୃଶ୍ୟ ଜଗନ୍ନାଥ ମନ୍ଦିରର ସେ ହେଉଛନ୍ତି ପ୍ରତିଷ୍ଠାତା ଅଧ୍ୟକ୍ଷ। ଏଥିସହ ସେ ଛତିଶଗଡ଼ରେ ୨୪ଟି ଓଡ଼ିଆ ସମୁଦାୟକୁ ନେଇ ଗଠିତ ଗ୍ରେଟର ଓଡ଼ିଆ ସମାଜର ଅଧ୍ୟକ୍ଷ ଏବଂ ବିଶ୍ବ ଓଡ଼ିଆ ସମାଜର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଟପୋଷକ ମଧ୍ୟ ଅଛନ୍ତି। ତାଙ୍କର ଏହି ବିଜୟ ପଛରେ ଛତିଶଗଡ଼ରେ ରହୁଥିବା ଓଡ଼ିଆଙ୍କ ସବୁଠୁ ବଡ଼ ହାତ ଥିବା କୁହାଯାଉଛି ।

Chhattisgarh
Advertisment
Advertisment