• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି । ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିପୁଳ ପରିମାଣରେ ବିଜୟ ହାସଲ କରିଛି ବିଜେପି ।

ଏକଜିଟ ପୋଲର ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ମୋଟ ଚାରିଟି ରାଜ୍ୟରୁ ତିନୋଟିରେ ସଫଳତା ହାସଲ କରିଛି । କେବଳ ତେଲେଙ୍ଗାନାରେ ହିଁ କଂଗ୍ରେସ ସରକାର ଗଢ଼ି ପାରିଛି । ବିଜେପିର ଏପରି ବିଜୟରେ DMK ଏମପି ସେନ୍ତିଲ କୁମାର ବିବାଦୀୟ ବୟାନ ଦେଇଛନ୍ତି ।

ତାମିଲନାଡ଼ୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ବିଜେପି ବିଜୟ ହାସଲ କରି ପାରିନାହିଁ । ଦକ୍ଷିଣ ଭାରତରେ ଏପରି ପରାଜୟକୁ ନେଇ ସେନ୍ତିଲ କୁମାର ଏପରି ମନ୍ତବ୍ୟ ଦେଇଛନ୍ତି । ଲାଗାତାର ଭାବେ ବିଜେପି ଉତ୍ତର ଭାରତରେ ଭଲ ପ୍ରଦର୍ଶନ କରି ଆସୁଛି । କିନ୍ତୁ ଦକ୍ଷିଣ ଭାରତରେ ବିଜେପି ସେତେଟା ଫଳପ୍ରଦ ହେଉନାହିଁ ।

ତେବେ ଆଗରୁ ମଧ୍ୟ DMK ଏମପି ସେନ୍ତିଲ କୁମାର ହିନ୍ଦୀ ଭାଷାଭାଷୀ ରାଜ୍ୟକୁ ଗୋମୂତ୍ର ପିଇବା ରାଜ୍ୟ ଭାବେ ଅଭିହୀତ କରିଛନ୍ତି । ୨୦୨୨ ରେ ନ୍ୟାସନାଲ ଏଜୁକେସନ ପଲିସିରେ ଗୋ-ମୂତ୍ର ଶବ୍ଦର ବ୍ୟବହାର କରିଥିଲେ DMK ଏମପି ସେନ୍ତିଲ କୁମାର ।