Advertisment

Health Tips: କ୍ରୋଧ ଅନେକ ରୋଗର କାରଣ; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। । କିନ୍ତୁ ଛୋଟଛୋଟ କଥାରେ ରାଗିବା ଖୁବ୍ ହାନିକାରକ ହୋଇଥାଏ। ରାଗିବା ଦ୍ୱାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍‌ର ଆଶଙ୍କା ବି ବଢିଯାଏ। ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।

author-image
Ipsita Pradhan
ଅଦ୍ୟତନ ହୋଇଛି
Anger is the cause of many diseases; Know how to control

Anger is the cause of many diseases; Know how to control

ଥରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କର କ୍ରୋଧ ଉପରେ ଗୋଟିଏ ଲେଖା ପଢିଥିଲି ଆଉ ସେଥିରୁ ଗୋଟିଏ ଧାଡି ମୋତେ ଭାରି ଭଲ ଲାଗିଥିଲା। ସେ ଧାଡିଟି ଥିଲା, "ମଣିଷ ସବୁବେଳେ ଗୋଟିଏ ଅତୀତର ଘଟଣା କିମ୍ବା ସମସ୍ୟା କିମ୍ବା ଯୁକ୍ତିକୁ ନେଇ ରାଗିଥାଏ। କିନ୍ତୁ ଅତୀତ ବା ବିତିଯାଇଥିବା ସମୟ ଉପରେ ରାଗିଲେ କ'ଣ ଲାଭ ହେବ। ବିତିଯାଇଥିବା ସମୟ ତ ଫେରିବନି କିନ୍ତୁ ସେଇ ବିତିଯାଇଥିବା ସମୟକୁ ନେଇ କରାଯାଉଥିବା କ୍ରୋଧ ଆମର ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିଦେବ।"

Advertisment

ତେବେ ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। ନିଜ ମନ ମୁତାବକ କାମ ନହେବା, ଅବହେଳା, ଅବମାନନା, ଅପମାନ, ଠିକ ରୂପରେ କାମ ନହେବା, ଯୁକ୍ତିତର୍କ ସମୟରେ ମଣିଷ କ୍ରୋଧିତ ହେବା ସ୍ୱଭାବିକ। କିନ୍ତୁ ଛୋଟଛୋଟ କଥାରେ ରାଗିବା, ସବୁବେଳେ କ୍ରୋଧାନ୍ୱିତ ହୋଇ ପାଟିତୁଣ୍ଡ କରିବା, ଚିତ୍କାର କରିବା କିମ୍ବା କ୍ରୋଧକୁ ନିଜ ଭିତରେ ଚାପି ରଖିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ।

  • ରାଗିବା ଦ୍ଵାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍ (ଉଭୟ ମସ୍ତିଷ୍କ ଭିତରେ ରକ୍ତସ୍ରାବ ଏବଂ ଜମାଟ ବାନ୍ଧିଯିବା)ର ଆଶଙ୍କା ତିନି ଗୁଣ ବଢିଯାଏ।
  • ରାଗିକରି ପାଟିତୁଣ୍ଡ କରିବା, ଚିତ୍କାର ଛାଡିବା, ଫିଙ୍ଗାଫୋପଡା କରିବା, ମାଡ୍‌ପିଟ୍ ଆଦି କରିବା ହୃଦୟ ଉପରେ ଖୁବ ଖରାପ ପ୍ରଭାବ ପକାଏ। ରକ୍ତଚାପ ବଢିବା ସହ ଗବେଷଣା ଅନୁସାରେ କ୍ରୋଧ କରୁଥିବା ବ୍ୟକ୍ତିଙ୍କ ଠାରେ ହୃଦଘାତର ଆଶଙ୍କା ୨ ଗୁଣ ଅଧିକ ଥାଏ।
  • ୮୦ ବର୍ଷ ଅବଧିର ଗୋଟିଏ ଗବେଷଣାରେ ଲକ୍ଷ କରାଯାଇଛି ଯେ, କୌଣସି ଧୂମପାନ ନ କରୁଥିବା ବ୍ୟକ୍ତି ମଧ୍ୟ କେବଳ ବାରମ୍ବାର କ୍ରୋଧାନ୍ୱିତ ହେବା, ରାଗି ଅନ୍ୟମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ଏବଂ ଗାଳିଗୁଲଜ କରିବା ଦ୍ୱାରା ମାରାତ୍ମକ ଫୁସ୍‌ଫୁସ୍‌ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି।
  • ଗବେଷଣାରୁ ଦେଖାଯାଇଛି ଯେ ଯେଉଁମାନେ ପରିସ୍ଥିତିରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ସେମାନଙ୍କ ଠାରେ ମାନସିକ ଦୁଃଶ୍ଚିନ୍ତା ବା ଆଙ୍ଗ୍‌ଜାଇଟିର ଲକ୍ଷଣ ମଧ୍ୟ ବଢିଯାଏ। ଚିଡିଚିଡାପଣ, ଏକାଗ୍ରତାରେ ଅଭାବ, ଅସଫଳତା ତଥା ବନ୍ଧୁ-ପରିଜନଙ୍କ ସହ ଅପ୍ରିୟତା ମଧ୍ୟ ବଢେ।
  • ନିଜ କ୍ରୋଧ କିମ୍ବା ଅସନ୍ତୋଷକୁ ପ୍ରକାଶ ନକରି ନିଜ ଭିତରେ ଚାପି ରଖୁଥିବା ବ୍ୟକ୍ତିଙ୍କ ଠାରେ ଭିଷଣ ମାନସିକ ଅବସାଦ ଦେଖାଯାଏ। ଅବସାଦ କାରଣରୁ କାର୍ଯ୍ୟକ୍ଷେତ୍ରରେ ବିଫଳତା, ଏକାଗ୍ରତାରେ ଅଭାବ ଦେଖାଯିବା ସହ ଏହି ବ୍ୟକ୍ତିମାନେ ଧିରେଧିରେ ନିଜକୁ ପରିବାର ଏବଂ ସମାଜ ଠାରୁ ବାଛନ୍ଦ କରିନିଅନ୍ତି।
  • ନିକଟରେ କରାଯାଇଥିବା ଏକ ଗବେଷଣା ଅନୁସାରେ କୌଣସି ବ୍ୟକ୍ତି ଯଦି ନିଜ ଅତୀତର ଏକ ତୀବ୍ର କଟୁ ଏବଂ କ୍ରୋଧାନ୍ୱିତ ହେବାର ଘଟଣା ମନେପକାଏ ତା’ହେଲେ ତାଙ୍କ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ ଏ ଆଣ୍ଟିବଡିର (ଶରୀରର ରୋଗପ୍ରତିରୋଧକ ଶକ୍ତିର ପ୍ରଥମ ସୋପାନ) ମାତ୍ରା ଛ' ଘଣ୍ଟା ପର୍ଯ୍ୟନ୍ତ କମିଯାଏ। ତେଣୁ ଯେଉଁମାନେ ବାରମ୍ବାର କ୍ରୋଧିତ ହୁଅନ୍ତି, ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ଭୀଷଣ ଭାବରେ ପ୍ରଭାବିତ ହୁଏ ଏବଂ ସେମାନେ ବାରମ୍ବାର ବେମାର ପଡନ୍ତି।
Advertisment

କ୍ରୋଧାନ୍ୱିତ ହୋଇ ଦୁର୍ବ୍ୟବହାର କରିବା ହେଉ, ଫିଙ୍ଗାଫୋପଡା କରିବା ହେଉ କିମ୍ବା ନିଜ ରାଗକୁ ନିଜ ଭିତରେ ଚାପି ରଖିବା ହେଉ, ଉଭୟ ଅବସ୍ଥା ମଣିଷର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ତା'ର ଆୟୁଷ କମାଇ ଥାଏ। କ୍ରୋଧର ବଶବର୍ତ୍ତୀ ନ ହୋଇ ଧୈର୍ଯ୍ୟର ସହ ଯେକୌଣସି ପରିସ୍ଥିତିରେ ସମସ୍ୟା ଏବଂ ସମାଧାନ ବିଷୟରେ ଆଲୋଚନା କରିବା ହିଁ ଠିକ ଉପାୟ।

ନିଜର ବିରକ୍ତ ଏବଂ ଅସନ୍ତୋଷକୁ ନ ଚାପି ବର° ସେ ବିଷୟରେ ପ୍ରକାଶ କରି ତା’ର ସମାଧାନ କରିବା ଠିକ। ୱାକି°, ସାଇକେଲି° ଏବଂ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ ଶରୀରର ଏନେର୍ଜିକୁ ବାଲାନ୍ସ କରି କ୍ରୋଧକୁ ନିୟନ୍ତ୍ରଣ କରେ।

ସେହିପରି ମୃଦୁ ସଙ୍ଗୀତ ଏବଂ ଧ୍ୟାନ ମୁଦ୍ରାରେ ବସିବା ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରେ। ଏହାଛଡା ବହି ପଢିବା, ପଜ୍ଜଲ୍ ସମାଧାନ କରିବା, ସୁଡୁକୁ ସମାଧାନ କରିବା ଏସବୁ ମସ୍ତିଷ୍କକୁ ଶାନ୍ତ ରହିବାରେ ସାହାଯ୍ୟ କରେ। ଯେକୌଣସି ପରିସ୍ଥିତି ଆସୁପଛେ; କ୍ରୋଧରେ ନୁହେଁ, ବିଚାର ଏବଂ ଆଲୋଚନାରେ ହିଁ ସମାଧାନ ମିଳିଥାଏ।

ଭୁବନେଶ୍ୱର, ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
Advertisment
Advertisment