Advertisment

Vastu Tips: ଘରେ ରଖନ୍ତୁ ନାହିଁ ହିଂସ୍ରଜନ୍ତୁଙ୍କ ଫଟୋ; ପଡ଼ିବ ନକରାତ୍ମକ ପ୍ରଭାବ

ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରୁ ବାସ୍ତୁଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବାସ୍ତୁ ବିରୋଧୀ ନିର୍ମାଣ କରାଯାଇଥାଏ, ତେବେ ସେ ଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି ଓ କାର୍ଯ୍ୟରେ ବିଷମତା ଦେଖାଯାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home: Positive and Negative Effects Of Wild Animals Photos

Do not keep photos of wild animals at home; There will be negative effects

ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ ଦେଶର ଜ୍ଞାନୀ-ଗୁଣୀ ଋଷିମାନେ ମାନବ କଲ୍ୟାଣ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରି ବାସ୍ତୁଶାସ୍ତ୍ରର ରଚନା କରିଛନ୍ତି। ସେମାନେ ନିଜ ନିଜର ସାଧନା ଓ ଅନୁଭୂତି ବଳରେ ରଚିତ ଗ୍ରନ୍ଥମାନଙ୍କରେ ବାସସ୍ଥଳିଗୁଡିକରେ ପ୍ରକୃତିରୁ ପଡୁଥିବା ବିଭିନ୍ନ ସକରାତ୍ମକ ଓ ନକରାତ୍ମକ ଉର୍ଜାର ପ୍ରଭାବମାନ ସବୁ ବର୍ଣ୍ଣନା କରିଯାଇଛନ୍ତି । ଏହାଦ୍ୱାରା ଆମେ ଆମ ଗୃହନିର୍ମାଣ ସମୟରେ ସେହି ନିୟମଗୁଡିକ ମାନିଲେ ଆମେ ପ୍ରକୃତିର ସକରାତ୍ମକ ଉର୍ଜା ବା ଶକ୍ତିର ଶୁଭ ପ୍ରଭାବକୁ ପାଇପାରିବା।

Advertisment

ମଣିଷ କର୍ମ ଯାହାବି କରନ୍ତୁ ନା କାହିଁକି କିନ୍ତୁ ରହିବା ପାଇଁ ବାସସ୍ଥଳି ନିହାତି ଦରକାର। ଏଣୁ ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରୁ ବାସ୍ତୁଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବାସ୍ତୁ ବିରୋଧୀ ନିର୍ମାଣ କରାଯାଇଥାଏ ତେବେ ସେ ଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି ଓ କାର୍ଯ୍ୟରେ ବିଷମତା ଦେଖାଯାଏ। ଯଦି ବାସ୍ତୁ ଅନୁଯାୟୀ ଘର ନିର୍ମାଣ ହୋଇଥାଏ ତେବେ କୌଣସି ଅସୁବିଧା ହୋଇ ନଥାଏ।

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଗୃହବାସୀଙ୍କ ଉପରେ ଦୈବୀକୃପା ମିଳିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ। ଏଣୁ କେତେକ ଗୁରୁତ୍ୱପୂର୍ଣ୍ଣ ବାସ୍ତୁଶାସ୍ତ୍ରର ନିୟମମାନ ହେଉଛି ଏହି ନିୟମ ସହିତ ନିଜ ନିଜର ବାସ୍ତୁ ସହିତ ମିଳାଇ ଦେଖନ୍ତୁ ଯଦି ବିପରୀତ ଥାଏ ତେବେ ଏହାକୁ ଠିକ କରି ନିଅନ୍ତୁ ଏବଂ ଏହାର ଶୁଭଫଳ ନିଜେ ଅନୁଭବ କରନ୍ତୁ।

  • ନିଜ ଘରର ମୁଖ୍ୟଦ୍ୱାର ଅନ୍ୟ ଘରର ମୁଖ୍ୟ ଦ୍ୱାରର ଠିକ ସାମ୍ନାରେ ରହିବା ଅନୁଚିତ।
  • ମୁଖ୍ୟ ଦ୍ୱାରର ସାମ୍ନାରେ ରୋଷେଇ ଘରର ଦ୍ୱାର ରହିବା ଠିକ ନୁହେଁ। କାରଣ ଘରକୁ ବାହାର ଲୋକ ଆସିଥାନ୍ତି ଏବଂ ସେମାନଙ୍କ ସିଧା ନଜର ଘର ପାଇଁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଉପରେ ପଡିବା ଶୁଭ ନୁହେଁ।
  • ରୋଷେଇ ଘର, ପୂଜା ଘର ଓ ଶୌଚାଳୟ ପରସ୍ପର ସାମ୍ନାସାମ୍ନି କି ପାଖାପାଖି କରିବା ଉଚିତ ନୁହେଁ।
  • ଏପରି କରିବା ଦ୍ୱାରା ଶୌଚାଳୟରୁ ନିର୍ଗତ ନେଗେଟିଭ୍ ଏନର୍ଜି ରୋଷେଇଘର ଏବଂ ପୂଜା ଘରକୁ ଯାଇଥାଏ ଯାହାଦ୍ୱାରା ଆମ ଖାଦ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଖାଦ୍ୟ ସେବନ ଦ୍ୱାରା ଆମେ ରୋଗାକ୍ରାନ୍ତ ହେଇଥାଉ।
  • ବିଜୁଳି ଯନ୍ତ୍ରପାତି ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବେ। କାରଣ ବିଜୁଳି ଚାଳିତ ଯନ୍ତ୍ରପାତି ସବୁ ଉତ୍ତାପ ସୃଷ୍ଟି କରିଥାଏ ଏଣୁ ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ କୋଣରେ ଅଗ୍ନି ସମ୍ବନ୍ଧିତ କାର୍ଯ୍ୟ ସବୁ ଶୁଭ ଫଳ ଦେଇଥାଏ।
  • ଘରେ ଯୁଦ୍ଧ, ଅପରାଧ, ଅଶାନ୍ତି, ହିଂସ୍ରଜନ୍ତୁମାନଙ୍କ ଫଟୋଚିତ୍ର ଲଗାଇବା ଠିକ୍ ନୁହେଁ। ଏହାଦ୍ୱାରା ନକରାତ୍ମକ ପ୍ରଭାବ ଆମ ଅବଚେତନ ମନରେ ପଡିଥାଏ ଯାହାଦ୍ୱାରା ଆମର ସ୍ୱଭାବ ମଧ୍ୟ ସେହି ଅନୁରୂପ ହୋଇଯାଇଥାଏ।
  • ଘରର ଦ୍ୱାର, ଝରକା ଆଦି ତଳ ମହଲାରେ ଅଧିକ ଏବଂ ଉପର ମହଲାରେ କମ୍ ହେବା ଶୁଭ।
  • ଡଷ୍ଟ୍‌ବିନ୍ ଘରର ମୁଖ୍ୟଦ୍ୱାର ସାମ୍ନାରେ ରହିବା ଉଚିତ ନୁହେଁ।
  • ଶୌଚାଳୟର ସିଟ୍ ଉତ୍ତର-ଦକ୍ଷିଣ କରି ବସାଇବା କଥା। ଶୌଚହେବା ସମୟରେ ଉତ୍ତର ମୁଖ ହୋଇ ଶୌଚକରିବା ଭଲ। ସୂର୍ଯ୍ୟଙ୍କୁ ଆମେ ଦେବତା ମାନିଥାଉ, ଏଣୁ ପୂର୍ବ କିମ୍ବା ପଶ୍ଚିମ ହୋଇ ମଳ ତ୍ୟାଗ କରିବା ଉଚିତ ନୁହେଁ।
  • ଘରର ମୁଖ୍ୟଦ୍ୱାର ଏପରି ହେବା ଦରକାର ଯେମିତି ଅନ୍ୟ ଘରର ଛାଇ ଏହା ଉପରେ ପଡ଼ିବ ନାହିଁ।
  • ଘରେ ଭଙ୍ଗାରୁଜା ଜିନିଷ ବିଶେଷକରି ଦର୍ପଣ ରଖିବା ଅନୁଚିତ।

ଏହି କେତେକ ଦିଗ ପ୍ରତି ବିଶେଷ ଯତ୍ନବାନ ହେଲେ ଅନେକ ବାସ୍ତୁଦୋଷରୁ ଆମେ ନିଜକୁ ଦୂରେଇ ରଖିପାରିବା ଏବଂ ଶୁଭଫଳ ପାଇବା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Vichar
Advertisment
Advertisment