ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି ।
ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?
ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ ।
ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।
ଚନ୍ଦନ ଯାତ୍ରା ଗଲା, ସ୍ନାନଯାତ୍ରା ବି ସରିଗଲା ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର। ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?
ପୋଲିସର ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି । ତେଣୁ ଡ୍ରୋନ୍ ଉଡ଼ାଣ ଉପରେ ମନା ରହିଛି । ବିନା ଅନୁମତିରେ କେହି ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ ବୋଲି କହିଛି ପୁରୀ ପୋଲିସ ।
ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ।
ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।
ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ
ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।
ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।
୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ।
ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଲାଗିବ
ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଖ୍ୟାତ। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ। ଆସନ୍ତୁ ଜାଣିବା।
ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ବିଚ୍ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।
ପୂଜାର୍ଚ୍ଚନା ବଦଳରେ ପରିତ୍ୟକ୍ତ ପରିବେଶରେ ପଡି ରହିଛି ପ୍ରତିମୂର୍ତ୍ତି । ଫିଙ୍ଗା ଫୋପଡ଼ା ଅବସ୍ଥାରେ ଗଦା କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ନିଆଯିବ ପଦକ୍ଷେପ କହିଲେ ମୁଖ୍ୟ ପ୍ରଶାସକ ।
ସମାସ୍ୟା ସମାଧାନ ପାଇଁ ଗାଁ କାଳେସୀ ନିକଟରେ ଲୋକଙ୍କ ଭିଡ଼ । ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ସତ୍ତ୍ୱେ ଏବେ ବି ଗାଁ ଗଣ୍ଡାରେ ଚାଲିଛି କାଳେସୀ ପରମ୍ପରା ।
ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅର୍ଦଳି ସହିଥିଲା, ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ।