Advertisment

ବଡ଼ଦାଣ୍ଡରେ ଅସହ୍ୟ ଗୁଳୁଗୁଳି, ତଥାପି ଭକ୍ତଙ୍କ ମନରୁ କମି ନାହିଁ ଉତ୍ସାହ

ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଥିବା ବେଳେ ପୁରୀ ୩୫ ଡିଗ୍ରୀ ଛୁଇଁଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri Ratha Jatra 2023

Ratha Jatra

ପୁରୀରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା । ଝାରସୁଗୁଡା ୩୭.୨ ଡିଗ୍ରୀ ଛୁଇଁଥିବା ବେଳେ ଚାନ୍ଦବାଲି ୩୭ ଡିଗ୍ରୀ, ଭୁବନେଶ୍ୱର ୩୬.୮ ଡିଗ୍ରୀ, ବାଲେଶ୍ୱର୩୬.୬ ଡିଗ୍ରୀ, ସମ୍ବଲପୁର ୩୬ ଡିଗ୍ରୀ, ପୁରୀ ୩୫ ଡିଗ୍ରୀ, କେନ୍ଦୁଝର ୩୪ ଡିଗ୍ରୀ, ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଥିବା ବେଳେ ପୁରୀ ୩୫ ଡିଗ୍ରୀ ଛୁଇଁଛି ।

Advertisment

ଅନ୍ୟପଟେ ଆଜି ପୁରୀ ସହରରେ ବର୍ତମାନ ସମୟରେ ଦକ୍ଷିଣପଶ୍ଚିମ ଦିଗରୁ ପବନ ବହିବା ସହ ଘଣ୍ଟା ପ୍ରତି ଏହାର ବେଗ ୧୦ରୁ ୧୨ କିମି ରହିଛି । ଏହାସହ ଦିନ ୧୧.୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଏବଂ ଆଦ୍ରତା ୬୯% ରେକର୍ଡ ରହିଛି । ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ସହ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୁତି ହେଉଛି । ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରଯାଇଛି ।

ତେବେ ଏହି ଖରା ଓ ତାତିକୁ ଦୃଷ୍ଟିରେ ରଖି ଓଟିଭି କେୟାର୍ସ ପକ୍ଷରୁ ପୁରୀରେ ଭକ୍ତମାନଙ୍କ ପାଇଁ ଫାଷ୍ଟଏଡ୍‌ ସେବା ଯୋଗାଇ ଦିଆଯିବା ସହ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି ।

Advertisment

Heat Wave Weather Update Ratha Jatra
Advertisment
Advertisment