/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687231613.jpg)
Ratha Jatra
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଦୁଲୁକୁଛି ବଡ଼ ଦାଣ୍ଡ । ବଡ଼ ଦାଣ୍ଡରେ ଳାଗିଛି ଭକ୍ତଙ୍କ ଭିଡ଼ । ଘଣ୍ଟ ଘଣ୍ଟା କାହାଳି ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ । କାଳିଆର ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଆଉ ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ସଜେଇ ହୋଇ ରହିଛି ତିନି ରଥ । ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ତିନିଠାକୁର ।
ପଢନ୍ତୁ ରଥଯାତ୍ରାର ଲାଇଭ ଅପଡେଟ...
#ଝୁଲିଝୁଲି_ଆସିବ_କାଳିଆ
ଭକ୍ତଙ୍କ ଗହଣକୁ ଝୁଲିଝୁଲି ଆସିବ କାଳିଆ, ଝୁମିଝୁମି ନାଚୁଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଶୁଭୁଛି ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁରର ଶବ୍ଦ । #ରଥଯାତ୍ରା#ଘୋଷଯାତ୍ରା#RathaJatra#RathYatra2023#GhoshaJatra#SrigundichaJatra#Puri#Odisha#OTV#JayJagannath
WATCH:https://t.co/hSZf4TIyT5pic.twitter.com/bevbp6IYqO— ଓଟିଭି (@otvkhabar) June 20, 2023
ତେବେ ବଡ଼ ଦାଣ୍ଡରେ ଦେଖିବାକୁ ମିଳିଛି ପାରମ୍ପରିକ ନୃତ୍ୟ କଳା । ବିଭିନ୍ନ ଦେବା ଦେବୀଙ୍କ ରୂପରେ ସଜେଇ ହୋଇଛନ୍ତି ଭକ୍ତ ଓ କଳାକାର । କିଏ ନାଚି ନାଚି କାଳିଆକୁ ଡାକୁଛି ତ କିଏ ଗୀତ ଗାଇ କାଳିଆର ଦୃଷ୍ଟି ଆକର୍ଷଣ କରୁଛି । ସେପଟେ ଜୟ ଜଗନ୍ନାଥ ଧ୍ୱନୀ ସହ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦରେ ଉଚ୍ଛୁଳୁଛି ଶ୍ରୀକ୍ଷେତ୍ର ।
#ଭାବର_ଠାକୁରଙ୍କ_ପାଇଁ_ଭକ୍ତ_ବିଭୋର
ବଡ଼ଦାଣ୍ଡରେ ନାଚୁଛି ଭକ୍ତଙ୍କ ପାଦ । ଜୟ ଜଗନ୍ନାଥ ଧ୍ୱନୀ ସହ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦରେ ଉଚ୍ଛୁଳୁଛି ଶ୍ରୀକ୍ଷେତ୍ର । #RathaJatra#RathYatra#RathYatra2023#GhoshaJatra#SrigundichaJatra#Puri#Odisha#OTV#JayJagannath
WATCH:https://t.co/hSZf4TIyT5pic.twitter.com/DeSeUiBbga— ଓଟିଭି (@otvkhabar) June 20, 2023
ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରେରେ ଭବ୍ୟ ପ୍ରସ୍ତୁତି ହୋଇଥିବା ବେଳେ, କଡ଼ା ସୁରକ୍ଷା ବଳୟରେ ରହିଛି ବଡ଼ ଦାଣ୍ଡ । ଦେଶର କୋଣ ଅନୁକୋଣରୁ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)