• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଜୟ ଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳି ପଡ଼ୁଛି ଶ୍ରୀକ୍ଷେତ୍ର । ଭକ୍ତ ଆଉ ଭଗବାନ୍ ଆଜି ଏକାକାର । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଶ୍ରୀଜିଉ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଛି । ହେଲେ ରଥଟଣା ସମୟରେ ଘଟିଛି ଅଘଟଣ ।

ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହୋଇଛି । ଅଧିକ ଭିଡ଼ ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଏଥିରେ ଏକାଧିକ ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ତୁରନ୍ତ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Rath Jatra Live Updates: ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

ସେପଟେ ରଥଯାତ୍ରା ପାଇଁ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି । ପୁରୀ ସହର ଭିତରେ ଦୁଇଟି ଓ ବାହାର ଅଞ୍ଚଳର ଟ୍ରାଫିକ ବ୍ୟବସ୍ଥାକୁ ୩ ଭାଗରେ ବିଭକ୍ତ କରାଯାଇଛିା ପ୍ରତିଟି କୋଣ ଅନୁକୋଣରେ ସିସିଟିଭି ଲଗାଯାଇଛି ।

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅଥୟ କରୁଛି । ତଥାପି ପ୍ରଚଣ୍ଡ ତାତିକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି ।