Advertisment

ଅଟକିଲେ ଦେବଦଳନ ଓ ନନ୍ଦିଘୋଷ, କାଲି ପୁଣି ଟଣାହେବ ରଥ

ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ଏହାସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ।

author-image
Chandan Shishu
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅଟକି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଛି।

Advertisment

ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ସକାଳ ୯ଟା ସୁଦ୍ଧା ରଥଟଣା ଯିବ ବୋଲି ବରିଷ୍ଠ ସେବାୟତ ସୂଚନା ଦେଇଛନ୍ତି।

ତେଣୁ ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ଏହାସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ। ଏହାର ପରଦିନ ଅର୍ଥାତ ଗୁରୁବାର ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୁରତି। ଶୁକ୍ରବାର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ମଣ୍ଡପ ପାଇପାରିବେ।

Advertisment

ଏପଟେ ବଳଭଦ୍ରଙ୍କ ରଥ ଶରଧାବାଲିରେ ଲାଗିବା ପୂର୍ବରୁ ରାତି ହୋଇଯାଇଥିବାରୁ ସନ୍ଧ୍ୟା ପରେ ରଥ ଟଣାଯିବାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

Ratha Jatra
Advertisment
Advertisment