Advertisment

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri Jagannath Ratha Jatra 2023

PM Narendra Modi

ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସାରା ବିଶ୍ୱ ଆଜି ଭକ୍ତମୟ। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ।

Advertisment

ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ରହିଛି ତିନି ରଥ । ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗନ୍ନାଥ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରେରେ ଭବ୍ୟ ପ୍ରସ୍ତୁତି ହୋଇଥିବା ବେଳେ, କଡ଼ା ସୁରକ୍ଷା ବଳୟରେ ରହିଛି ବଡ଼ ଦାଣ୍ଡ । ଦେଶର କୋଣ ଅନୁକୋଣରୁ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ ।

ଅଧିକ ପଢ଼ନ୍ତୁ: ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ

Advertisment

ଏହି ଅବସରରେ ଆସନ୍ତୁ ରଥଯାତ୍ରାର କେତେକ ବିଧିବିଧାନ ଜାଣିନେବା। ତେବେ ଏହି ପବିତ୍ର ଘୋଷଯାତ୍ରା ଅବସରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ।

ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ ପରେ ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟ ପୂଜା, ଇତ୍ୟାଦି ନୀତି ସେହି ଦିନର ପାଳିଆ ସେବକମାନଙ୍କ ଦ୍ୱାରା ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡି ଭୋଗ) ପୂଜା ହୁଏ।

ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତା’ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ିଥାଏ।

PM Narendra Modi Ratha Jatra
Advertisment
Advertisment