• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଛି । ଆଜି ୩ଟା ୪ ମିନିଟରେ ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି ।

ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

ତେବେ ରଥଟଣା ସମୟରେ ଠେଲାପେଲା ହୋଇଛି । ମରିଚିକୋଟ ଛକରେ ଠେଲାପେଲାରେ ଏକାଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବର୍ତ୍ତମାନ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ସେପଟେ ରଥଯାତ୍ରା ଅବସରରେ ଦୁଲୁକୁଛି ବଡ଼ ଦାଣ୍ଡ । ବଡ଼ ଦାଣ୍ଡରେ ଳାଗିଛି ଭକ୍ତଙ୍କ ଭିଡ଼ ।  କାଳିଆର ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ। 

ଅଧିକ ପଢ଼ନ୍ତୁ: ବଡ଼ଦାଣ୍ଡରେ ଅସହ୍ୟ ଗୁଳୁଗୁଳି, ତଥାପି ଭକ୍ତଙ୍କ ମନରୁ କମି ନାହିଁ ଉତ୍ସାହ

ଅନ୍ୟପକ୍ଷରେ ୧୫ ଦିନର ଅଣସର ପରେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ହଜାର ହଜାର ଭକ୍ତ । ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ ଭକ୍ତ। ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା ।

ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ।