ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।
ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।
ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ ।
୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି।
ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।
ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?
କିଛି ଦିନ ହେଲା ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି।
ଆଜିଠାରୁ ଏହା ପୁଣି ସେବା ପ୍ରଦାନ କରିବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।
ବନ୍ଦେ ଭାରତ ଏକ୍ସପ୍ରେସ୍..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍ ଟିକେଟ୍ ୧୨୬୫ ଟଙ୍କା ଓ ଏକ୍ଜିକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି ।
ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ ।
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।
ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।
କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି
ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ
କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।
୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।
ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।
ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।
ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି।
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି