/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687191101.jpg)
Puri Ratha Jatra Parking System
ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ବସ୍ଗୁଡ଼ିକର ପାର୍କିଂ ପାଇଁ ସୁବ୍ୟବସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ ଏବଂ ଏଠାରୁ ଯିବା ଆସିବା କରିବେ । ଭୁବନେଶ୍ୱର ପଟରୁ ପୁରୀକୁ ଆସୁଥିବା ନିୟମିତ ବସ୍, ଏପରିକି ମୋ ବସ୍ ମାଳତୀପାଟପୁର ଓଭରବ୍ରିଜ ଦେଇ ତାଳବଣିଆକୁ ଯିବେ ଏବଂ ସେଠାରେ ପାର୍କିଂ କରିବେ ।
ଭୁବନେଶ୍ୱରରୁ ଆସୁଥିବା ଅନ୍ୟ ଚାରି ଚକିଆ ଯାନ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଆସି ଏହି ସବୁ ସ୍ଥାନରେ ପାର୍କିଂ କରିବେ। ତେବେ ତାଳବଣିଆରେ ବସରୁ ଓହ୍ଲାଇବା ପରେ ଶ୍ରୀମନ୍ଦିର ଯିବାକୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ବସ୍ କର୍ମଚାରୀ। ବିଶେଷ କରି ରାତିରେ ସମସ୍ୟା ହେବ।
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଚାରି ଚକିଆ ଗାଡ଼ି ମଙ୍ଗଳା ଘାଟ ବାଇପାସ୍ ଦେଇ ଫ୍ଲୋରିସ ଇଣ୍ଡିଆ ନିକଟରେ ପାର୍କିଂ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଗ୍ରୀଡ୍ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ ଓ ଇନଡୋର୍ ଷ୍ଟାଡିୟମରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ବସ୍ ମାଳତୀପାଟପୁରରେ ରହିବ।
ଭୁବନେଶ୍ୱର ପଟରୁ ଆସୁଥିବା ଦୁଇ ଚକିଆ ଯାନ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଣାଣି ଚଣ୍ଡୀରେ ପାର୍କ କରିବେ । ସେହିପରି କୋଣାର୍କ ପଟରୁ ଆସୁଥିବା ଦୁଇ ଚକିଆ ଯାନ ସିଟି ରୋଡ୍, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଚଳ ଅଶୋକରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ପାସ୍ ଥିବା ଗାଡ଼ି ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଂ ରୋଡ୍, ଲୋକନାଥ ରୋଡ୍ ଦେଇ ଛପନ ଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବେ ।
ଏହି ଟ୍ରାଫିକ୍ ନିୟମ ୧୯ ତାରିଖ ରାତି ୧୨ଟାରୁ ୨୧ ତାରିଖ ରାତି ୧୨ଟା ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ ହେବ। ଭକ୍ତଙ୍କ ସୁବିଧା ପାଇଁ ତାଳବଣିଆରୁ ଜିଲ୍ଲା ସ୍କୁଲ ଓ ମାଳତୀ ପାଟପୁରରୁ ଅଠର ନଳା ପର୍ଯ୍ୟନ୍ତ ସଟଲ୍ ସର୍ଭିସ ବ୍ୟବସ୍ଥା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)