Advertisment

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nabajouban Darshan

Today nabajouban darshan of lord jagannath and his siblings

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୀର୍ଘ ୧୪ ଦିନ ଅନବସରର ଗୁପ୍ତନୀତି ଗତକାଲି ଶେଷ ହେବା ପରେ ମହାପ୍ରଭୁ ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

Advertisment

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ କରିଥିବା ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିନ ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ। ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ। 

ଅଧିକ ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ...

Advertisment

ସେପଟେ ରଥ ପଥ ଜଗନ୍ନାଥ ସମସ୍ତେ ପ୍ରସ୍ତୁତ। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଜି ତିନି ରଥକୁ ଟାଣି ଟାଣି ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯିବ। ଆଜି ସକାଳ ଧୂପ ପରେ ତିନି ବାଡରୁ ଆଜ୍ଞା ମାଳ ଆସିବ। ତିନି ରଥକୁ ଆଜ୍ଞାମାଳ ଯିବା ପରେ ସିଂହଦ୍ୱାରକୁ ରଥଟଣା ଯିବ।

ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍। ଟ୍ରାଫିକ ପରିଚାଳନା ଲାଗି ପୁରୀ ସହରକୁ ମୋଟ୍‌ ୧୪ଟି ଜୋନ୍‌ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Ratha Jatra
Advertisment
Advertisment