ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ପିନ୍ଧିବେ...ମହିଳା ପିନ୍ଧିବେ ଶାଢ଼ୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ
ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା ।
ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।
ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ ।
ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ ।
ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ ।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର । ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଦେଖାଇ କୋମଳମତି ପିଲାଙ୍କୁ ଠକି ଦେଇଛନ୍ତି ସରକାର । କେଉଁଠି ପିଲାମାନେ ଗଛ ତଳେ ପଢୁଛନ୍ତି, କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ, ତ ଆଉ କେଉଁଠି ଛେଳିମେଣ୍ଢା ଗୁହାଳ ଭଳି ଜାକିଜୁକି ହୋଇ ଗୋଟିଏ ରୁମରେ । ବାଲେଶ୍ୱର ସଦର ବ୍ଲକ୍ ହିଞ୍ଜଳାର ପିଲାମାନଙ୍କ ଦେହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୟୁନିଫର୍ମ, କିନ୍ତୁ ଦରିପାଲରେ ଚାଲିଛି ପାଠପଢ଼ା ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।
ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯାଇଥାଏ।
ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଧଳାକପଡାରେ ସମ୍ପୂର୍ଣ୍ଣ ଆବଦ୍ଧ କରିଥିଲା କିଏ ।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।
ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।
ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି।
ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍।
୯୯ ବାତ୍ୟାରେ ଘର ଭାଙ୍ଗିଲା, ଫନି ମୂଳପୋଛ କରିଦେଲା । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ଘର ମିଳିଲାନି । ୧୦ ହଜାର ଦେଲେ ଯେ ସେତିକିରେ ଘର ହେବ କେମିତି ? ବାବୁଙ୍କ ପାଖକୁ ଗଲା ବେଳକୁ
ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ।
କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।
ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।