• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀମନ୍ଦିରର ସେବାନିବୃତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ରୁ ୯ ଘଣ୍ଟା ଖାଡ଼ା ଉପାସ ରହିଲେ ଚତୁର୍ଦ୍ଧାମୂରତୀ । ଶ୍ରୀମନ୍ଦିର କମାଣ୍ଡର ସବୁ କାଣ୍ଡକାରଖାନା ଦେଖୁଥିଲେ । ହେଲେ କେହି ଜଣେ ବି ପାଳିଆ ସେବାୟତ ମୁହଁ ଖୋଲୁନଥିଲେ । ତେଣୁ ୭ଘଣ୍ଟା ନୀତି ବନ୍ଦ ସାଙ୍ଗକୁ ଦୁଇ ଦୁଇ ଥର ମହାସ୍ନାନ ସରି ମହାପ୍ରଭୁ ସକାଳ ଜଳଖିଆ ଗୋପାଳ ବଲ୍ଳଭ ଖାଇଲାବେଳକୁ ସନ୍ଧ୍ୟା ୫ ବାଜିଗଲା ।

ତେବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବା ଆଜିର ଘଟଣା ପଛର କି କାରଣ ? ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ସୂଚନା ଅନୁସାରେ, ସକାଳ ୬ଟା ୫୫ ମିନିଟ୍‌ରେ ମଙ୍ଗଳ ଆଳତୀ ସରିବା ପରେ ସୃଷ୍ଟି ହୋଇଥିଲା ବିବାଦ । ଅନ୍ୟ ଜାତିରେ ବିବାହ କରିଥିବାରୁ ୫ବର୍ଷ ତଳୁ ନିଜ ନିଯୋଗ ଦ୍ୱାର ସେବାନିବୃତ ହୋଇଥିବା ସିଂହାରୀ ସେବକ ଶଂଙ୍ଖମିତ୍ର ସିଂହାରୀ ଆଜି ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳ ଆଳତୀ କରିଥିଲେ । ଯାହାକୁ ବିରୋଧ କରି ଅନ୍ୟ ପାଳିଆ ସେବକମାନେ ଆଉ ନୀତି ଆଗକୁ ନେଇନଥିଲେ ।

ବିବାଦ ବଢ଼ିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଏହା ତୁଟିବାବେଳକୁ ଦିନ ଦୁଇଟା ବାଜି ଯାଇଥିଲା । ମୁଖ୍ୟ ପ୍ରଶାସକ କହିଥିଲେ- ଏଭଳି ଘଟଣାର ତଦନ୍ତ ହେବ, ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଜଣେ ସେବାନିବୃତ୍ତ ସେବକ ରତ୍ନସିଂହାସନ ଉପରକୁ ଉଠିଲେ କେମିତି ? ଅନ୍ୟ ସେବକ ଓ ଶ୍ରୀମନ୍ଦିର କମାଣ୍ଡର ସେତେବେଳେ ତାଙ୍କୁ କାହିଁକି ଅଟକାଇଲେନି ? ଏସବୁ ପ୍ରଶ୍ନ ନେଇ କିନ୍ତୁ ମୁଖ୍ୟ ଶ୍ରୀମନ୍ଦିର ପ୍ରଶାସକଙ୍କ ଉତ୍ତର ଆଦୌ ସନ୍ତୋଷଜନକ ନଥିଲା ।

ଗୋଟିଏ ପଟେ ଆଜି ସପ୍ତପୁରୀ ଅମାବାସ୍ୟ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସାଙ୍ଗକୁ ନାରାୟଣଙ୍କ ସାଗର ବିଜେ ନୀତି ହୋଇଥାଏ । ହଜାର ହଜାର ଶ୍ରଦ୍ଧାଳୁ ବି ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି- ହେଲେ ଘୋର ନୀତି ବିଭ୍ରାଟ ସହ ଠାକୁରମାନେ ଖାଡ଼ା ଉପାସ ରହିବା କଥା ଶୁଣି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ତାସହ ଠିକ୍ ସମୟରେ ଆନନ୍ଦ ବଜାରରେ ମହାପ୍ରସାଦ ନପାଇ ନିରାଶ ହୋଇ ଫେରିଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଆଜି ମହାପ୍ରଙୁଙ୍କ ନୀତିକାନ୍ତିରେ ଏତେ ବଡ଼ ବିଭ୍ରାଟ ଘଟିଲା, ସେପଟେ ସେବାନିବୃତ ସେବକ ଶଂଙ୍ଖମିତ୍ର ସିଂହାରୀ କହିଛନ୍ତି ଶ୍ରୀମନ୍ଦିରରେ ଆଜି ମୋର ସେବା ଥିଲା, ତେଣୁ ଯାଇଥିଲି । ତେବେ ସେବାନବୃତ୍ତ ନେଇ କୌଣସି ନିଯୋଗଠାରୁ ଚିଠି ପାଇନାହିଁ ।

  • Reported by:
  • PRADEEP MAHANTY , MADHUSUDAN MISHRA