Advertisment

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Again Delay In Banaka Lagi Niti Of Holy Trinity

Again Delay In Banaka Lagi Niti Of Holy Trinity

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଶେଷ ଥର ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି।

Advertisment

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ଆଲୋଚନାରେ ପ୍ରତି ୧୫ ଦିନରେ ଥର ବନକଲାଗି କରିବାକୁ ସ୍ଥିର ହୋଇଥିଲା । ତେବେ ଅକ୍ଟୋବର ୫ରେ ବନକଲାଗି କରିବାକୁ ନିଷ୍ପତ୍ତି ନିଆଯାଇଛି।

ମହାପ୍ରଭୁଙ୍କ ବନକଲାଗି ନୀତି, ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା- ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି। 

Advertisment

ବନକଲାଗିରେ ମୁଖ୍ୟତଃ ୪ ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ। ଏହା ହେଲା- କଳା, ଧଳା, ନାଲି ଓ ହଳଦିଆ। ଆଉ ଏଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା- କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ। ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବାବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର।  ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ।

ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ। ପ୍ରତ୍ୟେକ ସାମଗ୍ରୀକୁ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ୍ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ହିଁ ବନକଲାଗି କରାଯାଉଥିବା ଦତ୍ତ ମହାପାତ୍ର ସେବକ କହିଛନ୍ତି।

ମହାପ୍ରଭୁଙ୍କ ବନକଲାଗି ଅତ୍ୟନ୍ତ ଗୁପ୍ତ ଓ ସମୟ ସାପେକ୍ଷ ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଠାକୁରମାନଙ୍କୁ ପହୁଡ଼ କରାଯାଇ ଏହି ନୀତି ଆରମ୍ଭ କରାଯାଏ। ଯାହାକି ଅତି କମ୍‌ରେ ୪ରୁ ୫ ଘଣ୍ଟା ଲାଗିଥାଏ। 

Puri Srimandir
Advertisment
Advertisment