• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୁତ୍ରରୁ ଜଣାପଡିଛି ।

ସେପଟେ ଗତକାଲି ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ସମ୍ପର୍ଣ୍ଣ ହୋଇଥିଲା । ଆଜି ଗରୁଡ ପାର୍ଶ୍ୱ ପରିବର୍ତ୍ତନ ନୀତି ରହିଛି । ଗତକାଲି ନିତି ବିଳମ୍ବ ଯୋଗୁଁ ଆଜି ସକାଳ ପ୍ରାୟ ୫ଟା ୫ମିନିଟରେ ମହାପ୍ରଭୁ ରାତ୍ର ପହୁଡ ହୋଇଥିଲେ । ମହାପ୍ରଭୁ ସକାଳେ ପହୁଡ ହେବା ଯୋଗୁଁ ଦର୍ଶନରେ ମଧ୍ୟ ଅହେତୁକ ବିଳମ୍ବ ହୋଇଥିଲା ।

ସକାଳ ୭ଟା ୨୫ରେ ସିଂହଦ୍ଵାର ଫିଟିଥିବା ବେଳେ ପ୍ରାୟ ୮ଟା ପରେ ଦର୍ଶନ ଆରମ୍ଭ ହୋଇଥିଲା । ନିତିକାନ୍ତି ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ଗରୁଡଙ୍କ ପାର୍ଶ୍ୱପରିବର୍ତ୍ତନ ଦ୍ୱାଦଶୀ ପାଳିତ ହେଉଥିବା ବେଳେ ମଠ ମନ୍ଦିରରେ ସୁନିଆ ପର୍ବ ପାଳିତ ହେଉଛି । ଗଜପତିଙ୍କ ଶ୍ରୀନଅରରେ ସୁନିଆ ପର୍ବ, ସାଲ ଓ ଅଙ୍କ ପ୍ରଚଳନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ସନ୍ଧ୍ୟା ସମୟରେ ଗଜପତିଙ୍କ ଶ୍ରୀନଅରରେ ୧୬ଶାସନ ବାହ୍ମଣଙ୍କ ଉପସ୍ଥିତିରେ ସୁନିଆ ପର୍ବ ପାଳିତ ହେବ ।