• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ମହାପ୍ରଭୁଙ୍କ ନୀତିକାନ୍ତି । ଶ୍ରୀମନ୍ଦିରରେ ସେବା ନିବୃତ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ଦେଖାଦେଇଛି । ସେବା ନିବୃତ ସତ୍ତ୍ୱେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତଙ୍କ ବିରୋଧ କରିଛନ୍ତି ।

ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ଶ୍ରୀଜିଉଙ୍କ ନୀତିକାନ୍ତି । ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ଉପସ୍ଥିତ ଅଛନ୍ତି । ବିଭିନ୍ନ ନିଯୋଗଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ଜାରି ରହିଛି ।

ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି ଅସନ୍ତୋଷ । ସେବାୟତଙ୍କ ଏପରି କାର୍ଯ୍ୟକୁ ଭକ୍ତମାନେ କଡ଼ା ବିରୋଧ କରିଛନ୍ତି । ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇନଥିବାରୁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

  • Reported by:
  • MADHUSUDAN MISHRA