Advertisment

ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ପାଳିଲେ ମା’ ଲକ୍ଷ୍ମୀ...

ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rishi Panchami

Rishi Panchami

ଆଜି ନୂଆଖାଇ। ପଶ୍ଚିମ ଓଡ଼ିଶାରେ ମା’ ସମଲାଇଙ୍କ ପାଖରେ ଲାଗି ହୋଇଛି ନୂଆ ଅନ୍ନ ନବାହ୍ନ। ଆଉ ଏପଟେ ଶ୍ରୀକ୍ଷେତ୍ର ପୁରୀରେ ମା’ ଲକ୍ଷ୍ମୀ ପାଳିଛନ୍ତି ଋଷି ପଞ୍ଚମୀ ବତ୍ର। ସାଧାରଣ ମଣିଷଟିଏ ଯେଉଁ ଠାକୁରାଣୀଙ୍କ ପାଇଁ ଉପବାସ କରିଥାଏ, ସେ ଠାକୁରାଣୀ ମଧ୍ୟ ଅନୁରୁପ ବ୍ରତ ପାଳନ କରିବା ଗୋଟିଏ ବୖଚିତ୍ର୍ୟମୟ କଥା ବୋଲି କହିବା ଅନୁଚିତ ହେବନି। ଦର୍ଶକବନ୍ଧୁ ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ।

Advertisment

ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀରେ ଋଷି ପଞ୍ଚମୀ ବ୍ରତ ପାଳିତ ହୁଏ। ଏହି ବ୍ରତ ସ୍ୱୟଂ ମା ଶ୍ରୀଦେବୀ ବା ମା’ ମହାଲକ୍ଷ୍ମୀ ପାଳନ କରିଥାନ୍ତି। ଏହି ଦିନ ସକାଳ ଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ରତ୍ନସିଂହାସନରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି। ଏହାପରେ ଶ୍ରୀଦେବୀଙ୍କ ବିମାନ ମାର୍କଣ୍ଡେୟ ମହାଦେବ ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯାଏ। ପୂଜାପଣ୍ଡା ବରୁଣ ପୂଜା କରିବା ପରେ ସପ୍ତ ଋଷିଙ୍କୁ ନୈବେଦ୍ୟ ସମର୍ପଣ ହୋଇଥାଏ।

ଏହାପରେ ପୂଜାପଣ୍ଡା ମା’ଙ୍କ ସମ୍ମୁଖରେ ବ୍ରତକଥା ପଠନ କରନ୍ତି। ବ୍ରତ କଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ପ୍ରତ୍ୟବର୍ତ୍ତନ କରିଥାନ୍ତି ଓ ଏହାପରେ ମଧ୍ୟାହ୍ନ ଧୂପ ବଡ ଦେଉଳରେ ସମ୍ପନ୍ନ ହୋଇଥାଏ। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ କରଯାଇଥାଏ।

Advertisment

Nuakhai Maa Laxmi
Advertisment
Advertisment