Advertisment

ଭୟଙ୍କର ଦୁର୍ଘଟଣା ! ମୋ ବସ୍‌-କାର୍‌ ଧକ୍କା, ଜଣେ ମୃତ, ୫ ଗୁରୁତର

କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Road Accident

Road Accident

କୋଣାର୍କ ବାଲିଘାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । କାରରେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀରୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ମୋ ବସ୍ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋ ବସ୍‌ ପୁରୀରୁ କୋଣାର୍କ ଯାଉଥିଲା। ବସ୍‌ରେ ସମୁଦାୟ ୭ ଜଣ ଥିଲେ। ଉକ୍ତ ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ଏକ କାର୍‌ ଆସୁଥିବା ବେଳେ ସେଥିରେ ୫ ଜଣ ଥିଲେ।  ଡିଫେନ୍ସ ରୋଡରେ ଉଭୟ ଗାଡ଼ି ମୁହାଁମୁହିଁ ପିଟି ହୋଇଥିଲେ।

ଏହାପରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିର ସମ୍ମୁଖ ପଟ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଏହି ଦୁର୍ଘଟଣାରେ କାର୍‌ର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment
Road Accident Mo Bus
Advertisment
Advertisment