• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଓ ଗୁଣାତ୍ମକ ଶିକ୍ଷା ନାଁରେ ଗଣ୍ଡାଗଣ୍ଡା ଅବ୍ୟବସ୍ଥାର ଚିତ୍ର । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ସ୍କୁଲ କୋଠା ତିଆରି ହୋଇନି, ହେଲେ ଏପଟେ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇସାରିଲାଣି । ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ଶିକ୍ଷା ସୁବିଧା ତ ଦୂରର କଥା । କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ ତ କେଉଁଠି ଗଛ ତଳେ କ୍ଲାସ ଚାଲିଛି । ଦେଖିବା ବାଲେଶ୍ୱର ଓ ପୁରୀ ଜିଲ୍ଲା ଡେଲାଙ୍ଗରୁ ରିପୋର୍ଟ ।

ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର । ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଦେଖାଇ କୋମଳମତି ପିଲାଙ୍କୁ ଠକି ଦେଇଛନ୍ତି ସରକାର । କେଉଁଠି ପିଲାମାନେ ଗଛ ତଳେ ପଢୁଛନ୍ତି, କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ, ତ ଆଉ କେଉଁଠି ଛେଳିମେଣ୍ଢା ଗୁହାଳ ଭଳି ଜାକିଜୁକି ହୋଇ ଗୋଟିଏ ରୁମରେ । ବାଲେଶ୍ୱର ସଦର ବ୍ଲକ୍ ହିଞ୍ଜଳାର ପିଲାମାନଙ୍କ ଦେହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୟୁନିଫର୍ମ, କିନ୍ତୁ ଦରିପାଲରେ ଚାଲିଛି ପାଠପଢ଼ା । ସେପଟେ ପ୍ରାୟ ୮କୋଟି ଟଙ୍କାର ସ୍କୁଲକୋଠାକୁ ଅଧାରେ ଛାଡ଼ି କଣ୍ଟ୍ରାକ୍ଟର ଫେରାର୍, ଏପଟେ ଦୁଇଟି ସେସନ୍ ଆଡମିଶନ ସରିଲାଣି, ପିଲା ସଂଖ୍ୟା ୧୩୨ରେ ପହଞ୍ଚିଲାଣି ।

ସରକାରଙ୍କ ଚିନ୍ତା କଣ ? ଆମ ବାତ୍ୟା ଆଶ୍ରୟସ୍ଥଳୀ ତ ବହୁମୁଖୀ ନା । ବାତ୍ୟା ବେଳେ ଲୋକ ରହିବେ, ଅନ୍ୟ ବେଳେ ପିଲା ପଢ଼ିବେ । ମୁଣ୍ଡ ଉପରେ ତ ଛାତ ଅଛି । ଗଛତଳେ ତ ପଢ଼ିବାକୁ ପଡ଼ୁନି ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଆଦର୍ଶ ବିଦ୍ୟାଳୟର ପିଲା । ସ୍ମାର୍ଟ କ୍ଲାସ ରୁମ ଭିତରେ ସିବିଏସଇ ପ୍ୟାଟର୍ଣ୍ଣ ପାଠପଢ଼ାର ସ୍ୱପ୍ନ ନେଇ ନାଁ ଲେଖାଇଥିଲେ । ହେଲେ ସ୍କୁଲ କୋଠା ତିଆରି ହୋଇନଥିବାରୁ, ବେରବୋଇ ହାଇସ୍କୁଲ ପରିସରରେ ଗଛ ତଳେ ପଢ଼ିଲେ । ଅଭିଭାବକ ଅଭିଯୋଗ କରିବାରୁ ଗୋଲାପଫୁଲ ଦେଇ ମହତାବ ସ୍କୁଲକୁ ଏମାନଙ୍କୁ ସ୍ୱାଗତ କରାଗଲା । ହେଲେ ଏଠି ବି ପିଲାଙ୍କ ପାଇଁ ଜାଗା ଅଣ୍ଟୁନି । ପାଠ ପଢ଼ିବେ କ’ଣ, ଗୁଳୁଗୁଳିରେ ଝାଳ ପୋଛି ପୋଛି ନୟାନ୍ତ ।

ଇଏ ତ ଭାତହାଣ୍ଡିରୁ ଗୋଟିଏ ଦୁଇଟି ଭାତ । ସ୍କୁଲ କୋଠା ନଥାଇ ଆଡମିଶନ ଆରମ୍ଭ କରିବା ଶିକ୍ଷା ବିଭାଗର କେଉଁ ଆଦର୍ଶ ?

  • Reported by:
  • MADHUSUDAN MISHRA , RASHMIRANJAN DAS , Duti Krushna Pattnaik