• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ସରକାର ଦେଲେ ବଡ଼ ଭେଟି । ଚଳିତ ମାସ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା । ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର ।

ତେବେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାକୁ ଥିବା ବେଳେ ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି । ସେହିଭଳି ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍‌. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି । ଏନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।

ବିଶ୍ୱକର୍ମା ଯୋଜନା କ’ଣ ?

ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ । ସେହିଭଳି ଇ-ବସ୍  ସେବାକୁ ମଧ୍ୟ ମଞ୍ଜୁରୀ ମିଳିଛି । ପିଏମ୍ ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଦେଶର ପ୍ରାୟ ଶହେଟି ସହରରେ ଚାଲିବ ଇଲେକ୍‌ଟ୍ରି ବସ୍ । ୫୭,୬୧୩ କୋଟି ବ୍ୟୟରେ ୧୦ ହଜାର ଇ- ବସ୍ ଚାଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚାଲିବ ଇଲେକ୍ଟ୍ରି ବସ୍। ପିପିପି ମୋଡରେ ଇ- ବସ୍ ସେବା ପରଚାଳିତ ହେବ ବୋଲି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।

ତେବେ 'ବିଶ୍ୱକର୍ମା ଯୋଜନା' ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।