Advertisment

କାଠିଯାତ୍ରା: ବର୍ଷକୁ ଥରେ ଖୋଲେ ମା' ଜାଗୁଳାଇଙ୍କ ମୁହଁ

ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା ।

author-image
Kausik Mohapatra
ଅଦ୍ୟତନ ହୋଇଛି
Kathi Yatra Rituals

Kathi Yatra Rituals

ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ। ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ ଜାଗେଶ୍ୱରୀ/ଜାଗୁଳାଇ । ଆଉ ମା’ଙ୍କ ମହିମା ଉପରେ ଆସ୍ଥା ରଖି ଚଳି ଆସୁଛନ୍ତି ଗ୍ରାମବାସୀ । ପ୍ରତ୍ୟେକ କାର୍ଯ୍ୟରେ ମା’ ହିଁ ସେମାନଙ୍କର ସାହା ଭରସା । ଆଉ ବିଶେଷ କରି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀଓସା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ପ୍ରତିପଦା ପର୍ଯ୍ୟନ୍ତ ଚାଲିଥାଏ ଏହି ପବିତ୍ର ଯାତ୍ରା । ଯାହା କାଠିଯାତ୍ରା ନାମରେ ଲୋକ ମୂଖରେ ବେଶ ପରିଚିତ । ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଅଛି ଏହିଯାତ୍ରା ।

Advertisment

ବିଶେଷ କରି ଦୁଇ ଦିନ ଧରି ଏହି ଯାତ୍ରାକୁ ଅତି ଧୁମଧାମରେ ପାଳନ କରିଥାନ୍ତି ଗ୍ରାମବାସୀ । ପ୍ରଥମ ଦିନରେ ମାଙ୍କ ଆର୍ବିଭାବ ହେବା ପରେ ୨୨ ହାତ ଛ ଆଙ୍ଗୁଳ ଉଚ୍ଚତା ବିଶିଷ୍ଟ ଏକ ଶାଳୁଆ କାଠି ଉପରି ଭାଗରେ ଏକ ପିତଳ ଗରାକୁ ରଖାଯାଇ କତା ରଶି ସାହାଯ୍ୟରେ ଭଲ ଭାବରେ ବନ୍ଧା ଯାଇଥାଏ । ଏହା ପରେ ଶାଳୁଆ କାଠକୁ ଶ୍ରଦ୍ଧାଳୁ ମାନେ ଦେଇଥିବା ମାନସିକ ନୂଆଲୁଗା ସାହାଯ୍ୟରେ ରଜକ ସେବାୟତ ମାନେ କୁଞ୍ଚ ବାନ୍ଧିଥାନ୍ତି । ଠାକୁରାଣୀଙ୍କ ପୂଜାର୍ଚ୍ଚନା ଶେଷ ହେବା ପରେ ଉକ୍ତ ଶାଳୁଆ କାଠକୁ ସେବାୟତମାନେ କାନ୍ଧରେ କାନ୍ଧେଇ ମନ୍ଦିର ଚର୍ତୁଃ ପାଶ୍ୱର୍ରେ ତିନି ଥର ପରିକ୍ରମା କରିଥାନ୍ତି ।

ଯାତ୍ରା ଆରମ୍ଭର କିଛି ସମୟ ପରେ ଶାଳୁଆ କାଠକୁ ମନ୍ଦିରର ଅଳ୍ପ ଦୂରରେ ଥିବା ବାରବାଟୀ ପଡ଼ିଆକୁ ନେଇ ସେଠାରେ ଏହାକୁ ପୋତା ଯାଇଥାଏ। ପରେ ଛୋଟାପୁଅ କାଳେସୀ ଉଭାହୋଇ କାଠି ଉପରକୁ ଉଠି ଭବିଷ୍ୟବାଣୀ କରିବା ସହ ଉପସ୍ଥିତ ଭକ୍ତଙ୍କୁ ଆଶିର୍ବାଦ କରିଥାନ୍ତି। ବିଭିନ୍ନ ରୋଗ ବୈରାଗ ଠାରୁ ଆରମ୍ଭ କରି ପରିବାରର ଭଲ ମନ୍ଦ ସବୁ କିଛିର ସାମାଧାନ ପାଇଁ ଠାକୁରାଣୀଙ୍କ ଉପରେ ବିଶ୍ୱାସ ରଖି ଭକ୍ତମାନେ ଏହି ଯାତ୍ରାରେ ସାମିଲ ହୁଅନ୍ତି ।

Advertisment

ରାତିରେ ସୁରାଲାଗି ବରଗଛ ନିକଟରେ ଦେବୀ ବିଶ୍ରାମ କରିଥାନ୍ତି। ଶନିବାର ଦାନ୍ତକାଠି ମାଜଣା ସୁରାଲାଗି କରାଯିବା ପରେ ରାତିରେ ଟାହିଆ ଲାଗି, ଭୋଗ ଆଳତି ଓ ଘର ବାହୁଡା ନୀତି ଅନୁଷ୍ଠିତ ହୋଇଛି । ବିରିଜାବ ଦେଇ ଦେବୀ ପ୍ରତିମାଙ୍କ ମୁହଁ ଆଗାମୀ ବର୍ଷ ଷଷ୍ଠୀଓସା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

ପ୍ରକାଶ ଥାଉ କି ଗଣ୍ଡେଇ ନାୟକଙ୍କ ଶଗଡ଼ ଦଣ୍ଡାରେ ବସି କଟକରୁ ଚାଲି ଆସିଥିବା ମା' ଜାଗୁଳେଇ ସତ୍ୟବାଦୀର ଅଳଗୁମ ଗ୍ରାମରେ ପୂଜା ପାଉଛନ୍ତି।

Sakhigopal
Advertisment
Advertisment