/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695876972.jpg)
Puri , Utkalmani
ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କଲା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନକୁ ଧଳାକପଡାରେ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରି ରଖାଯାଇଛି। ତେବେ ଭିଡିଓ ଭାଇରାଲ୍ ହେବା ପରେ ହଠାତ୍ କପଡ଼ା କାଢି ଦିଆଯାଇଛି । ତେବେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ରହିଥିବା କଂକ୍ରିଟ ପାହାଚକୁ ରାତି ଅଧିଆ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
Advertisment
ଏଠି ପ୍ରଶ୍ନ - କିଏ ଓ କାହିଁକି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଏଭଳି ଆବଦ୍ଧ କରିଥିଲା ? ଓ କଂକ୍ରିଟ ପାହାଚକୁ କିଏ ମାଟିରେ ମିଶାଇ ଦେଲା ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ମହାପୁରୁଷଙ୍କୁ ଅସମ୍ମାନିତ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପୁରୀ ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)