ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି
ମନା କରିବା ସତ୍ତ୍ୱେ ଦେଶ ଛାଡ଼ି ପଳାଇବା ପାଇଁ ତିନିଜଣ ଯୁବକ ବିମାନର ଟାୟାରକୁ ଦୃଢ଼ ଭାବ ଧରିଥିବା ଅନ୍ୟ ଦେଶକୁ ପଳାୟନ କରିବାକୁ ଚାହୁଁଥିଲେ । ହେଲେ ବିମାନ ଉଡ଼ାଣ କରିବା ମାତ୍ରେ ଯୁବକ ତିନି ଜଣ ପଡ଼ିଯାଇଛଥିବା କହିଛନ୍ତି ସ୍ଥାନୀୟ ଲୋକ । ବିମାନରୁ ପଡ଼ିଯିବା ପରେ ଭୟରେ ଚିତ୍କାର କରିଥିଲେ ଦେଖଣାହାରୀ । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା କିପରି ଅଛି, ତାହାର ସ୍ପଷ୍ଟ ସୂଚନା ନାହିଁ ।
ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍ ଖୁଣ୍ଟରେ ଝୁଲାଇ ଦେଇଥିଲା।
ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।
ତେବେ ଆଜିର କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୨,୨୫,୫୦୪ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪,୩୧,୬୪୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟାରେ ୩୫,୯୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୮୧,୯୪୭ ଆକ୍ଟିଭ୍ କେସ୍ ରହିଛି ଯାହାକୁ ନେଇ ଚିନ୍ତା ବଢିଛି।
ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଟିଭିର ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ରବିବାର 'ସଣ୍ଡେ କା ୱାର୍'ରେ ବିଗ୍ ବସ୍ ଘରୁ ଜଣେ ପ୍ରତିଯୋଗୀ ଡିସ୍ଚାର୍ଜ ହୋଇଥିଲେ। ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ, ସେ କିଏ। ସେହି ପ୍ରତିଯୋଗୀ ହେଲେ ଉର୍ଫି ଜାଭେଦ୍। ଉର୍ଫିଙ୍କ ବାହାରିବା ପରେ ବର୍ତ୍ତମାନ ମୋଟ ୧୨ ପ୍ରତିଯୋଗୀ ଘରେ ରହିଛନ୍ତି। ଗତ ସପ୍ତାହରେ ଆକ୍ସନ୍, ଡ୍ରାମା, ଝଗଡା ଦେଖିବାକୁ ମିଳିଥିଲା।
ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଫଳରେ କାବୁଲରେ କୌଣସି ବିମାନ ଅବତରଣ କରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ ।
ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳିଯାଇଛି । କ୍ଷମତାକୁ ଆସିଲା ତାଲିବାନ । ଆଫଗାନିସ୍ତାନ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ । ଦେଶର ନାମ ପୁଣି 'Islamic Emirate of Afghanistan’ ରଖାଯିବ ବୋଲି ଘୋଷଣା କରିଛି ତାଲିବାନ । ତାଲିବାନର ଜଣେ ଅଧିକାରୀ କହିଛନ୍ତି, ବିଦ୍ରୋହୀ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନରୁ ଇସଲାମିକ୍ ଏମିରେଟ୍ ଗଠନ ନେଇ ବିଧିବଦ୍ଧ ଘୋଷଣା କରିବେ ।
ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି । ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ଘରେ କୌଣସି ସଦସ୍ୟ ରହୁ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।
ବଲିଉଡ୍ର ଶହେ ଦଶକର ଚଳଚଞ୍ଚଳ ନାୟିକାଙ୍କ କଥା ଉଠିଲେ ଅଭିନେତ୍ରୀ ମନୀଷା କୋଇରାଲା ବାଦ ପଡିବେନି। 'ବମ୍ବେ', 'ଖାମୋଶି : ଦ ମ୍ୟୁଜିକାଲ୍', 'ଦିଲ୍ ସେ' ଏବଂ 'କମ୍ପାନୀ' ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ମନୀଷା ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏକଦା ଅଡିସନ ପରେ ବିଦୁ ବିନୋଦ ଚୋପ୍ରା ତାଙ୍କୁ 'ଟେରିବଲ ଆକ୍ଟ୍ରେସ' କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ।
କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା
ସ୍ୱାଧୀନତାର ୭୫ତମ ବର୍ଷକୁ ଭାରତବାସୀ ଧୁମଧାମରେ ପାଳିଛନ୍ତି। ସବୁ ସ୍ତରର ବ୍ୟକ୍ତି ନିଜ ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କୁ ଶୁଭ ଅଭିନନ୍ଦନ ଜଣେଇଛନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଏହି ବିଶେଷ ଦିନର ଶୁଭକାମନା ସୋସିଆଲ୍ ମିଡିଆରେ ଦେଇଛନ୍ତି। ଏହି ଧାରାରେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ସ୍ୱାଧୀନତାର ଶୁଭକାମନା ଦେଇଛନ୍ତି।
ହ୍ୱାଇଟ୍ ହାଉସ୍ ସାମ୍ନାରେ ଆଫଗାନ ନାଗରିକଙ୍କ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ନାରାବାଜି । ଆଫଗାନିସ୍ତାନ ତାଲିବାନ ଅଧୀନକୁ ଚାଲିଯିବା ପରେ ବିକ୍ଷୋଭ କରୁଛନ୍ତି ଆଫଗାନୀ ନାଗରିକ । ସମଗ୍ର ଆଫଗାନିସ୍ତାନରେ ଏବେ ତାଲିବାନ୍ କବଜାରେ । ୨୦ ବର୍ଷ ପରେ ପୁଣି ତାଲିବାନ କବ୍ଜାରେ ଆଫଗାନିସ୍ତାନ । ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା କଥା ମଧ୍ୟ ସୂଚନା ମିଳିଛି ।
ସବୁ ଅପେକ୍ଷାର ଅନ୍ତ ଘଟାଇ ରିୟଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ୧୨(Indian Idol 12)’ ଏହାର ବିଜେତାଙ୍କ ନାଁ ଘୋଷଣା କରିଛି। ଉତ୍ତରାଖଣ୍ଡର ପୱନଦୀପ ରାଜନ୍ ଶୋ’ର ବିଜେତା ହୋଇଛନ୍ତି।
ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି । ଚାଲାଣ କଟିବା ପରେ ବି ମନମାନି ଚଳାଇଛନ୍ତି । ଗୋଟିଏ ବାଇକରେ ୭ ଜଣ ଲୋକ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ଉତ୍ତରପ୍ରଦେଶରେ ଗୋଟିଏ ବାଇକରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ୟୁପି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି ।
ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବ୍ଜାରେ ଆଫଗାନିସ୍ତାନ। ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି । କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇ ଯାଇଛନ୍ତି ।
ହୁ ହୁ ହୋଇ ବଢ଼ୁଥିବା ତୈଳ ଦର ମଧ୍ୟରେ ମାଗଣା ପେଟ୍ରୋଲ ପାଇଁ ତୁମୁଳକାଣ୍ଡ । ଯିଏ ପାରିଲା ପେଟ୍ରୋଲ ବୋତଲ୍ ଧରି ଦୌଡ଼ିଲା । ନେତା ଆଉ ଜନତା ସମସ୍ତେ ପଟ୍ରୋଲ ବୋତଲ ଲୁଟିବା ପାଇଁ ପାଗଳ । ଉତ୍ତରପ୍ରଦେଶର କୌଶାମ୍ବୀରେ ଭାରତ ଜନତା ପାର୍ଟି (ବିଜେପି) ବିଧାୟକ ସଞ୍ଜୟ କୁମାର ଗୁପ୍ତାଙ୍କ ତ୍ରିରଙ୍ଗା ଯାତ୍ରା ସମୟରେ ପେଟ୍ରୋଲ ବୋତଲ ନେବାପାଇଁ ଧାଁଧପଡ଼ ହୋଇଛି । କୋଖରାଜ ପୋଲିସ ଅଞ୍ଚଳର ଭରୱାରୀରେ ଅବସ୍ଥିତ କିଡଜୀ ସ୍କୁଲ କ୍ୟାମ୍ପସରେ ଏପରି ଅଭାବନୀୟ ଘଟଣା ଘଟିଛି
ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର। ଅଗଷ୍ଟ ୧୬ ଅର୍ଥାତ ଆଜି ଠାରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ମିଳିଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି ।
ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।
ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ।
ଶନିବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କରାଚିରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଏହି ଗ୍ରେନେଡ୍ ଆକ୍ରମଣ କରାଚି ସହରର ବାଲଡିଆ ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକରେ କରାଯାଇଥିଲା। ଏଥିରେ ୪ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ୍ ଆକ୍ରମଣ ବୋଲି ଜଣାପଡିଛି।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ କ୍ଷେତ୍ର, ଦେଶକୁ ଦୀର୍ଘ ଲମ୍ଫ ଦେବାରେ ସାହାଯ୍ୟ କରିବ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ହେଲେ ଅଶୌଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। କେବଳ ଏତିକି ନୁହେଁ, ସବୁଜ ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣର ମାତ୍ରା କମିବ
ତାଲିବାନ ଆଫଗାନିସ୍ତାନ ଦଖଲ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ସେଠାରେ ରହୁଥିବା ଭାରତୀୟମାନେ ଭୟଭୀତ ହୋଇପଡିଛନ୍ତି। ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାର ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାବୁଲରେ ଥିବା ଭାରତୀୟ ଦୂତାବାସରେ ସରକାର ଏହାର କର୍ମଚାରୀ ଏବଂ ଭାରତୀୟ ନାଗରିକଙ୍କ ଜୀବନକୁ ବିପଦରେ ପକାଇବେ ନାହିଁ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।