• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନରେ ଭୟାବହ ସ୍ଥିତି । ଉଡ଼ନ୍ତା ବିମାନରୁ ଖସିପଡ଼ିଲେ ୩ ଜଣ ଆଫଗାନୀ ନାଗରିକ । କାବୁଲ ବିମାନବନ୍ଦରରୁ ଏପରି ଭୟାବୟ ଚିତ୍ର ଦେଖିବାକୁ ମିଳୁଛି । ଭିଡିଓରେ ଯୁବକ ତିନି ଜଣ ଖସି ପଡ଼ୁଥିବାର ଚିତ୍ର ସ୍ପଷ୍ଟ ଦେଖିବାକୁ ମିଳୁଛି । କିଯେଉଁ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି, ତାଲିବାନୀ ଶାସନ ଭୟରେ ଲୋକମାନେ ରନୱେକୁ ଯାଇ ଜବରଦସ୍ତ ବିମାନ ଉପରକୁ ଚଢ଼ୁଛନ୍ତି । । ଆଫଗାନିସ୍ତାନର ଲୋକମାନେ ଆମେରିକୀୟ ବିମାନ ଆଡ଼କୁ ଦଉଡ଼ୁଥିବାର ସବୁଠାରୁ ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି, ଯେଉଁଥିରେ କିଛି ଲୋକ ବିମାନରୁ ଖସି ପଡ଼ୁଥିବାର ନଜର ଆସିଛନ୍ତି । 

ମନା କରିବା ସତ୍ତ୍ୱେ ଦେଶ ଛାଡ଼ି ପଳାଇବା ପାଇଁ ତିନିଜଣ ଯୁବକ ବିମାନର ଟାୟାରକୁ ଦୃଢ଼ ଭାବ ଧରି ଅନ୍ୟ ଦେଶକୁ ପଳାୟନ କରିବାକୁ ଚାହୁଁଥିଲେ । ହେଲେ ବିମାନ ଉଡ଼ାଣ କରିବା ମାତ୍ରେ ଯୁବକ ତିନି ଜଣ ପଡ଼ିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକ । ବିମାନରୁ ପଡ଼ିଯିବା ପରେ ଭୟରେ ଚିତ୍କାର କରିଥିଲେ ଦେଖଣାହାରୀ । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା କିପରି ଅଛି, ତାହାର ସ୍ପଷ୍ଟ ସୂଚନା ନାହିଁ ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ସ୍ଥିତି ସଂଗୀନ । ବିଦେଶୀ ନାଗରିକମାନେ ସେଠାରୁ ପଳାୟନ କରିବାରେ ଲାଗିଛନ୍ତି । ଏୟାରପୋର୍ଟରେ ଏତେ ଭିଡ଼ ଯେ, ନ ଦେଖିଲେ ବିଶ୍ୱାସ କରି ହେବନି । ଟ୍ରେନର ଜେନେରାଲ ବଗିରେ ଯେମିତି ଲୋକେ ଠେଲା ଠେଲି ହୋଇ ଚଢ଼ନ୍ତି, ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିମାନରେ । ବିଦେଶୀ ତଥା ସେଠାକାର ନାଗରିକମାନେ ଯେ କୌଣସି ଉପାୟରରେ ସେଠାରୁ ପଳାଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏଭଳି ଠେଲାପେଲା ଅବସ୍ଥା ।

ଭିଡ଼ ନିୟନ୍ତ୍ରଣ କରିବାକୁ ଆମେରିକାର ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି । କାବୁଲ୍ ଏୟାରପୋର୍ଟରେ ଏମିତି ହଙ୍ଗାମା ପରେ ଆମେରିକା ସେନା ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବିବିସି ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ରାଷ୍ଟ୍ରଦୂତ କାର୍ଯ୍ୟାଳୟ କର୍ମକର୍ତ୍ତା ଏବଂ ସାଧାରଣ ନାଗରିକଙ୍କୁ ସେଠାରୁ ବିମାନରେ ବାହାରିବାକୁ ସେନାବାହିନୀ ସହାୟତା କରୁଛନ୍ତି । ସେପଟେ କାବୁଲ ଦଖଲ କରିବା ପରେ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଛି ଆତଙ୍କବାଦୀ ସଂଗଠନ। ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ି ବିଦେଶକୁ ପଳାଇ ଯାଇଥିବାରୁ ଏହା ତାଲିବାନକୁ ସୁହାଇଛି । ଆଫଗାନିସ୍ତାନର ବଗ୍ରାମ ଏୟାରବେସକୁ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ ।