Advertisment

ହାତୀକୁ ଆସିଲା ରାଗ; ନିଜ ପିଲାକୁ ଟେକି କଚିଦେଲା

ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
undefined

Angry Elephant

ସୋସିଆଲ ମିଡିଆ : ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କୁଏତରେ ରହୁଥିବା ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଏକ ହ୍ରଦ କୂଳରେ କୌଣସି ଏକ ପଡିଆରେ ହାତୀ ପଲ ବୁଲୁଛନ୍ତି। ଏହି ପଲରେ ଅନେକ ଗୁଡିଏ ହାତୀ ଅଛନ୍ତି। କେତେକ ଶିଶୁ ହାତୀ ମଧ୍ୟ ଏହି ପଲରେ ଅନ୍ତର୍ଭୁକ୍ତ। କିଛି ଗାଡି ହାତୀ ପଲ ନିକଟରେ ପାର୍କିଂ କରାଯାଇଛି, ସେହି ଗାଡିରେ ବସିଥିବା ଜଣେ ପର୍ଯ୍ୟଟକ ଏହି ଭିଡିଓକୁ ତାଙ୍କ କ୍ୟାମେରାରେ କଏଦ କରିଛନ୍ତି। କିଛି ହାତୀ ହ୍ରଦରେ ପାଣି ପିଉଛନ୍ତି ଏବଂ କିଛି ହାତୀ ମଜା କରୁଛନ୍ତି। ଏହି ସମୟରେ ଏକ ଶିଶୁ ହାତୀ ଦେଖାଯାଏ।

Advertisment

ଶିଶୁ ହାତୀଟି ଆଗକୁ ଆଗକୁ ମାଡିଚାଲେ। ଏହାର ପଛରେ ଏକ ବଡ ହାତୀ ଯାଉଥିବାର ଦେଖାଯାଏ। ଏହି ହାତୀଟି କ୍ରୋଧିତ ଥିବା ଜଣାଯାଏ। ସେ ହଠାତ୍ ଶିଶୁ ହାତୀଟିକୁ ନିଜ ଶୁଣ୍ଡରେ ଉପରକୁ ଉଠାଇ ତଳକୁ କଚିଦେବାର ଦେଖାଯାଏ। ଏହା ପରେ ବି ତା’ର ରାଗ ଶାନ୍ତ ହୁଏନି। ସେ ପିଲାଟିକୁ ବାରମ୍ବାର ଗୋଡରେ ଆଘାତ କରି ଶୁଣ୍ଡରେ ଉଠାଇବାକୁ ଚେଷ୍ଟା କରେ। ଏହା ପରେ ସେ ତାକୁ ନିଜ ଶୁଣ୍ଡରେ ଠେଲିବା ଆରମ୍ଭ କରେ। ସେତିକିବେଳେ ଏକ ମାଇ ହାତୀ ସେଠାରେ ପହଞ୍ଚି ପିଲାଟିକୁ ବଞ୍ଚାଇବା ପାଇଁ ଚେଷ୍ଟାକରେ।

ଯେତେବେଳେ ମାଈ ହାତୀ ପିଲାଟିକୁ ବଞ୍ଚାଇବାକୁ ଚେଷ୍ଟା କରେ, ପୁରୁଷ ହାତୀଟି ତାଙ୍କୁ ଗୋଡେଇବାକୁ ଲାଗେ। କିନ୍ତୁ କିଛି ସମୟରେ ସେ ପୁଣି ଥରେ ଫେରିଆସି ଶିଶୁ ହାତୀଟିକୁ ନିଜ ଟ୍ରଙ୍କ ଶୁଣ୍ଡରେ ଉଠାଇବାକୁ ଚେଷ୍ଟା କରେ। ପୁଣି ଥରେ ସେ ତାକୁ ଶୁଣ୍ଢରେ ଉଠେଇ କଚିଦିଏ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ମାତ୍ର ୧୧୭ ଟି ଭ୍ୟୁ ମିଳିଛି ଏବଂ ଦୁଇ ଜଣ ଉପଭୋକ୍ତା ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।

Angry Elephant Viral Video Social Media
Advertisment
Advertisment