ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍?
ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍।
ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ। ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ । ଏବେ ତାଙ୍କୁ ୬୦ ବର୍ଷ । କେଉଁଠି ତାଲିମ ନେଉଥିଲେ ? କେମିତି ଥିଲା ସେଦିନର ସମୟ।
ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା।
ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି। ୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି।
କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।
ତାଲିବାନର ଦୋମୁହାଁ ନୀତି । କଥା ଗୋଟିଏ କାମ ଆଉ ଗୋଟିଏ । ଆଫଗାନିସ୍ତାନ ଦଖଲ ପରେ ବିଶ୍ୱବାସୀଙ୍କୁ ଭୁତାଇବାକୁ ଦୁଇ ଦିନ ତଳେ ସଂଗଠନର ମୁଖପାତ୍ର ଜବିବୁଲ୍ଲା ମୁଜାହିଦ୍ କହିଥିଲେ, କାହା ପ୍ରତି ଏ ସଂଗଠନ ପ୍ରତିଶୋଧ ପରାୟଣ ହେବନି ।
ତାଲିବାନ ରାଜୁତିରେ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିବନି ତ ଆଫଗାନିସ୍ତାନ ? ତାଲିବାନର ପୃଷ୍ଠପୋଷକତାରେ ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିବେନି ତ ଆତଙ୍କୀ ?
୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣା ଭାରତୀୟଙ୍କ ମନରେ ତାଜା ହୋଇଯାଇଛି ।
ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ । ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ସହ ହତ୍ୟା କରୁଥିବା ସୂଚନା ରହିଛି ।
ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଗ୍ ବସ୍- ୧୫ । ନିକଟରେ ବିଗବସ୍-୧୫ ହାଉସର ଝଲକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ସିଜନ-୧୫ରେ ବଲିଉଡ୍ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଅଭିନେତ୍ରୀ ରେଖା ବିଗ୍ ବସ୍- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ସୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା ।
ଜନ୍ସନ୍ ଆଣ୍ଡ ଜନ୍ସନ୍ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ । ଭାରତରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଛି ।
କୋରନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି । ଆଗ୍ରା ତାଜମହଲ ବି ଦୀର୍ଘ ଦିନରୁ ରାତିରେ ବନ୍ଦ ରହୁଛି । ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ ତାଜମହଲର ରାତ୍ରୀ କାଳୀନ ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳିବ।
ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି।
ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆସିଛି ସୁଯୋଗ । ୮ମ, ୯ମ ଏବଂ ୧୦ମ ଏବଂ ଦ୍ୱାଦଶ ପାସ କରିଥିବା ପ୍ରାର୍ଥୀଙ୍କୁ ସିପାହୀ ପଦରେ ନିଯୁକ୍ତି ଦିଆଯିବ।
ଆଫଗାନିସ୍ତାନର ଦୁର୍ଗମ ଘାଟି ପଞ୍ଜଶିର। ଦେଶର ୩୪ଟିରୁ ୩୩ଟି ପ୍ରଦେଶରେ ତାଲିବାନୀ ସଫେଦ୍ ପତାକା ଉଡ଼ୁଥିବା ବେଳେ, ଆଜି ବି ଏଠି ନିର୍ଭୟରେ ଫରଫର ଉଡ଼ୁଛି ଉତ୍ତରୀ ଗଠବନ୍ଧନର ଝଣ୍ଡା ।
ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି।
ଆଫଗାନିସ୍ତାନରେ ଆରମ୍ଭ ହୋଇଗଲାଣି ତାଲିବାନ ଆତଙ୍କ। ପ୍ରତିଶୋଧ ମନୋବୃତ୍ତି ରଖିବୁ ନାହିଁ ବୋଲି ଯେତେ କହିଲେ ମଧ୍ୟ ନିଜ ପ୍ରବୃତ୍ତିକୁ ରୋକି ପାରିନାହାନ୍ତି ତାଲିବାନ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛନ୍ତି।
କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ତାଲିବାନ ଭୟରେ ଲୋକେ କୌଣସି ପ୍ରକାରେ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ବିମାନରେ ବିଦେଶ ଯିବା ପାଇଁ ବିକଳ ହେଉଛନ୍ତି ଲୋକେ।
ବଳ ଯୋଗାଡୁଛନ୍ତି ବିରୋଧୀ..ତାଲିବାନ ବିରୋଧରେ ଲଢିବା ପାଇଁ ଆରମ୍ଭ ହେଉଛି ପ୍ରସ୍ତୁତି।
ସାରା ବିଶ୍ୱjl ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।
ଆମ ଗାଲାକ୍ସି ମିଲ୍କି ୱେର ଆକୃତି ସର୍ପିଳ ଏବଂ ଏହାର ଅନେକ ଅଂଶ ଆମ ବୈଜ୍ଞାନିକମାନଙ୍କ ପାଇଁ ଅଜ୍ଞାତ। ଆମ ପୃଥିବୀ ଗାଲାକ୍ସି ଭିତରେ କେଉଁଠି ଅବସ୍ଥିତ ତାହା ଅଧ୍ୟୟନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏହି ବିସ୍ତୃତ ସ୍ତରର ଗଠନ ବିଷୟରେ ନୂତନ ସୂଚନା ହାସଲ କରିଛି। ବୈଜ୍ଞାନିକମାନେ ମିଲ୍କି ୱେର ସର୍ପିଳ ବାହୁରେ କିଛି ଯୁବ ତାରକା ଏବଂ ତାରକା ସୃଷ୍ଟି କରୁଥିବା ମେଘର ଏକ କ୍ଲଷ୍ଟରକୁ ଚିହ୍ନଟ କରିଛନ୍ତି ଯାହା ଏଥିରୁ ବାହାଆସିବା ସହିତ ଭାଙ୍ଗିଯିବାର ସୂଚନା ଦେଇଛି।
ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛି। ମଜାରୀ ବଲ୍ଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ। ତାଲିବାନ ସହିତ ଲଢିବା ପାଇଁ ସେ ନିଜର ଏକ ସେନା ଗଠନ କରିଥିଲେ ଏବଂ ନିଜେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା ତାଲିବାନର ସମ୍ମୁଖୀନ ହୋଇଥିଲେ।
କାବୁଲ କବ୍ଜା କରୁ କରୁ ନିଜ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ କରିଛି ତାଲିବାନ । ଭାରତ ସହ ସମସ୍ତ ଟ୍ରେଡିଂକୁ ନିଷିଦ୍ଧ କରିଛି । ଏହି ଆତଙ୍କୀ ସଂଗଠନ । ରପ୍ତାନୀ ବନ୍ଦ ହେବା ଦ୍ୱାରା ଆଫଗାନିସ୍ତାନ ସହ ହଜାର ହଜାର କୋଟିର କାରବାର କରୁଥିବା ଆମ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ।