Advertisment

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବିମାନକୁ ଅବତରଣ ଲାଗି ଅନୁମତି ଦେଲା ନାହିଁ ତାଜିକସ୍ତାନ

ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

author-image
Sarbeswar
ଅଦ୍ୟତନ ହୋଇଛି
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବିମାନକୁ ଅବତରଣ ଲାଗି ଅନୁମତି ଦେଲା ନାହିଁ ତାଜିକସ୍ତାନ

Former Afghan Prez Ashraf Ghani

କାବୁଲ: ଆଫଗାନିସ୍ତାନରେ ବ୍ୟାପକ ହେଉଛି ହିଂସା। ତାଲିବାନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ କବ୍‌ଜା କରିବା ପରେ ରାଷ୍ଟ୍ରପତି ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଅସରଫ୍‌ ଘନି। ତେବେ ନିଜ ପଦରୁ ଇସ୍ତଫା ଦେବା ପରେ କାବୁଲ୍‌ ଛାଡ଼ି ଛାଲିଯିବା ନେଇ ସୂଚନା ମିଳିଛି। କିନ୍ତୁ ଦୁଃଖର କଥା ହେଉଛି ଘନିଙ୍କୁ ତାଜିକସ୍ତାନରେ ରହିବାକୁ ଜାଗା ମିଳିନାହିଁ। ସ୍ଥିତି ଏମିତି ହୋଇଥିଲା ଯେ, ଘନିଙ୍କ ବିମାନକୁ ଅବତରଣ କରିବା ଲାଗି ତାଜିକସ୍ତାନ ଅନୁମତି ଦେଇନଥିଲା ଯାହା ଫଳରେ ସେ ଓମାନ୍‌ରେ ରହିବା ଲାଗି ବାଧ୍ୟ ହୋଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘନି ଆମେରିକା ଗସ୍ତରେ ଯିବେ।

Advertisment

ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍ ସହରର ବିନାଶ ଦେଖିଥାନ୍ତେ। ପରିଣାମ ସ୍ୱରୂପ, ଏହି ସହରରେ ୬୦ ଲକ୍ଷ ଲୋକଙ୍କ ବଡ଼ ମାନବ ବିପର୍ଯ୍ୟୟ ହୋଇଥାନ୍ତା। ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଛନ୍ତି।

Advertisment

ଖଣ୍ଡା ଓ ବନ୍ଧୁକର ରାୟରେ ଜିତିଛି ତାଲିବାନ। ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ତାଲିବାନ ହିଁ ଦାୟୀ। ଇତିହାସରେ ଶୁଖିଲା ଶକ୍ତି କାହାକୁ ବୈଧତା ଦେଇନାହିଁ। ମୁଁ ମୋ ଦେଶ ପାଇଁ ସେବା ଜାରି ରଖିବି ବୋଲି ନିଜ ସୋସିଆଲ୍ ମିଡ଼ିଆ ସାଇଟ୍‌ରେ ଲେଖିଛନ୍ତି ଦେଶଛାଡ଼ି ଥିବା ରାଷ୍ଟ୍ରପତି ଅସରଫ୍ ଘନି।

ସୂଚନା ଅନୁସାରେ, ତାଲିବାନର ଯୋଦ୍ଧାମାନେ ପୂରା ପୂରି ଆଫଗାନିସ୍ତାନକୁ ଘେରିରହିଛନ୍ତି। କେବଳ ଏତିକି ନୁହେଁ ଦେଶର ସମସ୍ତ ରାସ୍ତା ଗୁଡ଼ିକ ମଧ୍ୟ ବନ୍ଦ ରହିଛି। କିନ୍ତୁ ଦେଶରେ ଶାନ୍ତି ରହିଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ଗତ କିଛି ଦିନ ମଧ୍ୟରେ ତାଲିବାନ ଯୋଦ୍ଧାମାନେ ଦେଶର ଅଧିକାଂଶ ସ୍ଥାନ ସହିତ କାନ୍ଦାହାର, ହେରାଟ, ମଜାର-ଇ-ସରିଫ ଓ ଜାଲାଲାବାଦ ଭଳି ୨୫ରୁ ୩୪ଟି ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ଆଫଗାନିସ୍ତାନକୁ କବଜା କରିଥିଲେ

Airtstrike In Afghanistan Afghanistan President Taliban Attack Afghanistan
Advertisment
Advertisment