ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ଆଣୁଛି । ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଏବେ ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ସିଧାସଳଖ ବିପଦ ନାହିଁ । କିନ୍ତୁ ଅଧିକ ସମୟ ଧରି ନିୟନ୍ତ୍ରଣ ବଜାୟ ରଖିବା ଆଫଗାନିସ୍ତାନ ସରକାରଙ୍କ ପାଇଁ କଷ୍ଟକର ହୋଇ ପଡ଼ିବ । ୩୦ ଦିନ ମଧ୍ୟରେ କାବୁଲକୁ ଅଲଗା କରିବା ସହ ସମ୍ଭବତ ୯୦ ଦିନ କବଜା କରିପାରେ ବୋଲି ଆମେରିକାର ପ୍ରତିରକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି ।
ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଏହାସହ ଆମେ କୃଷକ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲୁ କିନ୍ତୁ ସେ ସମ୍ପର୍କରେ ଆଲୋଚନା କଲେ ନାହିଁ ରାହୁଲ। ଏହା ନିଶ୍ଚିତ ଭାବରେ ଗଣତନ୍ତ୍ରର ହତ୍ୟା। ସମ୍ବିଧାନକୁ କେନ୍ଦ୍ର ସରକାର ବାରମ୍ବାର ହତ୍ୟା କରୁଛନ୍ତି ଏବଂ ବିମୁଦ୍ରୀକରଣ-ଜିଏସ୍ଟି ପ୍ରୟୋଗ କରି ଛୋଟ ଶିଳ୍ପକୁ ସରାକର ନଷ୍ଟ କରୁଥିବା ରାହୁଲ କହିଛନ୍ତି।
କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍ । ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଲକ୍ କରାଯାଇଛି । ଗୁରୁବାର ଦିନ ଟ୍ୱିଟର ହ୍ୟାଣ୍ଡେଲ୍ ଲକ କରାଯାଇଥିବା କଥା କହିଛି କଂଗ୍ରେସ । ଏହି ସୂଚନା କଂଗ୍ରେସ ଦ୍ୱାରା ଫେସବୁକରେ ଦିଆଯାଇଛି।
ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍ ଉପରେ ଏବେ ଦେଶରେ କରୋନାରୁ ସୁସ୍ଥ ହେଲେଣି୩,୧୨,୬୦,୦୫୦ ଜଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଚିଭ୍ କେସ୍ର ସଂଖ୍ୟା ୩,୮୭,୯୮୭ ରହିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ପୂରା କଣ୍ଟେନର୍ ଭିତରକୁ ପଶିଯାଇଛି । ଫଳରେ ମୃତ ଦେହ ବାହାର କରିବକୁ ଗ୍ୟାସ କଟରରେ କାରକୁ କଟାଯାଇଥିଲା
ଆଇଟିବିପିର ସୂଚନା ଅନୁସାରେ ଗତକାଲି ଦିନ ଗୋଟାଏ ବେଳେ ହିମାଚଳ ପ୍ରଦେଶ କାନ୍ନୌର ନୁଗାଲସରି ରିକଙ୍ଗ ପିଓ-ସିମଲା ଜାତୀୟ ରାଜପଥରେ ଏହି ଭୂସ୍ଖଳନ ହୋଇଥିଲା । ରାସ୍ତାରେ ଯାଉଥିବା ଏକ ସରକାରୀ ବସ୍ ଉପରେ ମାଟି ଅତଡ଼ା ଧସିବାରୁ ଏହା ଚାପି ହୋଇ ରହିଛି । ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ HRTCର ଏହି ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ
ତୁରନ୍ତ ISRO ଦ୍ୱାରା ପରିଚାଳିତ ଲାଇଭ୍ ପ୍ରସାରଣ ବନ୍ଦ କରି ଦିଆଗଲା । ମିଶନ୍ ସଫଳ ହୋଇଥିଲେ, ତେବେ ଏହି ଉପଗ୍ରହ ସକାଳ ପ୍ରାୟ ୧୦.୩୦ ରୁ ଭାରତର ଫଟୋ ଉଠାଇବା ଆରମ୍ଭ କରିଥାନ୍ତା । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେଥିବା ସତୀଶ ଧଓ୍ୱନ ସ୍ପେସ୍ ସେଣ୍ଟରରୁ ୫ଟା ୪୩ ମିନିଟରେ GSLV F-10 ଉତକ୍ଷେପଣ କରାଯାଇଥିଲା
ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ ।
ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର ।
କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି ସୂଚନା ଦେଇଛନ୍ତି ।
ଟିକା ଡୋଜ୍ ତୁଳନାରେ ଲୋକ ସଂଖ୍ୟା ଅଧିକ। ଏଣୁ ଠେଲାପେଲା ପରିସ୍ଥିତି ଦେଖା ଦେଉଛି। ଆଉ କେଉଁଠି ଦ୍ୱିତୀୟ ଡୋଜ୍ ଲାଗି ଟିକା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପୁଣି କେଉଁଠି ବନ୍ଦ ପଡ଼ିଥିବା ଟିକାକରଣ କେନ୍ଦ୍ର ଆଗରେ ବି କମୁନି ଭିଡ଼। କୋଭିଡ୍ ଟିକାର ଅଭାବକୁ ନେଇ ନିଇତି ଏମିତି ଚିତ୍ର ଆସୁଥିବା ବେଳେ, ଏବେ ଦେଖାଦେଇଛି ଆଶାର କିରଣ।
ବିହାରରେ ଭୟାନକ ହେଉଛି ବାତ୍ୟାର ଚିତ୍ର । ଦିନକୁ ଦିନ ନଦୀର ଜଳସ୍ତର ବଢୁଥିବା ବେଳେ ବିପଦ ମଧ୍ୟ ବଢୁଛି । ଲୋକେ ସୁରକ୍ଷିତ ସ୍ଥାନକୁ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଜୀବନ ଦୁର୍ବିସହ ହୋଇ ପଡ଼ିିଲାଣି ।
ରାଜ୍ୟ ସରକାରଙ୍କୁ ମିଳିବ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । କେଉଁ ବର୍ଗର ଲୋକ ଓବିସିରେ ଅନ୍ତର୍ଭୁକ୍ତ ହେବେ, ରାଜ୍ୟ ସରକାର ସେହି ନିଷ୍ପତ୍ତି ନେଇପାରିବେ । ଏ ସଂପର୍କିତ ଏକ ବିଲ୍ ଲୋକସଭାରେ ପାରିତ ହୋଇଛି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।
ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡର ତିନି ଟପ୍ ଅଭିନେତ୍ରୀ । ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’ରେ ଏକାଠି ଅଭିନୟ କରିବେ କ୍ୟାଟ୍ରିନା କୈଫ୍, ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟ । ଏନେଇ ମଙ୍ଗଳବାର ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । ଏହି ଫିଲ୍ମର କାହାଣୀ ୩ ଜଣ ଯୁବତୀଙ୍କ ଉପରେ ପର୍ଯ୍ୟବେସିତ।
ଜୀବାଶ୍ମ ବୈଜ୍ଞାନିକଙ୍କ ମତ ଯେ ସେମାନେ ଡାଇନୋସର୍ ଏବଂ ସେମାନଙ୍କ ଭଳି ପ୍ରାଣୀମାନଙ୍କର ବହୁତ କମ୍ ପ୍ରଜାତି ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଛନ୍ତି। ପ୍ରତିଦିନ ନୂତନ ପ୍ରଜାତିର ଜୀବାଶ୍ମ ମଧ୍ୟ ଆବିଷ୍କୃତ ହେଉଛି। ଏଥର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଡ୍ରାଗନ୍ ପରି ଉଡ଼ୁଥିବା ସରୀସୃପଙ୍କ ଜୀବାଶ୍ମ ଆବିଷ୍କାର କରିଛନ୍ତି। ଯଦିଓ ଡ୍ରାଗନ୍ ଅନେକ ଦେଶର ଲୋକକଥାଗୁଡ଼ିକର ଏକ ପ୍ରାଣୀ ଭାବରେ ପରିଗଣିତ ହୁଏ, କିନ୍ତୁ ଏହି ଜୀବାଶ୍ମ ଉପରେ ଅଧ୍ୟୟନ କରୁଥିବା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୃଥିବୀରେ ଏପର୍ଯ୍ୟନ୍ତ ମିଳିଥିବା ଜୀବମାନଙ୍କ ମଧ୍ୟରେ ଏହା ଡ୍ରାଗନ୍ ସହିତ ସବୁଠାରୁ ବେଶି ମିଶୁଛି।
ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।
ସ୍ପେସ୍ ଏଜେନ୍ସିମାନେ ମଙ୍ଗଳକୁ ସେମାନଙ୍କର ବଡ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳରେ ବସତି ସ୍ଥାପନ ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଥିବାବେଳେ ୟୁଏଇ ମଧ୍ୟ ଆଗାମୀ ଶହେ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପଠାଇବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ନାସାର ଅଭିଯାନ ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଲକ୍ଷଣ ଖୋଜୁଛି। ବିଭିନ୍ନ କ୍ରାଟର ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିବା ଦୁଇଟି ସକ୍ରିୟ ରୋଭର ଅଛି। କିନ୍ତୁ ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ଏହାର କ୍ରାଟର ଅଧ୍ୟୟନ ପ୍ରକୃତରେ ଏତେ ଗୁରୁତ୍ୱପୂର୍ଣ୍ଣ କି?
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା
ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଆଚରଣରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଗୃହକୁ ଆଜି ସମ୍ବୋଧିତ କରୁଥିବା ବେଳେ ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା ।
ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏପରି ଦଣ୍ଡ ବିଧାନ କରାଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଅପରାଧ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକସନ୍ ଦେଇ ନପୁଂସକ କରିଦିଆଯାଇଛି। ଏହି ସମୟରେ ଟେଲିଭିଜନ୍ ସାମ୍ନାରେ ଦୋଷୀ ଜଣକ ଯେତେ କ୍ଷମା ପ୍ରାର୍ଥନା କଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।
ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ତିଆରି କରିବା ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ଅର୍ଥ ସଂଗ୍ରହ କରନ୍ତି। ଏହି ସଞ୍ଚିତ ଅର୍ଥ ପିଲାମାନେ ସେମାନଙ୍କର ଉନ୍ନତି ପାଇଁ ବ୍ୟବହାର କରିପାରିବେ। ଜଣେ ନାବାଳକର ମା’ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ସଂଚୟ କରିଥିଲେ। ଦିନେ ଏହି ସମ୍ପତ୍ତି ବାପାର ହାତରେ ପଡିଗଲା। ସେ ନାବାଳକ ପୁଅର ଭବିଷ୍ୟତ ପାଇଁ ରଖାଯାଇଥିବା ସବୁ ଟଙ୍କା ଏମିତି ହିଁ ଉଡେଇଦେଲେ।
ହିମାଚଳ ପ୍ରଦେଶର ବୁଧବାର ଅପରାହ୍ନରେ କିନଉର ଜିଲ୍ଲାର ନିଗୁଲସେରି ଜାତୀୟ ରାଜପଥରେ ନିକଟସ୍ଥ ଇଗଲ ଜଙ୍ଗଲ ନିକଟରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।
ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ମନୋରଞ୍ଜନ ଜଗତରେ ବିବାଦର କଥା ଉଠିଲେ ତେବେ ଅଭିନେତା କମଲ ଆର୍ ଖାନ୍ଙ୍କ ନାମ ଆଗରେ ଆସିବ। କେଆର୍କେ ଭାବରେ ଜଣାଶୁଣା ଏହି କଳାକାରଙ୍କର ସତେଯେପରି ବିବାଦ ସହିତ ପୁରୁଣା ସଂପର୍କ ଅଛି। ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ପୁଣି ଥରେ ଏଭଳି ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍ର ଶିକାର ହେଉଛନ୍ତି।