Advertisment

Indian Idol 12: ଶୋ’ର ବିଜେତା ହେବାପରେ ମଧ୍ୟ ଅଧିକ ଖୁସି ନଥିଲେ ପୱନଦୀପ, ଖୁଲାସା କରି କହିଲେ ଏମିତି...

ସବୁ ଅପେକ୍ଷାର ଅନ୍ତ ଘଟାଇ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨(Indian Idol 12)’ ଏହାର ବିଜେତାଙ୍କ ନାଁ ଘୋଷଣା କରିଛି। ଉତ୍ତରାଖଣ୍ଡର ପୱନଦୀପ ରାଜନ୍‌ ଶୋ’ର ବିଜେତା ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Idol 12: ଶୋ’ର ବିଜେତା ହେବାପରେ ମଧ୍ୟ ଅଧିକ ଖୁସି ନଥିଲେ ପୱନଦୀପ, ଖୁଲାସା କରି କହିଲେ ଏମିତି...

Pawandeep Rajan Indian Idol 12 winner

ମୁମ୍ବାଇ: ସବୁ ଅପେକ୍ଷାର ଅନ୍ତ ଘଟାଇ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨(Indian Idol 12)’ ଏହାର ବିଜେତାଙ୍କ ନାଁ ଘୋଷଣା କରିଛି। ଉତ୍ତରାଖଣ୍ଡର ପୱନଦୀପ ରାଜନ୍‌ ଶୋ’ର ବିଜେତା ହୋଇଛନ୍ତି।  ପୁରସ୍କାର ସ୍ୱରୂପ ପୱନଦୀପଙ୍କୁ ୨୫ ଲକ୍ଷ ଟଙ୍କା ଓ ମାରୁତି ସୁଜୁକିର ଏକ ସ୍ୱିଫ୍ଟ କାର୍‌ ପ୍ରଦାନ କରାଯାଇଛି। ଅରୁଣିତା କଞ୍ଜିଲାଲ୍‌ ଏବଂ ସାୟଲି କମ୍ବେଲ ଯଥାକ୍ରମେ ଶୋ’ର ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। 

Advertisment

ସୋନି ଟିଭିରେ ପ୍ରସାରିତ ହୋଇଥିବା ‘Indian Idol 12’  ର ଗ୍ରାଣ୍ଡ୍‌ ଫିନାଲେରେ ଜଜ୍ ସୋନୁ କକ୍କର, ବିଶାଲ୍‌ ଦଦ୍‌ଲାନୀ, ହିମେଶ ରୈଶମ୍ମିୟା ଓ ଅନୁ ମଲ୍ଲିକଙ୍କ ବ୍ୟତୀତ ଫିଲ୍ମ ‘Shershaah’ ରେ ଅଭିନୟ କରିଥିବା ଅଭିନେତ୍ରୀ କିଆରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କୁ ଦେଖିବାକୁ ମିଳିଥିଲା। ସୋନି ଟିଭି ପକ୍ଷରୁ ଟ୍ୱିଟ୍‌ କରାଯାଇ ଶୋ’ର ବିଜେତାଙ୍କ ନାଁ ଘୋଷଣା କରାଯିବା ସହ ଏକ ଫଟୋ ସହ କ୍ୟାପସନ୍‌ ଦିଆଯାଇଥିଲା। 

ଶୋ’ର ବିଜେତା ହେବା ପରେ ପୱନନୀପ ETimesକୁ ଏକ ସାକ୍ଷାତକାର ଦେଇଥିଲେ। ଶୋ’ର ବିଜେତା ହେବା ପରେ ସେ ଅଧିକ ଖୁସି ନଥିଲେ ବୋଲି ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ଯେତେବେଳେ ମୋତେ ଟ୍ରଫି ପ୍ରଦାନ କରାଯାଇଥିଲା, ସେତେବେଳେ ମୁଁ ଅଧିକ ଖୁସି ନଥିଲି। କାରଣ ସମସ୍ତେ ଏହି ଟ୍ରଫି ପାଇଁ ଯୋଗ୍ୟ ଥିଲେ। ଆଗାମୀ ଦିନରେ ଆମେ ସମସ୍ତେ ଏକାଠି କାମ କରିବା ପାଇଁ ଯୋଜନା କରିଛୁ ଓ ସମସ୍ତେ ସମସ୍ତଙ୍କ ସହ ଯୋଗାଯୋଗରେ ମଧ୍ୟ ରହିବେ।’

Advertisment

ପୁରସ୍କାର ସ୍ୱରୂପ ମିଳିଥିବା ଅର୍ଥରାଶି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ପୱନଦୀପ କହିଛନ୍ତି, ପ୍ରତିଭାବାନ ପିଲାମାନଙ୍କୁ ସଠିକ୍‌ ମାର୍ଗଦର୍ଶନ ଦେବା ପାଇଁ ନିଜ ହୋମ୍‌ଟାଉନ୍‌ରେ ଏକ ମ୍ୟୁଜିକ୍‌ ସ୍କୁଲ ଖୋଲିବା ପାଇଁ ଚାହୁଁଛି। ଅନେକ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସହରକୁ ଆସିଥାନ୍ତି ଓ ଏଥିପାଇଁ ସେମାନେ ବହୁତ ସଂଘର୍ଷ ମଧ୍ୟ କରିଥାନ୍ତି। ଆଉ ଇଣ୍ଡିଆନ୍‌ ଆଇଡଲ୍‌ ଏକ ସୁଯୋଗ ଦେଇଥିଲା ଏହି ଶୋ’କୁ ଆସିବା ପାଇଁ। ଏଥିପାଇଁ ମୁଁ କୃତଜ୍ଞ।

Indian Idol 12 Pawandeep Rajan
Advertisment
Advertisment