Advertisment

ରାଜ୍-ଶିଳ୍ପାଙ୍କ ବିଷୟରେ ଏମିତି କାହିଁକି କହିଲେ ମୁସ୍କାନ ଜଟାନା

ଟିଭିର ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ରବିବାର 'ସଣ୍ଡେ କା ୱାର୍'ରେ ବିଗ୍‌ ବସ୍ ଘରୁ ଜଣେ ପ୍ରତିଯୋଗୀ ଡିସ୍‌ଚାର୍ଜ ହୋଇଥିଲେ। ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ, ସେ କିଏ। ସେହି ପ୍ରତିଯୋଗୀ ହେଲେ ଉର୍ଫି ଜାଭେଦ୍। ଉର୍ଫିଙ୍କ ବାହାରିବା ପରେ ବର୍ତ୍ତମାନ ମୋଟ ୧୨ ପ୍ରତିଯୋଗୀ ଘରେ ରହିଛନ୍ତି। ଗତ ସପ୍ତାହରେ ଆକ୍ସନ୍, ଡ୍ରାମା, ଝଗଡା ଦେଖିବାକୁ ମିଳିଥିଲା।

author-image
Pramod Behera
ରାଜ୍-ଶିଳ୍ପାଙ୍କ ବିଷୟରେ ଏମିତି କାହିଁକି କହିଲେ ମୁସ୍କାନ ଜଟାନା

Muskan Jattana

ମୁମ୍ବାଇ : ଟିଭିର ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ରବିବାର 'ସଣ୍ଡେ କା ୱାର୍'ରେ ବିଗ୍‌ ବସ୍ ଘରୁ ଜଣେ ପ୍ରତିଯୋଗୀ ଡିସ୍‌ଚାର୍ଜ ହୋଇଥିଲେ। ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ, ସେ କିଏ। ସେହି ପ୍ରତିଯୋଗୀ ହେଲେ ଉର୍ଫି ଜାଭେଦ୍। ଉର୍ଫିଙ୍କ ବାହାରିବା ପରେ ବର୍ତ୍ତମାନ ମୋଟ ୧୨ ପ୍ରତିଯୋଗୀ ଘରେ ରହିଛନ୍ତି। ଗତ ସପ୍ତାହରେ ଆକ୍ସନ୍, ଡ୍ରାମା, ଝଗଡା ଦେଖିବାକୁ ମିଳିଥିଲା। ଗୃହର ଜଣେ ସଦସ୍ୟ ମୁସ୍କାନ ଜଟାନା ବହୁ ଚର୍ଚ୍ଚାରେ ଅଛନ୍ତି। ମୁସ୍କାନ ଜଟାନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ମୁସ୍କାନ ଜଟାନା ଶମିତା ଶେଟ୍ଟୀଙ୍କ ପଛରେ କିଛି ଆଡୁ ସାଡୁ କହୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେ ଶମିତାଙ୍କ ଭଉଣୀ ଶିଳ୍ପା ଶେଟ୍ଟୀ ଏବଂ ଭିଣେଇ ରାଜ କୁନ୍ଦ୍ରାଙ୍କୁ ମଧ୍ୟ ପରିହାସ କରିଛନ୍ତି। ମୁସ୍କାନଙ୍କ ଏଭଳି ଆଚରଣକୁ କିଛି ଲୋକ ପସନ୍ଦ କରୁ ନ ଥିବା ଦେଖିବାକୁ ମିଳେ। ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡିଛି। ଶମିତାଙ୍କ ପ୍ରଶଂସକମାନେ ମୁସ୍କାନଙ୍କୁ ବହୁତ ଖରାପ ବୋଲି କହିଛନ୍ତି। ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ ମୁସ୍କାନ ଶମିତାଙ୍କ ବିଷୟରେ କହିଛନ୍ତି ଯେ, “ମୁଁ ଶୁଣିଥିଲି ଯେ ଶମିତା ଶେଟ୍ଟୀ ତାଙ୍କ ଭଉଣୀଙ୍କ ବିବାହ ହେତୁ ବିଗ୍ ବସ୍ ଘରୁ ବାହାରି ଆସିଥିଲେ। ଏବେ ତାଙ୍କ ଭଉଣୀଙ୍କ ଛାଡପତ୍ର ହେବ, ସେ ପୁଣି ଏହି ଏଠାକୁ ଆସିଯାଇଛନ୍ତି।” ମୁସ୍କାନ୍ ଏମିତି କହି ଖୁବ ହସିବାକୁ ଲାଗିଥିଲେ।

Advertisment

ଭିଡିଓ ଉପରେ ଲୋକେ ଟ୍ରୋଲ୍ସ ଉପରେ ଟ୍ରୋଲ୍ସ କରିଚାଲିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସେ ଏକ ଲଜ୍ଜାହୀନ୍ ଝିଅ। ଯୁବକ ହୋଇଥିବାରୁ ଆପଣଙ୍କ ମନରେ ଯାହା ଆସିବ ତାହା କହିବାର ଅଧିକାର ଆପଣଙ୍କର ନାହିଁ।” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ସେ ଜଣେ ଅଦ୍ଭୁତ ଝିଅ।” ପ୍ରକାଶଥାଉ ଯେ ଶମିତା ଶେଟ୍ଟୀ ଏପରି ସମୟରେ ଶୋ’ର ଏକ ଅଂଶ, ଯେତେବେଳେ ତାଙ୍କ ଭିଣେଇ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲାରେ ଜେଲରେ ଅଛନ୍ତି ଏବଂ ତାଙ୍କ ପରିବାର ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି।

ଏଭଳି ପରିସ୍ଥିତିରେ ଶମିତା ଶେଟ୍ଟୀଙ୍କ ପଛରେ ଏପରି କଥା ହେବା ପ୍ରଶଂସକମାନଙ୍କୁ ନିଶିତ ଭାବେ ପସନ୍ଦ ଆସି ନାହିଁ। ପ୍ରକାଶାଥାଉ ଯେ 'ବିଗ୍ ବସ୍ ଓଟିଟି' ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ଟାରେ ଦେଖାଯାଉଛି। ସପ୍ତାହ ଶେଷରେ ଶୋ’ କେବଳ ରାତି ୮ଟାରେ ଷ୍ଟ୍ରିମିଂ ହେଉଛି। 'ବିଗ୍ ବସ୍ ଓଟିଟି'ରେ ବିଶେଷ କଥା ହେଉଛି ଏକ ଘଣ୍ଟାର ଏପିସୋଡ୍ ବ୍ୟତୀତ ଆପଣ ଶୋ’ରେ ଥିବା ସମସ୍ତ ପ୍ରତିଯୋଗୀଙ୍କୁ ୨୪ ଘଣ୍ଟା ଲାଇଭ୍ ଦେଖିପାରିବେ। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର 'ବିଗ୍ ବସ୍ ଓଟିଟିକୁ ହୋଷ୍ଟିଙ୍ଗ୍‌ କରୁଛନ୍ତି।

Entertainment Bigg Boss OTT
Advertisment
Advertisment