• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଟା : ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି । ଚାଲାଣ କଟିବା ପରେ ବି ମନମାନି ଚଳାଇଛନ୍ତି । ଗୋଟିଏ ବାଇକରେ ୭ ଜଣ ଲୋକ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ଉତ୍ତରପ୍ରଦେଶରେ ଗୋଟିଏ ବାଇକରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ୟୁପି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି । ବାଇକ୍ ଆରୋହୀଙ୍କ ଫଟୋକୁ ୟୁପି ପୋଲିସରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲୋକଙ୍କୁ ସଚେତନ କରିଛି ।

ବାଇକ ଉପରେ ନୁହେଁ ପରିବାର ପ୍ରତି ଦାୟିତ୍ୱ ହୁଅ । ୟୁପି ପୋଲିସ ଏହି ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛି, 'ଚାଲାଣକୁ ନେହେଲେ ନାହିଁ, ଯମରାଜଙ୍କୁ ତ ଭୟ କର ।' ରାସ୍ତାରେ ଚାଲାଣ କଟିବା ଭୟରେ ନିୟମ ମାନିବା ଉଚିତ ନୁହେଁ । ନିଜ ପରିବାର ତଥା ନିଜ ସୁରକ୍ଷା କଥା ଚିନ୍ତା କରି ଟ୍ରାଫିକ୍ ନିୟମ ମାନିବା ଆବଶ୍ୟକ ।

ବର୍ତ୍ତମାନ ୟୁପିର ପୋଲିସ୍ ସେୟାର କରିଥିବା ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ୫ ଜଣ ପିଲାଙ୍କ ସମେତ ସ୍ତ୍ରୀଙ୍କୁ ନେଇ ବାଇକରେ ଯାଉଛନ୍ତି । ଗୋଟିଏ ବାଇକରେ ଦୁଇ ଜଣଙ୍କୁ ବସିବା ପାଇଁ ଅନୁମତି ଥିବାବେଳେ ବିନା ହେଲମେଟରେ ଏପରି ଯାତ୍ରା ଆରମ୍ଭ କରିଥିଲେ ସଂପୃପ୍ତ ବ୍ୟକ୍ତି ଜଣକ । ତେବେ ଗୋଟିଏ ବାଇକରେ ମା,ବାପା, ପିଲାଛୁଆଙ୍କ ପଲଟନ୍ ଦେଖି ପୋଲିସ ବାବୁଙ୍କର ମଧ୍ୟ ହୋସ୍ ଉଡ଼ିଗଲା । ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିବା ପୋଲିସ କର୍ମଚାରୀ ତାଙ୍କୁ ଦେଖି ହାତ ଟେକି ଦେଇଥିଲେ । କିଛି ସମୟ ପାଇଁ ହତବାକ୍ ହୋଇଯାଇଥିଲେ । କ’ଣ କହିବେ, ରାଗିବେ, ନା ଚାଲାଣ କାଟିବେ ଚିନ୍ତା କରିପାରିଲେନି । ଶେଷରେ ହାତଯୋଡ଼ି ଦେଇଥିଲେ ।

ସୂଚନା ଅନୁଯାୟୀ ଫଟୋଟି ଏଟା ଜିଲ୍ଲାର ମାୟା ପ୍ୟାଲେସ୍ ଛକ ନିକଟର । ସେଠାରେ ପୋଲିସ ସାତ ଜଣକୁ ଗୋଟିଏ ମୋଟର ସାଇକେଲରେ ଯାଉଥିବା ଦେଖିଥିଲେ । ବାଇକ୍ ଅଟକାଇବା ପରେ ବ୍ୟକ୍ତି ଜଣକ କହିଥିଲେ, ସେ ଡାକ୍ତରଖାନା ଯାଇଥିଲେ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହିତ ଫେରି ଆସୁଛନ୍ତି ।