ବ୍ୟାଙ୍କ୍ ଲକର୍ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଦାୟୀ ହେବେ ନାହି। ତା ଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ।
ଇତିହାସ କୁହେ ପଂଜାବ କେଶରୀ ମହାରାଜା ରଣଜିତ ସିଂହଙ୍କୁ ଛାଡ଼ି ଆଫଗାନିସ୍ତାନକୁ କେହି ସଂପୂର୍ଣ୍ଣ ଭାବେ ଦଖଲ କରି ଶାସନ କରିପାରି ନାହାନ୍ତି । ସ୍ୱାଧୀନ ଚେତା ଆଫଗାନଙ୍କୁ କରାୟତ କରିବା ଏତେ ସହଜ ନୁହେଁ ।
ଲୋକପ୍ରିୟ ହେଉଛି 'ବିଗ୍ ବସ୍ ଓଟିଟି'। ଦର୍ଶକେ ଏହାକୁ ଖୁବ୍ ଆପଣଉଥିବା ଦେଖାଯାଉଛି। ଏହା ଦୁଇ ସପ୍ତାହ ହେବ ଆରମ୍ଭ ହୋଇଥିବା ବେଳେ କରଣ ଜୋହର ଏହାକୁ ହୋଷ୍ଟ୍ କରୁଛନ୍ତି। 'ବିଗ୍ ବସ୍ ଓଟିଟି' ୬ ସପ୍ତାହ ଚାଲିବ। ଏହା ପରେ 'ବିଗ୍ ବସ୍ ୧୫'ର ଆରମ୍ଭ ହେବ। ଏଥିରେ 'ବିଗ୍ ବସ୍ ଓଟିଟି' ର କିଛି ପ୍ରତିଯୋଗୀ ମଧ୍ୟ ରହିବେ, ଯଦିଓ ସେପ୍ଟେମ୍ବରରେ ସୋ କେଉଁ ଦିନ ପ୍ରସାରିତ ହେବ ସେନେଇ ସୂଚନା ପ୍ରକାଶ ପାଇ ନାହିଁ।
ମନୋରଞ୍ଜନ ସହିତ ଜ୍ଞାନକୁ ବିକାଶ କରୁଥିବା ପ୍ରସିଦ୍ଧ ଟିଭି ଶୋ 'କୌନ ବନେଗା କରୋଡପତି'ର ୧୩ ତମ ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜନର ପ୍ରୋମୋ ବହୁତ ଚମତ୍କାର ଏବଂ ହୃଦୟସ୍ପର୍ଶୀ ହୋଇଛି। ଏହି ଶୋ’ରେ ଗ୍ରାମବାସୀ କିପରି ଜିତିବାକୁ ପ୍ରସ୍ତୁତ ହୁଅନ୍ତି, ଏହି ପ୍ରୋମୋରେ ଏକ ଆକର୍ଷଣୀୟ ଢଙ୍ଗରେ ଦେଖାଯାଇଛି। ଯଦିଓ ଏହି ଶୋ’ ପୂର୍ବରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି, କିନ୍ତୁ ସୋ’ର ଏହି ପ୍ରୋମୋ ଲୋକଙ୍କ ଆଗ୍ରହକୁ ଦ୍ୱିଗୁଣିତ କରିଦେଇଛି।
ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର୍ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି।
ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।
ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇ ନ ପାରେ । କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର।
ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
ତାଲିବାନ ନେତୃତ୍ୱ ପାଇଁ ବଡ ପ୍ରତିବନ୍ଧକ । କ୍ଷମତା ଡୋର ଥିଲେ ସୁଦ୍ଧା କାଙ୍ଗାଳ ହୋଇ ରହିବ ତାଲିବାନ୍ । ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଚାଲିଯିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ ନେଇ ଘୋଷଣା କରିଛି ।
ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି । ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।
ଭାରତ-ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ହେଲେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ସହ ବ୍ୟାବସାୟିକ ସମ୍ପର୍କ ((Export-Import)ଉପରେ ପ୍ରତିବନ୍ଧକ ଲଗାଇଲା।
ଆଖିରେ ଲୁହ ଆଉ ମନରେ ଆଶାର କିରଣ ନେଇ କାବୁଲ ଏୟାରପୋର୍ଟରେ ଆଫଗାନୀ ମହିଳା । ଆମକୁ ଭିତରକୁ ଆସିବାକୁ ଅନୁମତି ଦିଅ । ତାଲିବାନୀ ଆସୁଛନ୍ତି । ଆମକୁ ଛାଡ଼ିବେନି କହି ମହିଳାମାନେ କାନ୍ଦୁଛନ୍ତି । କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ବିମାନକୁ ଅପେକ୍ଷା କରିଛନ୍ତି । ଆଉ ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତି ହୃଦୟବିଦାରକ
ଗତକାଲି ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ । ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହଠାତ୍ ଭିଡ଼ ଉପରକୁ ଗୁଳିମାଡ଼ କରିଥିଲା ତାଲିବାନୀ ସଂଗଠନ
ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଭାରତୀୟଙ୍କୁ ମଙ୍ଗଳବାର ଆଫଗାନରୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତ । ଭାରତ ବାୟୁସେନାର ବିମାନ ବହୁ କଠିନ ପରସ୍ଥିତିରେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିପାରିଛି। କେମିତି ଥିଲା ସ୍ଥିତି ? କେଉଁ କଠିନ ପରିସ୍ଥିତିରେ ଉଦ୍ଧାର କଲା ବାୟୁସେନା ବିମାନ ଜାଣନ୍ତୁ।
ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅସ୍ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି।
ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଆସ୍ରଫ୍ ଘନି ଦେଶ ଛାଡ଼ି ପଳାୟନ କରିଥିଲେ। ବିବୃତ୍ତି ଜାରି କରି ଲେଖିଥିଲେ ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।
ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବ।
ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ? ପୁଣି ଅନ୍ଧାର ଭିତରେ ମିଳେଇ ଯିବନି ତ ହସ, ଖୁସି ଏବଂ ଗତ ୨୦ ବର୍ଷରେ ହାସଲ କରିଥିବା ଶିକ୍ଷାଗତ ଓ ପେଶାଗତ ସଫଳତା ?
ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍ଟକ୍ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା ନଜର ଆସିଛି। ଅଗଷ୍ଟ ୧୪ ରେ, ଯେତେବେଳେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରୁଥିଲା, ଲାହୋରରେ ଏହି ମହିଳାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା।
ଭୟ, ଆତଙ୍କ, ଅନିଶ୍ଚିତତା । ତାଲିବାନର କବ୍ଜା ପରେ ରାଜଧାନୀ କାବୁଲ ସମେତ ସମଗ୍ର ଆଫ୍ଗାନିସ୍ତାନରେ ଅବିଶ୍ୱାସର ବାତାବରଣ । କଟ୍ଟର ପ୍ରବୃତ୍ତି ଛାଡି ମାନବୀୟ ଢଙ୍ଗରେ ଶାସନ କରିବାକୁ ତାଲିବାନର ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ ।
ବେଳେବେଳେ କିଛି ଅଲଗା କରିବାକୁ ଇଚ୍ଛା ନେଇ ଅନେକ ଲୋକ ଏପରି ଅସୁବିଧାରେ ପଡ଼ିଯାଆନ୍ତି ଯେଉଁଠାରୁ ବାହାରିବା ବହୁତ କଷ୍ଟକର ହୋଇପଡେ। ବ୍ରିଟେନର ଜଣେ ଛାତ୍ରଙ୍କ ସହ ଏଭଳି କିଛି ଘଟଣା ଘଟିଛି। ୨୪ ବର୍ଷୀୟ ମାଇଲ୍ସ ରୁଟ୍ଲେଜ୍ ଗୁଗୁଲରେ ଟାଇପ୍ କରିଥିଲେ ଯେ ପର୍ଯ୍ୟଟକଙ୍କ ପାଇଁ ଦୁନିଆର ସବୁଠାରୁ ବିପଜ୍ଜନକ ସହର କେଉଁଠି ଅଛି। ଏହା ପରେ ସେ ଆଫଗାନିସ୍ତାନକୁ ବାହାରିଗଲେ। କିନ୍ତୁ ସେ ସେଠାରେ ତାଲିବାନକୁ ସାମ୍ନା କରିବେ ବୋଲି ତାଙ୍କର ଧାରଣା ନ ଥିଲା।
ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି ।
ବଲିଉଡ ବାଦଶାହା ଶାହରୁଖ ଖାନ୍ ଲଳନା ସୁହାନା ଖାନ୍ ଆଜିଯାଏ ବଲିଉଡରେ ପ୍ରବେଶ କରି ନ ଥିଲେ ବି ତାଙ୍କର ଫ୍ୟାନ ଫଲୋର୍ସ କମ ନୁହନ୍ତି। ସୁହାନାଙ୍କ ପ୍ରଶଂସକମାନେ ଚାହୁଛନ୍ତି ଯେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ। ତେବେ ବର୍ତ୍ତମାନ ଏହା ଲାଗୁଛି ଯେ ସୁହାନାଙ୍କ ପ୍ରଶଂସକଙ୍କ ଏହି ଇଛା ମଧ୍ୟ ପୂରଣ ହେବାକୁ ଯାଉଛି। ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ଜୋୟା ଅଖତର ଖୁବ୍ ଶୀଘ୍ର ସୁହାନାଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି।