ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଂଗଠନର ତାଲିବାନର କବ୍ଜା ଓ କାବୁଲରୁ ଆସୁଥିବା ଭୟଙ୍କର ବିଶୃଙ୍ଖଳା ।
ତାଲିବାନର ଅପ୍ରତ୍ୟାଶିତ ଅଗ୍ରଗତିକୁ ଦେଖି ନିଜ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ। କାରଣ ଭାରତୀୟ ଦୂତାବାସ କର୍ମଚାରୀ ତାଲିବାନର ରାଡାରରେ ଥିଲେ ।ତେବେ ତାଲିବାନର ଦ୍ରୁତ ଅଗ୍ରଗତି ଯୋଗୁ ଏହି କାର୍ଯ୍ୟ ଅତି ଆହ୍ୱାନପୂର୍ଣ୍ଣ ହୋଇଥିଲା। କାବୁଲ ବିମାନ ବନ୍ଦରରେ ଚରମ ବିଶୃଙ୍ଖଳା ସତ୍ତ୍ୱେ ବାୟୁସେନାର ସି-୧୭ ମାଲବାହୀ ବିମାନ ୧୫ ତାରିଖରେ ଏଠାରେ ଅବତରଣ କରିଥିଲା।
ଆଫଗାନିସ୍ତାନ ଯାହାକୁ ନେଇ ଭୟ କରୁଥିଲା ଶେଷରେ ତାହା ହିଁ ହେଲା। ଏହି ଆଶଙ୍କା ପାଇଁ କୌଣସି ଜ୍ୟୋତିଷଙ୍କର ଆବଶ୍ୟକତା ନ ଥିଲା। ସମସ୍ତେ ଜାଣିଥିଲେ ଯେ ତାଲିବାନ କାବୁଲକୁ ଶୀଘ୍ର କବ୍ଜା କରିବ। କିନ୍ତୁ ଏହା ଏତେ ଶୀଘ୍ର ଘଟିବ, ବୋଧହୁଏ ଖୁବ୍ କମ୍ ଲୋକ ଆଶା କରୁଥିବେ। ତେବେ ଏପରି କାହିଁକି ହେଲା? ତାଲିବାନ ସେନା ଆଗରେ ଆଫଗାନିସ୍ତାନ ସେନା କିପରି ଦୁର୍ବଳ ପ୍ରମାଣିତ ହେଲା? ଆଫଗାନିସ୍ତାନ ସେନା ସେତିକି ଶକ୍ତିଶାଳୀ ନ ଥିଲା କି?
ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ । ଭୂ-କମ୍ପରେ ଛାରଖାର ହୋଇଯାଇଛି ଘରଦ୍ୱାର । ଧ୍ୱଂସସ୍ତୁପରେ ପରିଣତ ହୋଇଛି ଅନେକ ଅଟ୍ଟାଳିକା । ଅନେକ ସ୍ଥାନରେ ଗୋଟିଏ ଗୋଟିଏ ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଥିବାର ଚିତ୍ର ସବୁ ସାମ୍ନାକୁ ଆସୁଛି ।
ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।
ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।
ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।
ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କାହାକୁ ତାଙ୍କ ଜୀବନରେ ଖ୍ୟାତି ମିଳୁ ନାହିଁ ତ ପୁଣି କାହାର ଟଙ୍କାର ଅଭାବ ରହିଛି। କିଛି ଏପରି ବି ଲୋକ ଅଛନ୍ତି ଯେଉଁମାନେ ଏସବୁ ପାଇଛନ୍ତି ସତ କିନ୍ତୁ ସେମାନଙ୍କ ଅନ୍ୟ କିଛି ଅଭାବ ରହିଯାଇଛି। ହଲିଉଡ୍ ଅଭିନେତ୍ରୀ ଏଲେନ୍ ପେଜ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଅଭିନେତ୍ରୀ ଭାବରେ ଭଲ ନା କମେଇଛନ୍ତି ଏହା ସହିତ ଅର୍ଥ ବି। କିନ୍ତୁ ଏହା ପାଇବା ପରେ ମଧ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସେ ମହିଳାରୁ ପୁରୁଷ ହୋଇଯାଇଛନ୍ତି।
ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।
ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ତୁର୍କୀ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଆଗମନକୁ ଭୟ କରୁଛି। ତେଣୁ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ତୁର୍କୀ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି। ତୁର୍କୀ ଏହାର ଇରାନ ସୀମାରେ ୨୯୫ କିଲୋମିଟର ଲମ୍ବର ପ୍ରାଚୀର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା 'ସୁପର ଡାନ୍ସର୍' ଜଜ୍ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାରଣରୁ ବିବାଦ ଘେରକୁ ଚାଲିଯାଇଛନ୍ତି। ଫଳରେ ତାଙ୍କୁ ଆଜିକାଲି ଶୋ’ରେ ଦେଖିବାକୁ ମିଳୁନି। ଶୋ’ରେ ଶିଳ୍ପାଙ୍କ ଅନୁପସ୍ଥିତି କାରଣରୁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିକୁ ଡକାଯାଉଛି। କିନ୍ତୁ ଶିଳ୍ପାଙ୍କ ପ୍ରଶଂସକମାନେ ମନେ ମନେ ଅନେକ କିଛି ଭାବି ନେଇଛନ୍ତି। ସେମାନେ ଭାବି ନେଇଛନ୍ତି ଯେ ବୋଧହୁଏ ଶୋ’ର ନିର୍ମାତା ତାଙ୍କୁ ସବୁଦିନ ପାଇଁ ଛୁଟି ଦେଇଦେଲେ, ତାଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ, ବର୍ତ୍ତମାନ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସି ଖବର ଆସିଛି।
ଫଗାନିସ୍ତାନକୁ ନିଜ କବ୍ଜାକୁ ନେବା ପରେ ତାଲିବାନ ରାଜଧାନୀ କାବୁଲ୍ରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି।
ବିଗ୍ ବସ୍ ଓଟିଟିରେ ଦିବ୍ୟା ଅଗ୍ରୱାଲଙ୍କୁ କରଣ ଜୋହରଙ୍କ ଭୟଙ୍କର ରୂପ ସାମ୍ନା କରିବାକୁ ପଡିଥିଲା। କରଣ ଜୋହର ଦିବ୍ୟା ଅଗ୍ରୱାଲଙ୍କ ଉପରେ ଶମିତା ଶେଟ୍ଟୀ ଏବଂ ନେହା ଭାସିନଙ୍କୁ ନେଇ ଆଡୁସାଡୁ କହିଥିବା ଅଭିଯୋଗ କରିଥିଲେ । ଏହା ପରେ ଦିବ୍ୟା ଅଗ୍ରୱାଲ ଓ ଶମିତା ଶେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ବନ୍ଧୁତା ଭାଙ୍ଗିବା ଉପରେ ଅଛି।
ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ। ଆଫଗାନିସ୍ତାନକୁ ନିଜ କବଜାକୁ ନେବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଏବେ ଅଧିକ ସୁରକ୍ଷିତ ରହିବ। ତେବେ ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।
ମୃତ୍ୟୁ ଆସନ୍ନ । ତଥାପି ନିର୍ଭିକ, ନିଶ୍ଚଳ । ଆଖି ଆଗରେ ସ୍ୱାମୀଙ୍କୁ ହତ୍ୟା କରିପାରନ୍ତି. . .ପିଲାଙ୍କ ଉପରେ ଅତ୍ୟାଚାର କରିପାରନ୍ତି । ତାଲିବାନୀ କୌଣସି ବି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି । ତଥାପି ଦମ୍ଭ ଧରି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଜରିଫା ଗଫାରି । କଥା କହିଲା ବେଳେ ଗଳା ଭାରି ହୋଇଯାଉଛି ।
ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍ ଖାନ୍ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍ କରିଛନ୍ତି।
ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରି ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି।
ରାଜସ୍ଥାନର ଅଜ୍ମେର୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି
ବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା
ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ।
ତେବେ ମୋଟ୍ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୦୩ ସେପ୍ଟେମ୍ବର ମଧ୍ୟରେ rrc-wr.com ରେ ପଶ୍ଚିମ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ।
ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।
ଆଫଗାନିସ୍ତାନରେ ତାଲିବାନୀ ରାଜ୍। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି