ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା ଘଟଣାକୁ ନେଇ ସବୁ ଦିଗରେ ସିବିଆଇ ତଦନ୍ତ କରୁଥିବା ସୂଚନା ମିଳିଛି।
ବଡ଼ ବଜେଟ୍ର ମଲ୍ଟି ଷ୍ଟାର ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ ’ ଅନ୍ଲାଇନ୍ ଲିକ୍ ହୋଇଛି । ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହ, ଶରଦ କେଲକଙ୍କୁ ନେଇ ହୋଇଥିବା ଫିଲ୍ମ ‘ ଭୁଜ୍ : ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ଅନ୍ଲାଇନ ଚୋରିର ଶିକାର ହୋଇଛି । କରୋନା ପାଇଁ ବଡ ବଜେଟର ଫିଲ୍ମଗୁଡିକ ହଲ୍ ରେ ରିଲିଜ ହୋଇ ପାରୁ ନାହିଁ । ସେଥିପାଇଁ ଓଟିଟି ଜରିଆରେ ଫିଲ୍ମ ଗୁଡିକ ରିଲିଜ କରାଯାଉଛି । କିନ୍ତୁ ଏବେ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ ଅଫ୍ ଇଣ୍ଡିଆ ’ ଅନ୍ଲାଇନ ଲିକ୍ ହେବା ନେଇ ଫିଲ୍ମ ନିର୍ମାତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।
ଆଜି ସମସ୍ତେ ଭାରତ ମାତାର ବୀର ସନ୍ତାନମାନଙ୍କୁ ମନେ ପକେଇଛନ୍ତି, ଯେଉଁମାନେ ସ୍ୱାଧୀନତାର ସୁରକ୍ଷା ତଥା ନିରାପତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ଦେଶ ପ୍ରତି ନିଜର ପ୍ରେମ ଏବଂ ସମ୍ମାନ ଜଣାଇବାକୁ ଆଗେଇ ଆସିଛନ୍ତି। ଏହି ଅବସରରେ ଅଭିନେତ୍ରୀ ସନା ଖାନ ତାଙ୍କ ସ୍ୱାମୀ ଅନସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।
ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ଛାତିକୁ ଥରେଇ ଦେବ। ଜଣେ ୧୭ ବର୍ଷର ଝିଅ ନିଜ ପ୍ରେମିକର ବନ୍ଧୁଙ୍କୁ ହନୀଟ୍ରାପରେ ଫସେରେ ବାପାଙ୍କୁ ହତ୍ୟା କରିଛି।| ବାପା ତାକୁ କିଛି ଦିନ ପୂର୍ବରୁ ଚାପୁଡ଼ା ମାରିଥିଲେ। ସେ ଏହାକୁ ସହି ପାରିଲା ନାହିଁ। କ୍ରାଇମ୍ ସିରିଏଲ୍ ଦେଖିବା ପରେ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, କିନ୍ତୁ ମୋବାଇଲର କଲ୍ ବିବରଣୀ ପୂରା ରହସ୍ୟକୁ ପକେଇ ଦେଲା। ପୋଲିସ ଉଭୟ ଝିଅ ଓ ଯୁବକଙ୍କୁ ଗିରଫ କରିଛି।
ଦେଶରେ ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି ଓଲା। ଯାହାର ନାମ S1 ରହିଛି। କମ୍ପାନୀ ବହୁ ପୂର୍ବରୁ ଏହି ସ୍କୁଟରର ବୁକିଂ ଖୋଲିଥିଲା । ଯାହାଦ୍ୱାରା ଆପଣ କେବଳ ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିଥାନ୍ତେ। ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୧୦ଟି ରଙ୍ଗରେ ଉପଲବ୍ଧ ହେବ। ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ବାଛିପାରିବେ।
କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।
ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।
୨୦୧୪ ନିର୍ବାଚନରେ ବିଜେପି ସବକା ସାଥ, ସବକା ବିକାଶ ମନ୍ତ୍ର ପ୍ରଦାନ କରିଥିଲା। ଏହା ପରେ, ୨୦୧୯ ନିର୍ବାଚନରେ ସମସ୍ତଙ୍କ ବିକାଶ ସହିତ ସମସ୍ତଙ୍କ ବିଶ୍ୱାସ ଯୋଡି ହୋଇଗଲା ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଥିରେ ସମସ୍ତଙ୍କ ପ୍ରୟାସ ଯୋଡିଛନ୍ତି।
ହରିୟାଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧରୀ ନିକତରେ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ସପନା ନିଜର ନୂଆ ମ୍ୟୁଜିକ୍ ଭିଡିଓର ମୋଶନ ପୋଷ୍ଟର୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଏହି ପୋଷ୍ଟରକୁ ଦେଖି ଲାଗୁଛି ଯେ ଗୀତ ନିଶ୍ଚିତ ଭାବରେ ବହୁତ ଭାବବିହ୍ୱଳ ହୋଇଥିବ। ଫଟୋରେ ହରିୟାଣୀ କ୍ୱିନ୍ଙ୍କ ସାଧାରଣ ବେଶବୁଶା ଦେଖିବାକୁ ମିଳେ।
ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୩,୮୫,୩୩୬ ରହିଛି।
କାବୁଲରେ ପଶିଲା ତାଲିବାନ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ତାଲିବାନ । ଆଫଗାନିସ୍ତାନର ସମସ୍ତ ପ୍ରମୁଖ ସହରକୁ କବଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ । ଆଉ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି କୁହାଯାଉଛି
ବାଡୁଅ ପାଣିରେ ଗାଧେଇଲେ ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ତଥା ସିନା ନିର୍ମାତା ରିୟା କପୁର। ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗେଇ ବୋହୂ ବେଶ ସାଜିଲେ। ସେ ତାଙ୍କ ପ୍ରେମିକ କରଣ ବୁଲାଲୀଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଅନିଲ କପୁରଙ୍କ ବଡ ଝିଅ ସୋନମ କପୁରଙ୍କ ବିବାହ ଯେମିତି ସାଧାରଣ ଭାବେ ପାଳନ କରାଯାଇଥିଲା, ଠିକ ସେହିଭଳି ସାନ ଝିଅ ରିୟାଙ୍କ ବିବାହ ମଧ୍ୟ ସାଧାରଣ ଭାବେ ଶେଷ ହୋଇଛି।
ହୈତିରେ ଶନିବାର ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅନେକ ଲୋକଙ୍କ ଜୀବନ ଯାଇଛି।
ସଞ୍ଜୟ ଲୀଲା ଭଂସାଲୀ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚିନ୍ତା କରୁଛନ୍ତି। ଯଦି ସବୁ ଠିକ୍ ହୁଏ, ତେବେ ଐଶ୍ୱର୍ଯ୍ୟା ୱେବ୍ ସିରିଜ୍ରେ ଦେଖିବାକୁ ମିଳିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ- “ୱେବ୍ ସିରିଜର ଯେଉଁଥି ପାଇଁ ପୂର୍ବରୁ ରେଖାଙ୍କ ନାମ ବିଚାର କରାଯାଉଥିଲା ବର୍ତ୍ତମାନ ସେ ସ୍ଥାନ ପାଇଁ ଐଶ୍ୱର୍ଯ୍ୟାଙ୍କ ନାମ ବିଚାରକୁ ନିଆଯାଉଛି । ପ୍ରକୃତ କଥା ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ କହିବା କଥା ଯେ ଗତ କିଛି ବର୍ଷ ମଧ୍ୟରେ ରେଖାଙ୍କୁ ନିର୍ଦ୍ଦେଶନା ଦେବା କଷ୍ଟସାଧ୍ୟ ହୋଇପଡିଛି।
ଆଫଗାନିସ୍ତାନର ଅସରଫ ଘାନି ସରକାରଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । ତାଲିବାନ ଯୁଦ୍ଧବିମାନ କାବୁଲ ନିକଟରେ ପହଞ୍ଚିଯାଇଛି ଓ ରାଜଧାନୀ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଛି । ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ତାଲିବାନ ବିଦ୍ୟୁତ ଯୋଗାଣ କାଟି ଦେଇଥିବା ସୂଚନା ମିଳିଛି । ତାଲିବାନ ସହ ବିବାଦ ଏହାର ମୋଡ଼ରେ ପହଞ୍ଚିଛି ।
ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।
ସ୍ୱାଧୀନତା ଦିବସର ଅବସରରେ କରୋନା ସଙ୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ସୈନିକ ସ୍କୁଲ ବର୍ତ୍ତମାନ ଝିଅ ମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି । 'ଏହି ସମୟ, ଏହା ଉପଯୁକ୍ତ ସମୟ' ର ଏକ ନୂତନ ମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ କମାଲ। ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଦେଖିବାକୁ ମିଳିଛି। କ୍ରୀଡ଼ାର ଏହି ମହାକୁମ୍ଭରେ ସାରା ବିଶ୍ୱର ଚିତ୍ରଶିଳ୍ପୀ ସେମାନଙ୍କର ଯାଦୁ ଦେଖାଇଥିବା ବେଳେ ଓଡିଆ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମଧ୍ୟ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା।
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଭାଇ-ଭଉଣୀ ମଧ୍ୟରେ ସ୍ନେହର ସମ୍ପର୍କର ପର୍ବ । ଆନନ୍ଦ ଉଲ୍ଲାସର ସହ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ । ଏମିତି କିଛି ଭଉଣୀଙ୍କ କଥା ଆଜି ଆଲୋଚନା କରିବା ଯେଉଁମାନେ ଅନେକ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ ନିର୍ବାହ କରିଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଂଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା । କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଉତ୍ସବ ପାଇଁ ଆୟୋଜନ ହୋଇଛି । ଆଜି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଲାଲକିଲ୍ଲା ।
ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ଆଉ ସରଗରମ ହେଉଛି ୟୁପି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ ।
ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ । ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।
ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ରାଷ୍ଟ୍ରପତି ଭବନରେ ଆୟୋଜିତ ହେଲା ବଡ଼ କାର୍ଯ୍ୟକ୍ରମ । ପଦକ ବିଜେତାଙ୍କୁ ଚା’ ପିଇବାକୁ ଡାକିଲେ ରଷ୍ଟ୍ରପତି ରାମ ନାଥ କୋବିନ୍ଦ ।
ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ ।