• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା

  •  ଦୁହିଁଙ୍କ ନିର୍ବନ୍ଧକୁ ନେଇ ଅନେକ ପୋଷ୍ଟ ଭାଇରାଲ

ମୁମ୍ବାଇ : ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ସେମାନେ ରିଲେସନସି ପରେ ରହିବାର ଖବରର ଶୁଣିବାକୁ ମିଳିଛି। ନିକଟ ଅତୀତରେ ସେମାନେ ନିର୍ବନ୍ଧ କରିବାର ଖବର ମିଡିଆ ସାମ୍ନାକୁ ଆସିଥିଲା। ତେବେ ଭିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧକୁ ନେଇ ଅନେକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦୁଇ ଷ୍ଟାର ନିଜର ଭଲ ଓ ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହି ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଥାଏ । କିନ୍ତୁ ଏବେ ଏମାନଙ୍କ ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚ। । ଏହି ଖବର ଏବେ ସବୁଠି ଭାଇରାଲ ହେଉଛି। ଏହି ଖବରକୁ ପ୍ରାଇଭେଟରେ ରଖି ଉଭୟ ଏକ ସମ୍ପର୍କରେ ଯୋଡି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏହି ଖବରକୁ ନେଇ ଭିକି ଓ କ୍ୟାଟରିନାଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ସେମାନେ ଏହି ଖବରକୁ ଅଫିସିଆଲ ଆନାଉସମେଣ୍ଟ କରିନାହାନ୍ତି । ନିକଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେରସାହା’ ପାଇଁ ଏକ ସ୍କ୍ରିନିଂରେ ଯୋଗଦେବା ଦେଖିବାକୁ ମିଳିଥିଲା ।

ତେବେ ଏହି ଖବରକୁ ନେଇ ପପୁଲାର ଫଟୋଗ୍ରାଫର ଭାଇରଲ ଭୟାନୀ ନିଜ ମତ ଦେଇଛନ୍ତି। ତାଙ୍କ ଟିମର କହିବା ଅନୁଯାୟୀ, ନିର୍ବନ୍ଧ ହେବାର ଖବର ସତ ନୁହେଁ, କିନ୍ତୁ ଉଭୟେ ଏକାଠି ଅଛନ୍ତି ବୋଲି ସେ କହିଛନ୍ତି , ଏହା ସତ ବୋଲି ସେ ମତ ଦେଇଛନ୍ତି । ସୂଚନା ଅନୁସାରେ ପୂର୍ବରୁ ଏକ ଆୱାଡ ସୋ ରେ ଭିକି କୌଶଲ କ୍ୟାଟ୍ରିନାଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ ଓ ତାଙ୍କର ପ୍ରଂଶସା ମଧ୍ୟ କରିଥିଲେ । କ୍ୟାଟ୍ରିନା ବି ତାଙ୍କ ସହ ବେଶ ଖୁସି ଥିବା ନଜର ଆସିଥିଲେ ।