• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ପ୍ରଥମ ଫତୱା ଜାରି କଲା ତାଲିବାନ
ଏକାଠି ପାଠ ପଢ଼ି ପାରିବେନି ପୁଅଝିଅ : ଆଫଗାନିସ୍ତାନ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କଲା ତାଲିବାନ

ସହ ଶିକ୍ଷାକୁ ଅନୁମତି ନାହିଁ । ଆଫଗାନିସ୍ତାନକୁ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱବିଦ୍ୟାଳୟରେ ଏବେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବାକୁ ବାରଣ କରାଯାଇଛି । କାବୁଲ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ପୂରା ଦେଶରେ ଏବେ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି ।

Joe Biden
ତାଲିବାନ ରାଜରେ ବଢ଼ିପାରେ ISIS ଆତଙ୍କ : ଆମେରିକା ଚିନ୍ତିତ, ବୈଠକ ଡକାଇଲେ ବାଇଡେନ୍

ଆଫଗାନିସ୍ତାନର ଶାସନ ଡୋର ତାଲିବାନ ହାତକୁ ଗଲା ପରେ ଅନେକ ଦେଶ ଉପରେ ମଧ୍ୟ ବିପଦ ବଢ଼ିପାରେ । ଆଇଏସଆଇଏସର ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ବର୍ତ୍ତମାନ ପାଇଁ ଆଫଗାନିସ୍ତାନରେ ଆଇଏସଆଇଏସ୍ ବିଶେଷ ସକ୍ରିୟ ନଥିଲେ ସୁଦ୍ଧା କୌଣସି ସମୟରେ ମଧ୍ୟ ନିଜର ପୂର୍ବ ରୂପ ଦେଖାଇପାରେ ଆତଙ୍କବାଦୀ ସଂଗଠନ । କେତେବେଳେ ଯେ ଆଇଏସଆଇଏସ୍ ସକ୍ରିୟ ହୋଇଯିବ, କିଛି କୁହାଯାଇପାରିବ ନାହିଁ ।

kabul
କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି : ଦୋହା ଦେଇ ଫେରୁଛନ୍ତି ଆଉ ୧୩୫ ଭାରତୀୟ

କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ ।

Raksha Bandhan 2021
ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା : ଭାଇ ହାତରେ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ମଙ୍ଗଳ ମନାସିବ ଭଉଣୀ

ଭାଇ ହାତରେ ଅତି ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ତାର ମଙ୍ଗଳ ମନାସିବ ଭଉଣୀ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତାର ଉଭଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଚନ୍ଦନ, ସିନ୍ଦୁର ଦେଇ ଭାଇକୁ ବନ୍ଦାପନା କରିବା ସହ ମିଠା ଖୁଆଇ ଦେଇଥାଏ ଭଉଣୀ

Kalyan Singh
ପରଲୋକରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Taliban
କ୍ଷମତା ଅକ୍ତିଆର୍‌ କରୁ କରୁ ଅସଲ ରୂପ ଦେଖାଇଲାଣି ତାଲିବାନ୍‌

ଆଫଗାନିସ୍ତାନ ଦଖଲ କରିବା ସହିତ ସେଠାକାର ଯୁବ ପୀଢ଼ିଙ୍କ ସ୍ୱପ୍ନକୁ ବି ଚୁରମାର କରି ଦେଇଛି ତାଲିବାନ। କାହାକୁ ଜଣା ନାହିଁ ଆଗକୁ କଣ ହେବ? ଅନିଶ୍ଚିତ ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନ ହୋଇଛନ୍ତି। ଆଶଙ୍କା,ପୂର୍ବ ତାଲିବାନ ସରକାରର ପତନ ପରେ ଗତ ଦୁଇ ଦଶନ୍ଧି ଧରି ଦେଶ ଯେତିକି ଆଗେଇଥିଲା, ଏବେ ପଛକୁ ଯିବା ସହ ଆତଙ୍କବାଦ କି ଗୃହଯୁଦ୍ଧ ଆଡ଼କୁ ଠେଲି ହୋଇଯିବନି ତ ?

Salman Khan
ମୁମ୍ବାଇ ଏୟାରପୋର୍ଟରେ ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର

ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର

Taliban
“ଅପହରଣ ଖବର ପ୍ରସାରିତ କଲା କିଏ?

ଖୁବଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ। ଆଜି ସକାଳେ ଖବର ଆସିଥିଲା ଯେ, କାବୁଲ ଏୟାରପୋର୍ଟ ବାହାରୁ କେତେକ ଭାରତୀୟଙ୍କୁ ଉଠାଇ ନେଇଥିଲା ତାଲିବାନ। ତେବେ ଅପହରଣ ଖବରକୁ ତାଲିବାନ ଖଣ୍ଡନ କରିଛି। ନିକଟସ୍ଥ ଏକ ଥାନାକୁ ନେଇ ପ୍ରାୟ ୧୫୦ ଲୋକଙ୍କୁ ପଚରା ଉଚରା କରାଯିବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

New D elhi
ଦିଲ୍ଲୀ-ହରିୟାଣାରେ ପ୍ରବଳ ବର୍ଷା, ଏପଟେ ଟ୍ରାଫିକ୍‌ ଜାମ୍‌ ସେପଟେ ବୁଡ଼ିଲାଣି ଓଭର ବ୍ରିଜ୍‌ !

ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା । ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏନ୍‌ସିଆରରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

punjab
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୨.୮୫ ଲକ୍ଷ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ଋଣ ଛାଡ କରିବେ ସରକାର

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ 2.85 ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ 520 କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି ।

land Slide
ଆଖି ଆଗରେ ଧସିଲା ପାହାଡ଼, ଜୀବନ ବିକଳରେ ଦୌଡ଼ିଲେ ବସଯାତ୍ରୀ

ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ସେଠାକାର ପାହାଡ଼ିଆ ରାସ୍ତାରେ ଏକ ବସ୍ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଧସିଲା ପାହାଡ଼ ।

bihar-jharkhand
କ୍ଷମତା ଓ ସମୟ ସହିତ ବଦଳି ନାହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ : ନବୀନଙ୍କ ପ୍ରଶଂସାରେ ଶତମୁଖ ବିହାର ମୁଖ୍ୟମନ୍ତ୍ରୀ ନୀତିଶ

ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମାଜ୍ର୍ୟ ଗଢ଼ିଦାଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ ହୋଇଯାଆନ୍ତି । କିନ୍ତୁ ସେ ଜଣେ ନିଆରା ଓ ଅତି ସରଳ ମଣିଷ

sushanta singh rajput
ବଦଳିଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍ ପ୍ରୋଫାଇଲ୍,ଭାବୁକ ହେଲେ ଫ୍ୟାନ୍ସ

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍‌ବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ranveer singh
ଲମ୍ବା ଚୁଟି ସହ ଷ୍ଟାଇଲିସ୍‌ ଲୁକ୍ ରେ ନଜର ଆସିଲେ ରଣବୀର ସିଂହ

ଅଭିନେତା ରଣବୀର ସିଂ ବଲିଉଡରର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି । କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ ଲୁକ୍‌ ଉପରେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି ରଣବୀର । ଏଥର ମଧ୍ୟ ସେ ତାଙ୍କର ନୂଆ ହେୟାର ଷ୍ଟାଇଲର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି

Taliban Indian
୧୫୦ ଭାରତୀୟଙ୍କୁ ଅପହରଣ ଘଟଣା ମିଛ, ସୁରକ୍ଷିତ ଭାବେ ଅନ୍ୟ ରାସ୍ତାରେ ନେଇଥିଲେ ତାଲିବାନୀ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ଖବର ମିଛ । ଏନେଇ ଭାରତ ସରକାରଙ୍କ ସହ ଯୋଗାସୂତ୍ର ରଖୁଥିବା ସଂସ୍ଥା ସୂଚନା ଦେଇଛି ।

china india border
ଭାରତ ଉପରେ ଚୀନର ଆଖି : ସୀମାରେ ୫୦୦ ଗାଁ ତିଆରି କଲା ଡ୍ରାଗନ୍

ସୁଧୁରୁନି ଭୂମାଫିଆ ଚୀନ । ପୁଣି ଭାରତ ଉପରେ ଡ୍ରାଗନର ଆଖି । ଭାରତ ସୀମାରେ ଚୀନ ବର୍ତ୍ତମାନ ସୁଦ୍ଧା ୫୦୦ ଗାଁ ତିଆରି କରିସାରିଲାଣି । ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି

jammu
ଜାମ୍ମୁରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ୍‌

ଜାମ୍ମୁ ଓ କାଶ୍ମୀରର ଅବନ୍ତିପୋରା ଟ୍ରାଲ ସେରର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ଓ୍ୱକିଲ ଶାହ ବୋଲି ଜଣାପଡ଼ଛି। ସେମାନଙ୍କ ପାଖରୁ ୩ଟି ରାଇଫଲ୍ ଜବତ ହୋଇଛି।

Pak woman ties rakhi to PM Modi
୨୬ ବର୍ଷ ଧରି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ପାକିସ୍ତାନୀ ମହିଳା

ଦୀର୍ଘ ୨୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଜଣେ ପାକିସ୍ଥାନୀ ମହିଳା ,କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ଅଟେ । ଏହି ପାକିସ୍ଥାନୀ ମହିଳା ଜଣକ ହେଲେ କମର ଜହାଁ । କମର ଜହାଁ ପ୍ରତିବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।

afghanistan
କାବୁଲରେ ପହଞ୍ଚିଲେ ମୁଲ୍ଲା ବରାଦର : ସରକାର ଗଠନ ପାଇଁ ଉଦ୍ୟମ ଜାରି

ମୁଲ୍ଲା ଅବଦୁଲ ଘନି ବରଦାର ମଧ୍ୟ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

earthquake in kutch
କଚ୍ଛରେ ଭୂକମ୍ପ ଝଟ୍‌କା, ଲୋକେ ଭୟଭୀତ

ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।

afghanistan
କାବୁଲ ଏୟାରପୋର୍ଟରୁ ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ୍ !

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ ।୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଏଥିରେ ସାମିଲ ଅଛନ୍ତି

pakistan zindabad slogans on muharram Ustav, 4 arrested
'ପାକିସ୍ତାନ୍ ଜିନ୍ଦାବାଦ୍' ନାରା ଦେଇ ୪ ଗିରଫ

ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।

heavy rainfall in delhi
ଦିଲ୍ଲୀରେ ପ୍ରବଳ ବର୍ଷା, ଜଳବନ୍ଦୀ ସହରବାସୀ

ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।  

 ashraf ghani
ତାଲିବାନ ସହ ମିଶିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି।

Model Arrested For Allegedly Running Prostitution Racket
ଲକ୍‌ଜୁରି ହୋଟେଲରୁ ଗିରଫ ହେଲେ ମଡେଲ୍‌, ଚଲାଉଥିଲେ ଦେହ ବ୍ୟବସାୟ

ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ମଡେଲ୍‌ଙ୍କୁ ଏକ ଲକ୍‌ଜୁରି ହୋଟେଲରୁ ପୋଲିସ୍‌ ଗିରଫ କରିଛି। ମଡେଲ୍‌ ଜଣକ ଟିଭିରେ ଅଭିନୟ କରୁଥିବା ଅଭିନେତା ଓ ମଡେଲ୍‌ଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି।