Advertisment

ଦେଶ ଛାଡ଼ି ନ ଥିଲେ ତାଲିବାନ ମୋତେ ବି ଫାଶୀଖୁଣ୍ଟରେ ଝୁଲାଇ ଦେଇଥାନ୍ତେ- ଅସ୍‌ରଫ ଘନି

ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି।

author-image
Minati Mishra
ଦେଶ ଛାଡ଼ି ନ ଥିଲେ ତାଲିବାନ ମୋତେ ବି ଫାଶୀଖୁଣ୍ଟରେ ଝୁଲାଇ ଦେଇଥାନ୍ତେ- ଅସ୍‌ରଫ ଘନି

Ashraf Ghani Flee to UAE

ଦୁବାଇ:ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷେ ଦେଶ ଛାଡ଼ି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ  ଘନି ଓ ତାଙ୍କ ପରିବାର ଆବୁଧାବିରେ ଅଛନ୍ତି। ସଂଯୁକ୍ତ ଆରବ ଏମିରେଟ୍‌(UAE)ର ବିଦେଶ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ଦେଶ ଛାଡ଼ିବାର ୪ ଦିନ ପରେ ଅସ୍‌ରଫ ଘନି ଆବୁଧାବିରୁ ଦେଶବାସୀ ତଥା ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। 

Advertisment

ଏହି ବାର୍ତ୍ତାରେ ଦେଶ ଛାଡି ପଳାୟନ କରିବା ସମର୍ଥନରେ ଘନି କହିଛନ୍ତି, ‘ଯଦି ମୁଁ ଆଫଗାନିସ୍ତାନ ଛାଡ଼ି ଆସି ନ ଥାନ୍ତି ତେବେ ଦେଶରେ ରକ୍ତପାତ ହୋଇଥାନ୍ତା। ମୋ ଦେଶରେ ଏପରି ଦୃଶ୍ୟ ଘଟିବ, ତାହା ମୁଁ ସହି ପାରିବି ନାହିଁ। ସେଥିପାଇଁ ମୁଁ ଅନିଚ୍ଛା ସତ୍ତ୍ୱେ ଦେଶ ଛାଡ଼ି ପଳାଇ ଆସିଲି। ଏପରିକି ମୋତେ ବି ସେମାନେ ଫାଶିରେ ଝୁଲାଇ ଦେଇଥାନ୍ତେ।’

 ୪ ଟି ଗାଡିରେ ଟଙ୍କା ଭର୍ତ୍ତି କରି ଦେଶ ଛାଡ଼ି ପଳାଇଥିବା ନେଇ ଆସିଥିବା ଅଭିଯୋଗକୁ ମଧ୍ୟ ଅସ୍‌ରଫ  ଘନି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ମୁଁ ଦେଶରୁ ଟଙ୍କା ନେଇ ଆସିନାହିଁ। ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେହିପରି ବାଇଡେନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆମେ ତାଲିବାନଙ୍କ ସହ ଆଲୋଚନା କରିଥିଲୁ। କିନ୍ତୁ ଫ‍ଳ କିଛି  ମିଳି ନ ଥିଲା। 

Advertisment

ଅନ୍ୟପକ୍ଷେ ୟୁଏଇ ପକ୍ଷରୁ କୁହାଯାଇଛି, ଆଫଗାନ ରାଷ୍ଟ୍ରପତି  ଅସ୍‌ରଫ ଘନି ଏବଂ ତାଙ୍କ ପରିବାରଙ୍କୁ ମାନବିକ ଦୃଷ୍ଟିକୋଣରୁ ନିଜ ଦେଶରେ ଆଶ୍ରୟ ଦେଇଛନ୍ତି। ତେବେ ସେ ୟୁଏଇର କେଉଁ ସ୍ଥାନରେ ରହିଛନ୍ତି ସେ ବିଷୟରେ କୌଣସି ସୂଚନା ଦେଇନାହାନ୍ତି।     

ଘନି କହିଛନ୍ତି, ‘ତାଲିବାନଙ୍କ ସହ ତାଙ୍କର ଆଲୋଚନା  ହୋଇଥିଲା। ହେଲେ ତାଲିବାନମାନେ ସିଧା ସିଧା କହିଥିଲେ ଯେ ସେ କାବୁଲ ସହରର ଭିତରକୁ ପ୍ରବେଶ କରିବେ ନାହିଁ। ଅଗଷ୍ଟ ୧୫ ତାରିଖ ଦ୍ୱିପହରରେ ମୋର ଗାର୍ଡମାନେ କହିଥିଲେ ତାଲିବାନମାନେ ରାଷ୍ଟ୍ରପତି ମହଲର ପାଚେରୀ ପର୍ଯ୍ୟନ୍ତ ଚାଲି ଆସିଲେଣି। ଯଦି ମୁଁ ଦେଶରେ ରହିଥାନ୍ତି ତେବେ ଦେଶବାସୀ ଆଉ ଜଣେ ରାଷ୍ଟ୍ରପତିଙ୍କୁ ଫାଶୀରେ ଝୁଲିବାର ଦେଖିଥାନ୍ତେ। ’

ଅସ୍‌ରଫ ଘନି କହିଛନ୍ତି, ‘ ମୁଁ ଦେଶରୁ କିଛି ଟଙ୍କା ନେଇ ଆସିନାହିଁ। ମୁଁ ୟୁଏଇରେ ପହଞ୍ଚିବା ପରେ ଜଣେ ସାଧାରଣ ନାଗରିକ ପରି କଷ୍ଟମ୍‌ କ୍ଲିୟରାନ୍ସ ନେଇଥିଲି। ମୁଁ କେବଳ ମୋ ପୋଷାକ ସହ ଆସିଥିଲି। ନିଜର ଲାଇବ୍ରେରୀକୁ ସାଥୀରେ ଆଣିବା ପାଇଁ ଚାହିଁଥିଲି, କିନ୍ତୁ ତାହା ଆଣିବା ସମ୍ଭବ ନ ଥିଲା।’

ସେ ନିଜ ସୁରକ୍ଷାବଳଙ୍କୁ ପ୍ରଶଂସା କରି କହିଛନ୍ତି, ଆମ ସୁରକ୍ଷାବଳ ବିଫଳ ହୋଇ ନାହାନ୍ତି। ଦେଶର ବଡ ବଡ ନେତା ଏବଂ ଇଣ୍ଟରନାଶନାଲ କମ୍ୟୁନିଟି ବିଫଳ ହୋଇଛନ୍ତି। ମୁଁ ଦେଶକୁ ଫେରିବାକୁ ଚାହୁଁଛି। ସେ ନେଇ ହମିଦ କରଜାଇ ଏବଂ ଅବ୍‌ଦୁଲ୍‌ ଅବଦୁଲ୍‌ଙ୍କ ସହ ସମ୍ପର୍କରେ ଅଛି। ସେମାନେ ତାଲିବାନଙ୍କ ସହ ଆଲୋଚନା କରୁଛନ୍ତି।

ସୂଚନାଥାଉ କି, ତାଲିବାନମାନେ ରବିବାର ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ ଦିନ କାବୁଲ ଉପରେ କବ୍‌ଜା କରିନେଲେ। ଏହା ପୂର୍ବରୁ ଅସ୍‌ରଫ ଗନି,ନିଜ ପରିବାର ଏବଂ ଅତି ନିକଟତର ସାଥୀଙ୍କ ସହ ଦେଶ ଛାଡ଼ି ଚାଲି ଯାଇଥିଲେ। ପରଦିନ ଫେସବୁକ୍‌ରେ ଏକ ପୋଷ୍ଟ କରି ଘନି କହିଥିଲେ, ଦେଶରେ ଲୋକଙ୍କ ରକ୍ତପାତ ମୁଁ ସହି ପାରିବିନି ବୋଲି ଦେଶ ଛାଡି ଆସିଲି। ହେଲେ ସେତେବେଳେ ସେ କେଉଁଠି ଅଛନ୍ତି ତାହାର ସୂଚନା ଦେଇ ନ ଥିଲେ। 

ଏଠି କହିରଖିବୁ, ୟୁଏଇ ଅସ୍‌ରଫ ଘନିଙ୍କ ପୂର୍ବରୁ ଅନେକ ନେତାଙ୍କୁ ଶରଣ ଦେଇ ଆସିଛି। ୨୦୧୭ରେ ଯେତେବେଳେ ଥାଇଲାଣ୍ଡ ସ୍ଥିତି ଖରାପ ଥିଲା ସେତେବେଳେ ୟୁଏଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ୟିଙ୍ଗଲୁକ୍‌ ଶିନବାତ୍ରାଙ୍କୁ ଶରଣ ଦେଇଥିଲେ। ଶିନବାତ୍ରାଙ୍କୁ ତାଙ୍କ ଦେଶ ୫ ବର୍ଷର ସଜ୍ଜା ଶୁଣାଇଥିଲା। ସେହିପରି ସ୍ପେନ୍‌ର ରାଜା ଜୁଆନ କାର୍ଲୋସ ମଧ୍ୟ ଗତବର୍ଷ ୟୁଏଇରେ ରହିଥିଲେ। ୨୦୦୭ରେ ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ବେନୋଜିର ଭୁଟ୍ଟୋଙ୍କୁ ମଧ୍ୟ ୟୁଏଇ ଶରଣ ଦେଇଥିଲା।

Afghanistan Taliban Militants
Advertisment
Advertisment