ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସୱେ । ଏଥିପାଇଁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ନିର୍ମାଣ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହା ମେରୁତରୁ ବୁଲନ୍ଦସହର ପର୍ଯ୍ୟନ୍ତ ପ୍ରାୟ ୫୯ କିଲୋମିଟର ପର୍ଯ୍ୟନ୍ତ ହେବ । ଏନେଇ ପଞ୍ଜାବ ନେସନାଲ ବ୍ୟାଙ୍କ ଏକ ବଡ ପରିମାଣର ଆର୍ଥିକ ସହଯୋଗ କରିଥିବା ବେଳେ ଟ୍ରେନ୍ଟି ଦିଲ୍ଲୀ ଏନ୍ସିଆର୍ ପାଇଁ ଅତି ସ୍ୱତନ୍ତ୍ର ହେବ ବୋଲି ଜଣାଯାଇଛି ।
ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ଶୋ ‘କୌନ ବନେଗା କରୋଡପତି ସିଜନ ୧୩’ ଆଜିଠାରୁ ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଖୁସି ଅଛନ୍ତି। କିନ୍ତୁ, ଏହାରି ଭିତରେ ବିଗ୍ ବିଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଏହା ଜାଣିବା ପରେ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଟିକେ ଚିନ୍ତାରେ ପଡିଯାଇପାରନ୍ତି।
ରାମ ଜନ୍ମଭୂମି ପରିସର ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ “କଲ୍ୟାଣ ସିଂ ମାର୍ଗ” ନାମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷକୃତ୍ୟ ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହାର କାଗଜପତ୍ର କାମ ଶେଷ କରିବାକୁ ପିଡବ୍ଲୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଫଗାନିସ୍ତାନକୁ ତାଲିବାନ କବ୍ଜାକୁ ନେବା ପରେ ଏହା ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହଜାର ହଜାର ଆଫଗାନିସ୍ତାନ ନାଗରିକ ବିନା ପାସ୍ପୋର୍ଟରେ ବିମାନବନ୍ଦରରେ ପହଞ୍ଚି ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ସମଗ୍ର ଦେଶରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ସମୟରେ ଏକ ଲୋକପ୍ରିୟ ହଲିଉଡ୍ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି।
ବିଗ୍ ବସ୍ ଓଟିଟିର ୧୪ତମ ଦିନ ଖୁବ ମନୋରଞ୍ଜନ ଥିବା ଦେଖାଯାଇଥିଲା। ଶୋ’ର ଏହା ଦ୍ୱିତୀୟ ରବିବାର ଥିଲା। ଏହି ସପ୍ତାହରେ ଦୁଇ ଜଣଙ୍କୁ ଶୋ’ରୁ ବାହାର କରାଯାଇଛି। ତେବେ ଦୁଃଖର କଥା ଏହା ଯେ ଭୋଟ୍ ଅଭାବରୁ ରିଦ୍ଧିମା ପଣ୍ଡିତ ଏବଂ କରଣ ନାଥଙ୍କୁ ବେଘର ହେବାକୁ ପଡିଛି। ଅନ୍ୟପକ୍ଷରେ ଯୁବପିଢିଙ୍କ ମନରେ ନିଆଁ ଲଗାଇବା ତଥା ଶୋ’କୁ ବେଶି ମନୋରଞ୍ଜନ କରିବାକୁ ଘରେ ରାଖୀ ସାୱନ୍ତଙ୍କ ଏଣ୍ଟ୍ରି ହୋଇଛି।
ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ।
ଜାତି ପଚାରି ମାଡ଼ ମାରିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍ଦୋର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳର ଗୋବିନ୍ଦ ନଗରରେ ଏପରି ଅଭାବନୀୟ ଘଟଣା ଘଟିଛି
ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି ।
ତାଲିବାନ ଆତଙ୍କବାଦୀଙ୍କ ପାଇଁ ବଡ଼ କଣ୍ଟା ସାଜିଛି ପଞ୍ଜଶୀର । କାବୁଲକୁ କବଜା କରିସାରିଥିଲେ ସୁଦ୍ଧା ଆଫଗାନିସ୍ତାନର ପଞ୍ଜଶୀର ଅଞ୍ଚଳ ଉପରକୁ ଆଖି ଉଠାଇ ଦେଖିପାରୁ ନାହାନ୍ତି ତାଲିବାନୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ୨୦ ବର୍ଷ ପୂର୍ବେ ମଧ୍ୟ ଏହି ଅଞ୍ଚଳ ଦଖଲ କରିବାରେ ବିଫଳ ହୋଇଥିଲା ତାଲିବାନ୍ । ଆଉ ଏବେ ପୁଣି ଥରେ କାବୁଲ ଅକ୍ତିଆର କରିବା ପରେ ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ କବଜା କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଇଛି ।
ତାଲିବାନ୍ରେ ମିଶିବାକୁ ଖୁବ୍ ଉତ୍ସାହିତ ବାଂଲାଦେଶୀ ମୌଲବାଦୀ । ପଡ଼ୋଶୀ ବାଂଲାଦେଶର କିଛି ଯୁବକ ଭାରତ ଦେଇ ଆଫ୍ଗାନିସ୍ତାନ ପହଞ୍ଚିବାକୁ ଏବଂ ସେଠାରେ ତାଲିବାନ୍ରେ ଯୋଗ ଦେବାକୁ ଚାହୁଁଛନ୍ତି ।
ଆମେରିକୀୟ ବିମାନରେ ଦେଶ ଛାଡ଼ିବା ବେଳେ ଆଫ୍ଗାନୀ ମହିଳାଙ୍କ ସନ୍ତାନ ପ୍ରସବ । ଆମେରିକା ବାୟୁସେନାର C-17 ବିମାନରେ କାବୁଲ୍ରୁ ଏହି ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କରି ନିଆଯାଉଥିଲା ।
ପଞ୍ଜଶୀର କବଜା କରିବାକୁ ଯୁଦ୍ଧ ଆସନ୍ନ ପ୍ରାୟ । ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି । ପଞ୍ଜଶୀର ପ୍ରଦେଶରେ ନିକଟରେ ପହଞ୍ଚି ସାରିଛନ୍ତି ତାଲିବାନ୍ । ୧୦୦ରୁ ଅଧିକ ତାଲିବାନୀ କୌଣସି ସମୟରେ ଯୁଦ୍ଧଂ ଦେହି ଡାକରା ଦେଇପାରନ୍ତି । ତେବେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦଙ୍କ ୩୨ ବର୍ଷିୟ ପୁଅ ଅହମ୍ମଦ ଶାହା
ଅସଲ ରୂପ ଦେଖାଉଛି ତାଲିବାନ୍। ତାଲିବାନଙ୍କ ଗୁଳି ଚଳାଇବା ଶଦ୍ଦରେ କମ୍ପିଲା ବିମାନ ବନ୍ଦର। କେବଳ ଭିଡ଼ ନିୟନ୍ତ୍ରଣ କରିବା ଲାଗି ତାଲିବାନ ଗୁଳି ଚାଳନା କରିଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।
ଆଜି ଅନ୍ତତଃ ୫ଶହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ପ୍ରାୟ ୪ଶହ ଭାରତ ଫେରିସାରିଲେଣି ତାଲିବାନ୍ କବ୍ଜାରୁ। ମୁକୁଳିବା ପରେ କିଏ ଶାନ୍ତିର ନିଶ୍ୱାସ ମାରୁଛି, ତ ଆଉ କିଏ ବଖାଣୁଛି ସେଠାକାର ହାହାକାର ସ୍ଥିତି
ଆଫଗାନିସ୍ତାନ ଦଖଲ ପରେ ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ତାଲିବାନର ଫନ୍ଦିଫିକର ଚାଲିଛି। ବିଶ୍ୱ ନିକଟରେ ନିଜର ଭିନ୍ନ ଚେହେରା ଉପସ୍ଥାପନ ଚେଷ୍ଟାରେ ରହିଛି ଏହି ଆତଙ୍କୀ ସଂଗଠନ ।
ଫଟୋଗ୍ରାଫର୍ମାନେ ନିଜ କ୍ୟାମେରାରେ କଏଦ କରିଥାନ୍ତି ଭଳିକି ଭଳି ଫଟୋ। ଆଉ ଦୁନିଆରେ ଅନେକ ସୁପରିଚିତ ଫଟୋଗ୍ରାଫର ମଧ୍ୟ ରହିଛନ୍ତି। ତେବେ ଦୁନିଆରେ ଏମିତି ଫଟୋ ଗ୍ରାଫର୍ ଅଛନ୍ତି ଯେଉଁମାନଙ୍କୁ ନେଇ ସଦାସର୍ବଦା ଆଲୋଚନା କରାଯାଏ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ତଥ୍ୟ
କାବୁଲରୁ ଫେରୁଛନ୍ତି ଫସିଥିବା ଭାରତୀୟ ନାଗରିକ। ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବୈଦେଶିକ ବ୍ୟାପାର ବିଭାଗ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୬୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସି-୧୭ ବିମାନ। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଯାତ୍ରୀଙ୍କୁ ନେଇ ପହଞ୍ଚିଛି ଏହି ବିମାନ।
ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ। ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପ୍ରାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।
ଟେନ୍ସନ୍ ଦେଉଛି କରୋନା। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ସ୍ଥିର ରହୁଛି ସତ କିନ୍ତୁ ସଂକ୍ରମଣକୁ ନେଇ ନୀତି ଆୟୋଗ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ପୁଣି ଏବେ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯେଉଁ ସଂକ୍ରମଣ ହେବ ଅର୍ଥାତ୍ ଯଦି କରୋନାରେ ୧୦୦ ଜଣ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ମେଡ଼ିକାଲରେ ଭର୍ତ୍ତି ହେବେ
ଦେଶରେ ସ୍ଥିର ରହୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ମହମାରୀ ଦୋଳି ଖେଳିବା ପରେ ପ୍ରାୟ ୩ ଦିନ ହେବ ସଂକ୍ରମଣ ସ୍ଥିର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୩୦,୯୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୪,୨୪,୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୩୬୭ରେ ପହଞ୍ଚିଛି ସୁସ୍ଥଙ୍କ ସଂଖ୍ୟା
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଧୂମଧାମ୍ରେ ପାଳିତ ହେଉଛି ଏହି ପର୍ବ। ଆଜି ମହାକାଶରେ ବି ଆଜି ଦେଖିବାକୁ ମିଳିଛି ଛାଇ ଆଲୁଅର ଖେଳ । ଆମେରିକୀୟ ଆଷ୍ଟ୍ରୋନୋମିକାଲ ସୋସାଇଟି ଅନୁସାରେ ଆଜି ଆକାଶରେ ବ୍ଲୁ ମୁନ ଅର୍ଥାତ ନୀଳ ଜହ୍ନ ଦେଖାଯିବ।
ପେଟ୍ରୋଲ ଦର ସ୍ଥିର ଥିବାବେଳେ ଲଗାତାର ତିନି ଦିନ ହେବ କମିଆସୁଥିଲା ଡିଜେଲ ଦର । ହେଲେ ୪ ର୍ଥ ଦିନରେ ଆଜି ଡିଜେଲ ସହ ପେଟ୍ରୋଲ ଦର ମଧ୍ୟ କମିଛି। ଭାରତୀୟ ତୈଳ କମ୍ପାନୀ ତଥା ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଓ ଜିଜେଲର ନୂଆ ଦର ଲାଗୁ ହୋଇଛି ।
ଆଫଗାନିସ୍ତାନର ଦୁର୍ଦ୍ଦଶା ବର୍ଣ୍ଣନା କରିହେବ ନାହିଁ । ଆଖିରେ ନଦେଖିଲା ଲୋକ କାବୁଲ ସ୍ଥିତି ସମ୍ପର୍କରେ ହୃଦୟଙ୍ଗମ କରିପାରିବ ନାହିଁ । କେତେବେଳେ ବି ଜୀବନ ଚାଲିଯାଇପାରେ । ତେବେ ଏହାରି ଭିତରେ କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କ ମଧ୍ୟରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ଭାରତ ସରକାର ।
ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି।
ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ୍ ଆତଙ୍କରେ ଆଫଗାନବାସୀ । ମହିଳାଙ୍କ ସମେତ ସାଧାରଣ ନାଗରିକ ଓ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି । ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ତ୍ତମାନ ପ୍ଲାଟଫର୍ମ ଛାଡ଼ୁଛନ୍ତି ।